Search for:
  • Home/
  • ରାଜ୍ୟ/
  • ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ*

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ*

Spread the love

Loading

*ମିଶ୍ରଣ ପର୍ବ*

*ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ*

ଭୁବନେଶ୍ୱର, ତା.୨୩/୦୪: ମୋ ପାଖରେ ଟଙ୍କା ନାହିଁ କି ଖଣି, ଖାଦାନ ଓ ଇଣ୍ଡଷ୍ଟ୍ରି ନାହିଁ । ଏଥିଲାଗି ମୁଁ ନିର୍ବାଚନ ଟିକେଟ୍‌ରୁ ବାଦ୍ ପଡିଲି । ବିଜେଡି ପାଇଁ ୧୦ବର୍ଷ କାମ କଲି, କିନ୍ତୁ ମୋର ପରିଶ୍ରମକୁ ସେମାନେ ଟଙ୍କାରେ ତଉଲିଲେ । ଦଳମତ ନିର୍ଭିଶେଷରେ ଲୋକଙ୍କ ପାଇଁ କାର୍ଯ୍ୟ କରେ । କିନ୍ତୁ ହିନ୍ଦୋଳ ମାଟିର ସ୍ୱାଭିମାନ, ଅସ୍ମିତାକୁ ବିଜେଡି ଦଳ ଟଙ୍କାରେ ତଉଲିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ମୁଁ ବିଜେଡି ରହିଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମହିଳା ସଶକ୍ତୀକରଣ ପାଇଁ ବଳିଷ୍ଟ ପଦକ୍ଷେପରେ ପ୍ରଭାବିତ ହୋଇଥିଲି । ମୋଦିଜୀଙ୍କ ବିକାଶ ଅଭିଯାନକୁ ମୁଁ ଗାଁ ଗାଁରେ ପହଂଚାଇବି ବୋଲି ବିଧାୟିକା ସୀମାରାଣୀ ନାୟକ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ନାୟକଙ୍କ ସହ ହିନ୍ଦୋଳ ଏନଏସି ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ହିନ୍ଦୋଳ ବ୍ଲକ ସଭାପତି ତଥା ଉପାଧ୍ୟକ୍ଷ ବରୁଣ କୁମାର ସାରା, ଏନଏସି ଛାତ୍ର ସଭାପତି ଶ୍ୟାମଳ ଚନ୍ଦ୍ର ଜେନା, ଯୁବ ସଭାପତି ଦୁଃଖବନ୍ଧୁ ପ୍ରଧାନ, ଯୁବ ଉପସଭାପତି ରାମଚନ୍ଦ୍ର ଆଚାର୍ଯ୍ୟ, ସିରିନି ବିଶ୍ୱାଳ, ଅସିତ୍ ସାହୁ, କମିଟି ସଦସ୍ୟ ସନ୍ତୋଷ ନାୟକ, ବୁଣାକାର ସଂଘର ରାଜ୍ୟ ସଭାପତି ପିତବାସ ନାଏକ, ଚରଣ ପ୍ରଧାନ, ନବ ବାରିକ, ଜୋରନ୍ଦା ପଂଚାୟତର ସଭାପତି ମଳୟ ସାହୁ, ଗଳପଡା ସରପଂଚ ନର୍ମଦା ସେଠୀ, ପିପିକୋଟ ସରପଂଚ ପ୍ରତାପ ପ୍ରଧାନ, ଦିବାକର ନାଏକ, ପାତାଳ ଏମପିଏସ୍ ପ୍ରଭାସ ଖୁଂଟିଆ, ଏସସିଏସଟି ବିଭାଗ ସଦସ୍ୟ ଗିରିଶ ବେହେରା, କାଂଟିମିଲି ଗ୍ରାମ ପଂଚାୟତ ଉପସଭାପତି ପ୍ରଦୀପ ବେହେରା, ପିପିକୋଟ ଏମପିଏସ ପ୍ରକାଶ ବେହେରା, ଜୋରନ୍ଦା ଉପସଭାପତି ଚିତରଞ୍ଜନ ସାହୁ, ଗଳପଡା ଏମପିଏସ୍ ଦେବାଶିଷ ଦଳାଇ, କଂଟାମିଲା ଗୃହ କମିଟି ସଦସ୍ୟ ତାରେଣୀ ସେନ୍ ବେହେରା, ଓଡପଡା ଛାତ୍ର ବିଜେଡି ସଭାପତି ଅରୁଣ ପଣ୍ଡା, ନିମିଧା କୋଡପଡା ବ୍ଲକ ସରପଂଚ ଝିମିକି ବେହେରା, ସୁଜନ ନାଏକ, ସନ୍ତୋଷ ନାଏକ, ଉପେନ୍ଦ୍ର ତ୍ରିପାଠୀ, ଆନନ୍ଦ ବେହେରା, ବିଜେଡିର ଉପସଭାପତି ଶ୍ୟାମସୁନ୍ଦର ସାହୁ, ପଂଚାୟତ ସଭାପତି ପ୍ରଦୀପ ସାହୁ, ଦୀପକ ନାଥ ପ୍ରମୁଖ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ସେହିପରି ଯୁବ ସମାଜସେବୀ ସଞ୍ଜୟ କୁମାର ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାବଗ୍ରାହି ନାଏକ, ସରପଂଚ ଅଶୋକ କୁମାର ନାଏକ, ନାଏବ ସରପଂଚ ଶ୍ରୀନିବାସ ଜେନା, ରଘୁନାଥ ଜେନା, ୱାର୍ଡସଭ୍ୟ ବିପିନି ବିହାରୀ ବେହେରା, ନାଏବ ସରପଂଚ ପ୍ରଭାକର ନାଏକ, ରମେଶଚନ୍ଦ୍ର ସାହୁ, ସନ୍ତୋଷ କୁମାର ନାୟକ, ଧ୍ରୁବ ଚରଣ ସାମଲ, ସୁବାଷ ସାମଲ, ସଂଗ୍ରାମ ସାମଲ, ସଂଗ୍ରାମ ବେହେରା, ସତ୍ୟରଞ୍ଜନ ସାହୁ, ସସ୍ମିତ ଧୀର, ସୁନୀତା ନାଥ, ବିଦ୍ୟାଧର ବେହେରା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଭ୍ରଷ୍ଟ ଓ କୁଶାସନରୁ ନିସ୍ତାର ଚାହୁଁଛନ୍ତି ଓଡ଼ିଶାବାସୀ । ସାଂସଦ, ବିଧାୟକମାନଙ୍କୁ ବିଜେଡି କ୍ରୀତଦାସର ବ୍ୟବହାର କରେ । ଏଥିଲାଗି ଓଡ଼ିଶାର ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥର ନିର୍ବାଚନରେ ଲୋକେ ନେତୃତ୍ୱ ନେଉଛନ୍ତି । ଏଥିଲାଗି ପ୍ରତ୍ୟେକ ଦିନ ସହର ଓ ଗ୍ରାମାଂଚଳରେ ହଜାର ହଜାର ନେତା ବିଜେପି ସହ ଯୋଗ ଦେଉଛନ୍ତି । ବିଜେଡି ଖସୁଛି, ବିଜେପି ବଢ଼ୁଛି । ଆଜିର ମିଶ୍ରଣ ପର୍ବ ଆମ ପାର୍ଟିକୁ ଶକ୍ତିଶାଳୀ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।
ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ ସରୋଜ କର, ଢ଼େଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ସଂଯୋଜକ ପ୍ରେମାନନ୍ଦ ଜେନା, ହିନ୍ଦୋଳ ବିଧାନସଭା ସଂଯୋଜକ ପ୍ରଶାନ୍ତ ପ୍ରଧାନ, ସହସଂଯୋଜକ ସହଦେବ ପୃଷ୍ଟି, ଉପସଭାପତି ଇତିଶ୍ରୀ ସାହୁ, ଜିଲ୍ଲା ସମ୍ପାଦକ ସୁଶାନ୍ତ ପତି, ଜିଲ୍ଲା ଉପସଭାପତି ସୁଶାନ୍ତ ବେହେରା, ମଣ୍ଡଳ ସଭାପତି ଜୀବନ ମିଶ୍ର, ଅଶୋକ ରାଉତ, ମନୋରଞ୍ଜନ ନାଥ, କ୍ଷୀରୋଦ ପାତ୍ର, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required