Search for:
  • Home/
  • ଜିଲ୍ଲା/
  • ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଘୋଷଣା ହେଲା ମନମୋହନଙ୍କ ଟିମ୍

୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ଘୋଷଣା ହେଲା ମନମୋହନଙ୍କ ଟିମ୍

Spread the love

Loading

ଘୋଷଣା ହେଲା ମନମୋହନଙ୍କ ଟିମ୍
୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ

ଭୁବନେଶ୍ୱର:୦୪.୦୭  ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣାକୁ ନେଇ ଲାଗିରହିଥିବା ଦ୍ୱନ୍ଦର ଅବସାନ ଘଟିଛି । ଦାୟିତ୍ୱ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ସଭାପତି ମନମୋହନ ସାମଲ । ଏହି ତାଲିକାରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ ଅଛନ୍ତି । ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ସମେତ ୫ଟି ମୋର୍ଚ୍ଚାର ସଭାପତିଙ୍କ ନାଁ ଏଥିରେ ଘୋଷଣା କରାଯାଇଛି । ଇରାଶିଷ ଆଚାର୍ଯ୍ୟଙ୍କ ଜାଗାରେ ଅଭିଳାଷ ପଣ୍ଡାଙ୍କୁ ଯୁବମୋର୍ଚ୍ଚା ସଭାପତି କରାଯାଇଛି ।
ଉପସଭାପତି: ନାଉରି ନାୟକ(ବିଧାୟକ), ଅପରାଜିତା ଷଡ଼ଙ୍ଗୀ(ସାଂସଦ), ରବି ନାରାୟଣ ନାଏକ, ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ବିଧାୟକ), ଗୋଲକ ପ୍ରସାଦ ମହାପାତ୍ର, ଶ୍ରୀମତୀ କୁସୁମ ଟେଟେ(ବିଧାୟିକା), ଡ. ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ୍, ବିରଞ୍ଚି ନାରାୟଣ ତ୍ରିପାଠୀ
ସାଧାରଣ ସମ୍ପାଦକ: ସାରଦା ପ୍ରସାଦ ଶତପଥୀ, ଡ. ଯତୀନ ମହାନ୍ତି, ଶ୍ରୀମତୀ ପୂର୍ଣ୍ଣିମା କେରେକେଟା, ସୀମାଞ୍ଚଳ ଖଟେଇ
ସାଧାରଣ ସମ୍ପାଦକ(ସଂଗଠନ): ମାନସ କୁମାର ମହାନ୍ତି
ସମ୍ପାଦକ: ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ଶ୍ରୀମତୀ ସିପ୍ରା ବାଜପେୟୀ, ଅଭିମନୁ୍ୟ ସେଠୀ, ସରୋଜ କୁମାର କାରା, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ପୂର୍ଣ୍ଣିମା ନାୟକ, ଇରାଶିଷ ଆଚାର୍ଯ୍ୟ
କୋଷାଧ୍ୟକ୍ଷ: ସୁଦର୍ଶନ ଗୋୟଲ
ଯୁଗ୍ମ କୋଷାଧ୍ୟକ୍ଷ: ଦିବାକର ହରିଚନ୍ଦନ
ସମ୍ପାଦକ(ଅଫିସ ସେକ୍ରେଟାରୀ): ଦେବେନ୍ଦ୍ର କୁମାର ନନ୍ଦ
ସୋସିଆଲ୍ ମିଡିଆ ଇନ-ଚାର୍ଜ: ଉମାକାନ୍ତ ପଟ୍ଟନାୟକ
ରାଜ୍ୟମୋର୍ଚ୍ଚା ସଭାପତି
ଯୁବମୋର୍ଚ୍ଚା: ଅଭିଳାଷ ପଣ୍ଡା
ମହିଳା ମୋର୍ଚ୍ଚା: ଐଶ୍ୱର୍ଯ୍ୟା ବିଶ୍ୱାଳ
କିଷାନ ମୋର୍ଚ୍ଚା: ମହେଶ୍ୱର ସାହୁ
ଏସଟି ମୋର୍ଚ୍ଚା: ନିତ୍ୟାନନ୍ଦ ଗଣ୍ଡ(ବିଧାୟକ)
ଏସସି ମୋର୍ଚ୍ଚା: ଡ. ବିଭୂ ପ୍ରସାଦ ତରାଇ
ଓବିସି ମୋର୍ଚ୍ଚା: ସୁରଥ ବିଶ୍ୱାଳ

Leave A Comment

All fields marked with an asterisk (*) are required