Search for:
  • Home/
  • ରାଜ୍ୟ/
  • ଅଣଦେଖା କରୁଛି ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛି କେନ୍ଦ୍ର

ଅଣଦେଖା କରୁଛି ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛି କେନ୍ଦ୍ର

Spread the love

Loading

ଖୋର୍ଦ୍ଧା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ଅଣଦେଖା କରୁଛି କେନ୍ଦ୍ର

ଭୁବନେଶ୍ୱର: ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଅଣଦେଖା କରୁଛନ୍ତି କେନ୍ଦ୍ର ସରକାର। ବାରମ୍ବାର ଦାବି ପରେ ବି ମିଳୁନି ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା। ଏନେଇ କେନ୍ଦ୍ର ସରକାରଙ୍କୁ ଘେରିବା ସହିତ ବିଜେପିକୁ ସମାଲୋଚନା କରିଛି ବିଜେଡି। ପ୍ରେସମିଟରେ ବିଜେଡି କହିଛି ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଦ୍ୱାରା ସଂଗ୍ରାମ ଆରମ୍ଭ ହୋଇଥିଲା। ଯାହାକି ଦେଶ ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ। ପାଇକ ବିଦ୍ରୋହକୁ ପ୍ରଥମ ଭାରତୀୟ ମୁକ୍ତି ସଂଗ୍ରାମ ଭାବେ ଘୋଷଣା ପାଇଁ ଦାବି କରୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୭ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ୧୦ ଏକର ଜାଗା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ମାଗଣାରେ ଯୋଗାଇ ଦେଇଛନ୍ତି। ଯାହାର ମୂଲ୍ୟ ପାଖାପାଖି ୩୦ କୋଟି ଟଙ୍କା ହେବ। ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯, ୨୦୨୦, ୨୦୨୧ରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରି ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡି ବିଧାୟକ ମିଳିତ ଭାବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ।

Leave A Comment

All fields marked with an asterisk (*) are required