Search for:
  • Home/
  • ରାଜ୍ୟ/
  • ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏକ ଦିବସୀୟ ଆଲୋଚନା ଚକ୍ର

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏକ ଦିବସୀୟ ଆଲୋଚନା ଚକ୍ର

Spread the love

Loading

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏକ ଦିବସୀୟ ଆଲୋଚନା ଚକ୍ର

ଭୁବନେଶ୍ୱର:ଆଜି ତା ୧୩/୦୧/୨୦୨୪ରିଖ ରେ ଭାରତୀୟ ଦାର୍ଶନିକ ଗବେଷଣା ପରିଷଦ ଆନୁକୂଲ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନ ବିଭାଗ ଦ୍ଵାରା ” ଭାରତୀୟ ସଂସ୍କୃତିରେ ଜଡିତ ମୋୖଳିକ ମୂଲ୍ୟବୋଧ ଏବଂ ଜାତୀୟ ପୁନଃ ନିର୍ମାଣ ସହ ସେମାନଙ୍କର ପ୍ରସଙ୍ଗିକତା ” ବିଷୟକ ଏକ ଏକଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି. ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ, ଉପାଧ୍ୟାକ୍ଷ ଡ଼. ମଧୁବ୍ରତା ଶତପଥୀ ଉଦଘାଟନ କରିଥିଲେ…
ଉକ୍ତ ଆଲୋଚନା ଚକ୍ରରେ ପ୍ରଫେସର ପତିତପାବନ ଦାସ, ପ୍ରଫେସର ହରିଶ ଚନ୍ଦ୍ର ସାହୁ, ଡ଼. କେ ଓମ ନାରାୟଣ ରାଓ ଏବଂ ଡ଼.କଲ୍ୟାଣୀ ଷଡ଼ଙ୍ଗୀ ଯଥାକ୍ରମେ ଯୋଗଦେଇ ଉପରୋକ୍ତ ବିଷୟ ବସ୍ତୁ ସମ୍ପର୍କରେ ଦୀକ୍ଷାନ୍ତ ମତ ପ୍ରଦାନ ଓ ଯଥାବିଧି ଆଲୋଚନା କରିଥିଲେ..ସମାଜରେ ଦର୍ଶନର ଆବଶ୍ୟକତା ଓ ସାମ୍ପ୍ରତିକ ପରିସ୍ଥିତିରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ପ୍ରଫେସର ପତିତପାବନ ଦାସ ଆଲୋକପାତ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ.. ଏହି ଏକଦିବସୀ ୟ କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସଫଳ କରିବା ସହ ଦର୍ଶନଶାସ୍ତ୍ର ସମ୍ପର୍କ ରେ ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ଆହୋରଣ କରିଥିଲେ..
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଆଡ଼ମିନଷ୍ଟ୍ରେଟିଭ ଡ଼. ସବିତା ହରିଚନ୍ଦନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ଼. ଲିଜାମୟୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ ଆଲୋଚନା ବିଷୟ ବସ୍ତୁ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ… ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ଅନେକ ଛାତ୍ରଛାତ୍ରୀ ଉକ୍ତ ଆଲୋଚନାଚକ୍ରରେ ଭାଗନେଇଥିଲେ… ପରିଶେଷରେ ବିଭାଗର ଅଧ୍ୟାପିକା ଶାଶ୍ୱତୀ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required