Search for:

ଜନ୍ମଦିନରେ ରକ୍ତଦାନ ଶିବିର

Spread the love

Loading

ଜନ୍ମଦିନରେ ରକ୍ତଦାନ ଶିବିର

ଭୁବନେଶ୍ୱର – ଯୁବ ସମାଜସେବୀ ଦେବାଶିଷ ବେହେରା ଙ୍କ ଜନ୍ମଦିନ ଅବସରେ କଲ୍ୟାଣପୁର ଶାସନ ଅଙ୍ଗନବାଡ଼ି କେନ୍ଦ୍ର ପରିଶେଷରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମୂଖ୍ୟ ଅତିଥି ଭାବେ ଟିକରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ସଂଘମିତ୍ରା ‌ପାଳ ଓ ସମ୍ମାନିତ ଅତିଥି ଭାବେ ହେମନ୍ତ ପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଜଧାନୀ ଡାକ୍ତର ଗାନ ରକ୍ତକେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଦେବାଶିଷ ମିଶ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ 40 ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବେହେରା, ମିଶନ ରକ୍ତଦାନର ଗୁନୁ ଆଶ୍ଚର୍ଯ୍ୟ, ପ୍ରକାଶ ଚନ୍ଦ୍ର ସ୍ୱ।ଇଁ, ଆଶିଷ ବେହେରା, ଶୁଭାଶିଷ ବେହେରା ହରପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରୁଥିଲେ।

Leave A Comment

All fields marked with an asterisk (*) are required