Search for:
  • Home/
  • ରାଜ୍ୟ/
  • ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ

Spread the love

Loading

ନିର୍ବାଚନ ପ୍ରଚାର ପାଇଁ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ

 ଭୁବନେଶ୍ୱରରେ ଆସନ୍ତା କାଲି ବିଜେପି ସଂକଳ୍ପ ପତ୍ରକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା
 ଆସନ୍ତା କାଲି ରାତି ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି
 ଆସନ୍ତା କାଲି ଭୁବନେଶ୍ୱରରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ମୋଦିଜୀ
 ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରଠାରେ ଅନୁଷ୍ଠିତ “ବିଜୟ ସଂକଳ୍ପ ସମାବେଶ”କୁ ସମ୍ବୋଧନ କରିବେ

ଭୁବନେଶ୍ୱର, ତା.୦୪/୦୫: ଓଡିଶାର ସାମୁହିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ବିକଶିତ ଓଡିଶା ଗଠନ ପାଇଁ ବିଜେପି ସରକାର ଦରକାର । ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ, ପରଂପରା, କଳା, ଭାସ୍କର୍ଯ୍ୟ ଆଦିର ସୁରକ୍ଷା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଓଡିଶାବାସୀଙ୍କ ସେବା ପାଇଁ ବିଜେପିକୁ ଥରେ ସୁଯୋଗ ଦେବାକୁ ରାଜ୍ୟବାସୀ ମନସ୍ଥିର କରିଛନ୍ତି । ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ଓ ବ୍ୟଭୀଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ୟକ । ଘରେ ବସି ରହିଲେ ଓ ମିଛ ପ୍ରଚାର କରି ଭ୍ରମ ଧାରଣା ସୃଷ୍ଟି କରିଲେ ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ ହେବ ନାହିଁ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସନ୍ତା କାଲି ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଅପରାହ୍ନ ୩.୩୦ରେ ଶ୍ରୀ ନଡ୍ଡା “ବିଜେପି ସଂକଳ୍ପ ପତ୍ର”କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ନଡ୍ଡା ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ରାତି ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଆସନ୍ତା କାଲି ଭୁବନେଶ୍ୱରରେ ରାତ୍ରିଯାପନ ପରେ ଶ୍ରୀ ମୋଦି ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରର ଚିକିଲି ଛକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

 

Leave A Comment

All fields marked with an asterisk (*) are required