Search for:
  • Home/
  • ଜିଲ୍ଲା/
  • କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

Spread the love

Loading

କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ

 ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଜୁ ପୋଖରୀ ଯୋଜନା କରିଥିଲେ, ଏବେ ସେହି ଯୋଜନା କୁଆଡେ ଗଲା
 ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ
 ବିଜୁ ଜନତା ଦଳ ରିୟଲଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ପୋଖରୀ ଟେକି ଦେଇଛନ୍ତି

ଭୁବନେଶ୍ୱର, ତା ୦୬/୦୭: ଆଜି ମୁଖ୍ୟମନ୍ତ୍ରୀ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ହେଉଛି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର “ଅମୃତ ସରୋବର” ଯୋଜନାକୁ ହାଇଯାକ କରି ରାଜ୍ୟ ସରକାର ଆଉ ଏକ ନୂଆ ନାଆ ଦେଇ ‘ଆମ ପୋଖରୀ’ ଯୋଜନାଭାବେ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କ ଅର୍ଥରେ ହେବ । କେନ୍ଦ୍ର ସରକାରଙ୍କ ମନରେଗା (ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି) ଯୋଜନାର ଥିବା ଅର୍ଥ ରାଶିରେ ହିଁ ‘ଆମ ପୋଖରୀ’ ଯୋଜନା ଚଳାଇବେ ରାଜ୍ୟ ସରକାର । ଏହି ଯୋଜନା ପାଇଁ ରାଜ୍ୟ ସରକାର ଟଙ୍କାଟିଏ ବି ନିଜ ବଜେଟ୍‌ରୁ ଖର୍ଚ୍ଚ କରିବେ ନାହିଁ ବରଂ କେନ୍ଦ୍ର ସରକାରଙ୍କ ବଜେଟ୍‌ରୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ବଦଳାଇ ନିଜ ନାଁରେ କରିବା ଧତବ୍ୟ ଅପରାଧ । ନବୀନ ବାବୁ ଏହି ଅପରାଧ ବାରମ୍ବାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୩ବର୍ଷ ହେଲା କେନ୍ଦ୍ରୀୟ ଯୋଜନାକୁ ହଡପ କରି ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ‘ଆମ ପୋଖରୀ’ ଯୋଜନା ଅମୃତ ସରୋବର ଯୋଜନାର ଅଂଶ ବିଶେଷ । ମନରେଗା ଯୋଜନାରେ ଓଡ଼ିଶାକୁ ୨୬ହଜାର ୧୬୬କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ଖନନ ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ଓଡିଶାରେ କାହିଁକି ଅମୃତ ସରୋବର ପୋଖରୀ ପୁନୋରଉଦ୍ଧାର କାମ ସମୟ ଅବଧିଭିତରେ ସରୁନାହିଁ ତାହାର ଉତର ରଖନ୍ତୁ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ପୁଣି ନୂଆ “ଆମ ପୋଖରୀ” ଯୋଜନା ନାଆରେ ଭୂଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଓଡିଶାର ଅନେକ ସହରାଚଂଳରେ ଭଲ ଭଲ ପୋଖରୀ ଥିଲା ଯାହାକୁ ବିଜୁ ଜନତା ଦଳ ସରକାର ରିୟଲଇଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ଟେକି ଦେଲା । ଭୁବନେଶ୍ୱରରେ ମଧ୍ୟ ଅନେକ ପ୍ରାକୃତିକ ଜଳାଶୟ ଥିଲା । ସେସବୁ ପୋଖରୀ ଏବେ ଜବରଦଖଲରେ ରହିଛି ଓ ବିଜୁ ଜନତା ଦଳ ନେତା, ମନ୍ତ୍ରୀମାନେ ମାଡି ବସିବା ସହ ବ୍ୟବସାୟୀମାନେ ମାଡିବସିଛନ୍ତି । ଏହି ପୋଖରୀ ଗୁଡିକ କେବେ ପୁନୋରଉଦ୍ଧାର ହେବ ତାହାର ଜବାବ ରଖନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଆମ ପୋଖରୀ ନାଁରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Leave A Comment

All fields marked with an asterisk (*) are required