Search for:
  • Home/
  • ରାଜ୍ୟ/
  • କଟକ ଜିଲ୍ଲା ବଡମ୍ବାରେ ‘ଜନ ଆକ୍ରୋଶ ସମାବେଶ’ ଯୋଗଦେଲେ ରାଜ୍ୟ ସଭାପତି

କଟକ ଜିଲ୍ଲା ବଡମ୍ବାରେ ‘ଜନ ଆକ୍ରୋଶ ସମାବେଶ’ ଯୋଗଦେଲେ ରାଜ୍ୟ ସଭାପତି

Spread the love

Loading

ନବୀନ ସରକାରରେ ଆଖି, କାନ, ନାକ ଅଦୃଶ ହୋଇଗଲାଣି
: ମନମୋହନ ସାମଲ

 କଟକ ଜିଲ୍ଲା ବଡମ୍ବାରେ ‘ଜନ ଆକ୍ରୋଶ ସମାବେଶ’ ଯୋଗଦେଲେ ରାଜ୍ୟ ସଭାପତି
 ୨୩ବର୍ଷ ଶାସନରେ ଗୋଟିଏ ବି ଶିଳ୍ପକଳ ପ୍ରତିଷ୍ଠା କରିନଥିବା ବିଜେଡି ସରକାର ଅମଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି
 ଚିନିକଳ କରିବାର କ୍ଷମତା ନାହିଁ, ବଡମ୍ବା ସମବାୟ ଚିନିକଳ ନିଲାମ କରିବାକୁ ଅଧିକାର କିଏ ଦେଲା?

କଟକ/ଭୁବନେଶ୍ୱର, ତା.୩୦/୦୯ : ଓଡ଼ିଶାରେ ଦୀର୍ଘ ୨୩ବର୍ଷର ବିଜେଡିର ନିରୁଙ୍କଶ ଶାସନ ପରେ ମଧ୍ୟ ରାଜ୍ୟର ସଠିକ୍ ବିକାଶ ହୋଇପାରିଲା ନାହିଁ । ନବୀନ ସରକାରରେ ଆଖି, କାନ, ନାକ ଅଦୃଶ ହୋଇଗଲାଣି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକମାନେ ଓଡ଼ିଶାରେ ଦେଖାଯାଉନାହାନ୍ତି । ୨୩ବର୍ଷ ନବୀନ ସରକାରରେ କୃଷକ, ଯୁବକ, ଛାତ୍ରଛାତ୍ରୀ, ଶିକ୍ଷକମାନେ କେହି ଶାନ୍ତିରେ ନାହାନ୍ତି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଯେଉଁଠି ଅଦୃଶ ସେ ସରକାର ଆଉ ଚାଲିବ ନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣିହେଉନାହିଁ । ଓଡ଼ିଶାର ଲୋକ ଏବେ ସରକାର ପରିବର୍ତନ କରିବେ ବୋଲି ସଂକଳ୍ପ ନେଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
କଟକ ଜିଲ୍ଲା ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର କୃଷିଭିତିକ ଶିଳ୍ପ ‘ଚିନି କଳ’ ନିଲାମ ପ୍ରତିବାଦରେ ବିଶାଳ ଜନଆକ୍ରୋଶ ସମାବେଶ ବଡମ୍ବା କଲେଜ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ କହିଛନ୍ତି ଯେ, କଟକ ବଡମ୍ବା ନରସିଂହପୁରରେ ଅଦୃଶ ଶକ୍ତି କାମ କରୁଛି । ଭାରତୀୟ ଜନତା ପାର୍ଟି ସଭା କରିବା ପାଇଁ ଅନୁମତି ଦେବାକୁ ପ୍ରଶାସନ ଆଗପଛ ହେଉଥିଲା । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ବିଜେଡି ସରକାରରେ ଭୟ ଘାରିଛି । ଗଣତନ୍ତ୍ରର ଅର୍ଥ ଯିଏ ଭୁଲ କରୁଛି ତାକୁ ସମାଲୋଚନା କରାଯାଇ ପାରିବ । ପୂର୍ବରୁ ହୀନମାନସିକା କଂଗ୍ରେସର ଥିଲା, ଏବେ ତାହା ବିଜେଡିକୁ ଗ୍ରାସ କରିଛି । ବିଜେପି ସଭା କଲେ ଅନୁମତି ଦେବେ ନାହିଁ । ବିଜେଡି ବିରୋଧରେ ଯିଏ କହିବ ତାକୁ ସେମାନେ ଦଳରୁ କାଢ଼ିଦେବେ, ଜେଲ୍‌ରେ ଭର୍ତି କରିବେ । ବିଜୁ ଜନତା ଦଳର ଗଣତନ୍ତ୍ର ରହିବା ଦରକାର ଓ ରାଜ୍ୟରେ ବି ଗଣତନ୍ତ୍ର ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ସାମଲ କହିଛନ୍ତି ।
୨୩ବର୍ଷ ଶାସନରେ ଗୋଟିଏ ବି ଶିଳ୍ପକଳ ପ୍ରତିଷ୍ଠା କରିନଥିବା ବିଜେଡି ସରକାର ଅମଳରେ ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଯାଇଛି । ଚିନିକଳ କରିବାର କ୍ଷମତା ନାହିଁ, ବଡମ୍ବା ସମବାୟ ଚିନିକଳ ନିଲାମ କରିବାକୁ ଅଧିକାର କିଏ ଦେଲା? ବଡମ୍ବାବାସୀଙ୍କ ଲାଇଫ ଲାଇନ ସମବାୟ ଚିନି କଳ । ନବୀନ ବାବୁ ଚିନିକଳ ବନ୍ଦ କରିବା ପାଇଁ କେତେ ଟଙ୍କା ଖାଇଛନ୍ତି ବୋଲି ପ୍ରଶ୍ନ କରିବା ସହିତ ଯଦି ରାଜ୍ୟ ସରକାର ଚିନିକଳ ବନ୍ଦ କରନ୍ତି ତାହାଲେ ବିଜେପି ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡ଼ିଶାରେ ପର୍ଯ୍ୟଟନ, କୃଷି, ଖଣିଜ ସମ୍ପଦର ସୁଦୃଢ ଭିତିଭୂମି ଥିଲେ ବି ଓଡ଼ିଶାବାସୀ ଦାଦନ ଖଟୁଛନ୍ତି । ନବୀନ ବାବୁ ନିଜ ବ୍ୟକ୍ତିଗତ ସଚିବଙ୍କ ହେଲିକେପ୍ଟର ବୁଲିବାରେ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ସେହି ଟଙ୍କା ଓଡ଼ିଶାବାସୀଙ୍କ ପାଇଁ ଖର୍ଚ୍ଚ କଲେ ଲୋକେ ଦାଦନ ଖଟିବାରୁ ବଂଚିତ ହୁଅନ୍ତେ । ଅଣଓଡ଼ିଆ ଆଜି ଓଡ଼ିଶାରେ ପ୍ରଭାବ ବିସ୍ତାର କରି ଓଡ଼ିଶାର ସମସ୍ତ ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ଓଡ଼ିଆଙ୍କୁ ଦାଦନ ଘଟାଉଛି । ଯାହାକୁ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡ଼ିଶାରେ କୃଷିଭିତିକ ଉନ୍ନତି ହେଉ ବୋଲି ମୋଦିଜୀ ଚାହୁଛନ୍ତି । ଏନେଇ ମୋଦିଜୀ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ଓ ଚାଷୀ ସ୍ୱାବଲମ୍ବୀ କିଭଳି ହେବେ ସେ ବ୍ୟବସ୍ଥା କରିଛନ୍ତି । ଆଖୁଚାଷ ପାଇଁ ଦେଶର ସବୁଠୁ ଉର୍ବର ମୃତିକା ଓଡ଼ିଶାରେ ଅଛି । କିନ୍ତୁ ରାଜ୍ୟ ସରକାର ଚାଷୀଙ୍କୁ ସାହାଯ୍ୟ ନକରି ଚିନି କଳ ବନ୍ଦ କରି ହଜାର ହଜାର ଚାଷୀ ଓ ଶ୍ରମିକଙ୍କ ପରିବାରକୁ ତଳିତଳାନ୍ତ କରିଦେବାର ସୁବ୍ୟବସ୍ଥା କରୁଛନ୍ତି, ଯାହାକୁ ଭାରତୀୟ ଜନତା ପାର୍ଟି କେବେ ସଫଳ ହେବାକୁ ଦେବ ନାହିଁ । ଓଡ଼ିଶାରେ ଚାଷୀ ବିରୋଧୀ ସରକାର । ନବୀନ ସରକାର ଚାଷୀଙ୍କୁ ମରୁଡି କ୍ଷତିପୂରଣ ଦେଲେ ନାହିଁ । ଏନେଇ ଚାଷୀମାନେ ହାଇକୋର୍ଟର ଦ୍ୱାରସ୍ଥ ହେଲେ । ଏହାପରେ ଓଡ଼ିଶାରେ ହାଇକୋର୍ଟ ଅର୍ଡର ଦେଲେ ବି ରାଜ୍ୟ ସରକାର ମାନିଲେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡ଼ିଶାରେ ଏକଛତ୍ରବାଦୀ ସରକାର ଚାଲିଛି । ନବୀନ ସରକାର ଚାଷୀଙ୍କୁ ବାରମ୍ବାର ପ୍ରତାରଣା କରିଛି । ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ଠକି ଦେଇଛି । ନିର୍ବାଚନ ଆସିଲେ ନବୀନ ବାବୁ ଓଡ଼ିଶାବାସୀଙ୍କୁ ଘୋଷଣା ଓ ପ୍ରତିଶ୍ରୁତି ଦେଇଥାନ୍ତି । ନିର୍ବାଚନ ସରିବା ପରେ ତାହା କାଗଜ କଲମ ଓ ଘୋଷଣାରେ ସିମୀତ ହୋଇ ରହିଯାଏ । ୨୩ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ୱାସର ବିଷ ଦେଇ ଆସୁଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ସାମଲ କହିଛନ୍ତି ।
କଂଗ୍ରେସ ସରକାର ୨୦୦୪ ରୁ ୨୦୧୪ର ୧୦ବର୍ଷରେ ୨ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଇଥିଲା । ମୋଦି ସରକାର ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଦେଲେ ଓଡ଼ିଶାକୁ । ଏହି ଟଙ୍କାର ହିସାବ ନବୀନ ସରକାର ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ଦଳବେହେରା, ବିଭୂଦତ ପଟ୍ଟନାୟକ, ମନୋଜ ପଣ୍ଡା, ସନ୍ତୋଷ ବେହେରା ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required