Search for:
  • Home/
  • ରାଜ୍ୟ/
  • କଟିଲା ପ୍ରତିଷ୍ଠାତା ସଦସ୍ୟ ବିଜେଡି।

କଟିଲା ପ୍ରତିଷ୍ଠାତା ସଦସ୍ୟ ବିଜେଡି।

Spread the love

Loading

ବିଜେଡି ତାଲିକା ; କଟିଲା ପ୍ରତିଷ୍ଠାତା ସଦସ୍ୟ ଅମରଙ୍କ ଟିକେଟ

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡି ଷଷ୍ଠ ପର୍ଯ୍ୟାୟରେ ୯ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରି ବଡଚଣାରୁ ଅମର ଶତପଥୀଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଦେଲା ଟିକେଟ । ବିଜେଡିର ବରିଷ୍ଠ ନେତା ତଥା ଦଳର ଜଣେ ପ୍ରତିଷ୍ଠାତା ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ଶକ୍ତ ଧକ୍କା ଲାଗିଛି । ଅମର କିମ୍ବା ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କଲା ନାହିଁ । ସେହିପରି କେନ୍ଦ୍ରାପଡାରେ ବରିଷ୍ଠ ବିଧାୟକ ଶଶୀ ଭୂଷଣ ବେହେରାଙ୍କୁ ବାଦ ଦେଇ କଂଗ୍ରେସରୁ ଆସି ଯୋଗ ଦେଇଥିବା ଗଣେଶ୍ୱରଙ୍କ ଉପରେ ଭରଷା କରିଛନ୍ତି ନବୀନ । ସିମୁଳିଆରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପାଣିଗ୍ରାହିଙ୍କ ଟିକେଟ ମଧ୍ୟ କଟିଛି । ଚମ୍ପୁଆରେ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଟିକେଟ କଟିଛି । ସେଠି ସନାଙ୍କ ଉପରେ ଦଳ ଭରଷା କରିଛି । ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ, ରେମୁଣା ବିଧାୟକ ଶୁଧାସୁଂ ଶେଖର ପରିଡାଙ୍କ ଟିକେଟ କଟିଛି । ଘୋଷିତ ୯ଟି ଆସନରେ ୪ ଜଣ ମହିଳା ସ୍ଥାନ ପାଇଛନ୍ତି । ଏହି ପର୍ଯ୍ୟାୟରେ ବିଜେଡି ୬ ବିଧାୟକଙ୍କୁ ଟିକେଟ ଦେବାରୁ ବଞ୍ଚିତ କରିଛି ।

୧)ଚିଲିକା-ରଘୁନାଥ ସାହୁ
୨)ବଡଚଣାର-ବର୍ଷା ପ୍ରିୟଦର୍ଶିନୀ
୩)ଆନନ୍ଦପୁର-ଅଭିମନ୍ୟୁ ସେଠୀ
୪)କେନ୍ଦ୍ରାପଡା-ଗଣେଶ୍ୱର ବେହେରା
୫)ଚମ୍ପୁଆ-ସନାତନ ମହାକୁଡ
୬)ସାରସକଣା-ଦେବାଶିଷ ମାରାଣ୍ଡି
୭)କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ
୮)ରେମୁଣା-ବିଦ୍ୟାସ୍ମିତା ମହାଳିକ
୯)ସିମୁଳିଆ-ସୁଭାଷିନୀ ସାହୁ

ସୂଚନାଯୋଗ୍ୟ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୩୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୧୩ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

Leave A Comment

All fields marked with an asterisk (*) are required