Search for:
  • Home/
  • ରାଜ୍ୟ/
  • “ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ

“ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ

Spread the love

Loading

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କହିଲେ ଲୋକେ “କରପସନ୍ ମୋବିଲାଇଜେସନ ଅଫିସ” ବୋଲି ଭାବୁଛନ୍ତି : ଅନିଲ ବିଶ୍ୱାଳ

 ଦୁର୍ନୀତି ଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ନିବିଡ ସର୍ମ୍ପକ ଦିନକୁ ଦିନ ସୂଦୃଢ ହେଉଛି
 ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ
 ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ
 ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀଙ୍କ ଦୁର୍ନୀତି ବେଳେ ଜିରୋ ଟଲେରାନ୍ସ ଟୁଆର୍ଡସ କରପସନ ନୀତି

ଭୁବନେଶ୍ୱର, ତା ୦୬/୦୭: ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମନାକୁ ଆସୁଛି । ନବରଙ୍ଗପୁରରେ ପ୍ରଶାନ୍ତ ରାଉତ ନାମକ ଜଣେ ଅତିରିକ୍ତ ଉପ ଜିଲ୍ଲାପାଳ ର‌୍ୟାଙ୍କର ଅଫିସରଙ୍କ ଘରୁ ୫ କୋଟିର ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା ଯେଉଁଥିରୁ ୩ କୋଟି ଟଙ୍କା ନଗଦ ଅର୍ଥ ଥିଲା । ହେଲେ ଏହି ସରକାରୀ ଅର୍ଥ ଲୁଟର ର‌୍ୟାକେଟରେ ଆଉ କିଏ କିଏ ସାମିଲ ଥିଲେ ତାହା ଭିଜିଲାନସ ତଦନ୍ତ କରିଲା ନାହିଁ । କାହା ସୁପାରିଶ ଆଧାରରେ ୨୦୧୮ରେ ଗିରଫ ହୋଇଥିବା ସେହି ପ୍ରଶାନ୍ତଙ୍କୁ ୨୦୨୦ରେ ପଦନ୍ନୋତି ମିଳିଥିଲା ସେଦିଗରେ ମଧ୍ୟ ଭିଜିଲାନସ ତଦନ୍ତ କଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ପ୍ରଶାନ୍ତଙ୍କର ସର୍ମ୍ପକ ନିବିଡ ଥିଲା । ଏବେ ଆୟକର ବିଭାଗ ଦ୍ୱାରା ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ବ୍ୟବସାୟୀ ଜଗଦିଶ ନାୟକଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସର୍ମ୍ପକ ବ୍ୟକ୍ତଗତ ସ୍ତର । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟବସାୟୀକ ଉସ୍ତ୍ରବରେ ଯୋଗ ଦେଉଥିଲେ, ସାଥୀରେ ତାଙ୍କୁ ଜାପାନ ନେଇଥିଲେ । ଆଗରୁ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣେ ବନ ଅଧୀକାରି ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା । ଆଗରୁ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ନିବିଡତା କଥା ସମସ୍ତେ ଜାଣିଥିଲେ । ଦୁର୍ନୀତି ଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଏହି ସର୍ମ୍ପକ ଦିନକୁ ଦିନ ସୂଦୃଢ ହେଉଛି । ଓଡିଶାର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ “ସିଏମଓ” କୁ “କରପସନ୍ ମୋବିଲାଇଜେସନ ଅଫିସ” ଅର୍ଥାତ ଦୁର୍ନିତିକୁ ସଂଚାଳିତ କରୁଥିବା କାର୍ଯ୍ୟାଳୟ ବୋଲି ଭାବୁଛନ୍ତି ବୋଲି ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ । ଏନସିଆରବି ରିପୋର୍ଟ ତଥ୍ୟ ଅନୁସାରେ ୨୦୧୯ରେ ଓଡିଶାରେ ୮୮ଟି ଆୟ ବର୍ହିଭୁତ ସମ୍ପତି ମାମଲା ରୁଜୁ ହୋଇଥିଲା ଯାହା ଦେଶରେ ସର୍ବାଧୀକ ଥିଲା । ୨୦୨୦ରେ ଏହା ଥିଲା ୯୩, ୨୦୨୧ରେ ଏହା ଥିଲା ୯୨ଟା । ଓଡିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଚୋର ବେଶି ଧରାପଡୁଛନ୍ତି ମାନେ ଚୋରୀ ମଧ୍ୟ ବେଶି ହେଉଛି । ୨୦୨୧ରେ ଓଡିଶାରେ ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା ୧୦୭ କୋଟି । ୨୦୨୨ରେ ଏହା ହେଲା ୧୭୪ କୋଟି । ୨୦୨୩ରେ ଏହା ୨୫୦ କୋଟିକୁ ପାରିହେବା ଭଳି ଲାଗୁଛି । ଏହାର ଅର୍ଥ ହେଲା ଓଡିଶାରେ ସରକାରୀ ଅର୍ଥ ଲୁଟ ବର୍ଷକୁ ବର୍ଷ ବଢୁଛି । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୭ରେ କହିଥିଲେ ପିସି ମଷ୍ଟ ଷ୍ଟପ ବୋଲି ସେ ଏବେ କୁହନ୍ତୁ ଯେ ପିସି କମିଛି ନା ବଢିଛି । ଓଡିଶା କେବଳ ଗରିବରେ ଏକ ନମ୍ବର ନୁହେଁ କି ମହିଳା ବିରୋଧୀ ହିଂସାରେ ଏକ ନମ୍ବର ନୁହେଁ ଓଡିଶା ଦୁର୍ନୀତିରେ ବି ଦେଶରେ ଏକ ନମ୍ବର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଓଡିଶାରେ ଗୋଟିଏ ବର୍ଷରେ ଯେତିକି ଦୁର୍ନୀତି ମାମଲା ରୁଜୁ ହେଉଛି ସେଥିରୁ ନଗଣ୍ୟ ମାମଲାରେ ଫାଇନାଲ ଚାର୍ଜସିଟ ଦାଖଲ ହେଉଛି । ୨୦୨୦ରେ ମୋଟ ୨୪୫ ଟି ମାମଲା ରୁଜୁ ହୋଇଥିଲା ହେଲେ ଫାଇନାଲ ଚାର୍ଜସିଟ ହେଲା ମାତ୍ର ୮ଟିରେ । ୨୦୨୧ରେ ମାମଲା ହେଲା ୨୬୫ଟା, ମାତ୍ର ଫାଇନାଲ ଚାର୍ଜସିଟ ହେଲା ମାତ୍ର ୧୦ଟିରେ । ଏହାର ଅର୍ଥ ହେଉଛି ସରକାର ଚାହାନ୍ତି ନାହିଁ ଯେ ଦୁର୍ନିତି ଗ୍ରସ୍ତ ସରକାରୀ ଅଧୀକାରିମାନେ ଦଣ୍ଡ ପାଆନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଆମ ସରକାର ଦୁର୍ନୀତି ବିରୋଧୀ ନୀତି ( ଜିରୋ ଟଲେରାନ୍ସ ଟୁଆର୍ଡସ କରପସନ ନୀତି ) ଗ୍ରହଣ କରିଛି ବୋଲି ଚିତ୍କାର କରୁଥିବା ବିଜୁ ଜନତା ଦଳ ଜବାବ ଦେଉଯେ କାହିଁକି ଭିଜିଲାନସ ୪ କୋଟି ୨୦ ଲକ୍ଷ ଟଙ୍କାର କୃଷି ସବସିଡ ଘୋଟଲାରେ ରେମୁଣାର ବିଜୁ ଜନତା ଦଳ ବିଧାୟକ ସୁଧାଶୁଂ ପରିଡାଙ୍କ ବିରୋଧରେ ରିପୋର୍ଟ ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଯିଏ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ରଂଜନ କୁମାର ଦାସ ତାଙ୍କ ବିରୋଧରେ ମଧ୍ୟ ଭିଜିଲାନସ ଯାଜପୁରରେ ହୋଇଥିବା କୋଟି କୋଟି ଟଙ୍କାର କଳାମୁଗୁନି ପଥର ଦୁର୍ନୀତିରେ ସମ୍ପୃକ୍ତ ଥିଲେ ବୋଲି ଲେଖିକି ଦେଇଥିଲେ । ହେଲେ ସରକାର ତାଙ୍କୁ ଗିରଫ କରିବେ କଣ ଓଲଟି ସୁପ୍ରିମକୋର୍ଟଙ୍କ ରାୟକୁ ଉଲଙ୍ଘନ କରି ତାଙ୍କର ପଦନ୍ନୋତି ଦେଲେ । ପୁର୍ବତନ ମନ୍ତ୍ରୀ ଦାମ ରାଉତ ଯେଉଁ ୮୦୦ କୋଟି ଟଙ୍କାର କୃଷି ରୁଣ ଦୁର୍ନୀତି କଥା ଉଠାଇଥିଲେ ତାହାର ତଦନ୍ତ କାହିଁକି କରାଗଲା ନାହିଁ ? ବହୁ ଚର୍ଚ୍ଚିତ ପିପିଇ କିଟ ଓ ମାସ୍କ କିଣାରେ କୋଟି କୋଟି ଟଙ୍କା ଲୁଟ ହୋଇଥିଲା ଯେଉଁଥିରେ ରାଜ୍ୟର ୫ ଜଣ ମନ୍ତ୍ରୀ ଓ କିଛି ସଚିବ ବଜାର ଦର ଠାରୁ ଅଧିକ ଟଙ୍କାରେ ଜିନିଷ କିଣି କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ । ଆଠଗଡର ବର୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ତାଙ୍କରି ଅଂଚଳରେ ହୋଇଥିବା କୃଷି ରୁଣ ଘୋଟାଲାରେ ସମ୍ପୃକ୍ତ ଥିବାର ଅଭିଯୋଗ ଅଛି । କୋଭିଡ ସମୟରେ ମଧ୍ୟ ଯେତେବେଳେ ପର୍ଯ୍ୟଟନ ସ୍ଥାନ ସବୁ ବନ୍ଦ ଥିଲ ସେତେବେଳେ ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଗାଡି ଖର୍ଚ୍ଚ ଆକାରରେ ୩୦ ଲକ୍ଷ ଟଙ୍କା ନେଇଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ କଣ ଦୁର୍ନୀତି ନୁହେଁ କି ? କାହିଁକି ରାଜ୍ୟ ସରକାର ଏ ସମସ୍ତଙ୍କ ବିରୋଧରେ ତାଙ୍କ ଦୁର୍ନୀତି ବିରୋଧୀ ନୀତି ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କଟାକ୍ଷ କରି କହିଛନ୍ତି

Leave A Comment

All fields marked with an asterisk (*) are required