Search for:

ବିଜୁ ବାବୁ ଦି ଲିଜେଣ୍ଡ ଉନ୍ମୋଚିତ।

Spread the love

Loading

ବିଜୁ ବାବୁ ଦି ଲିଜେଣ୍ଡ ଉନ୍ମୋଚିତ

ଭୁବନେଶ୍ୱର,୨୩.୭ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆତ୍ମଜୀବନୀ ଉପରେ ରଚିତ ପୁସ୍ତକ ବିଜୁ ବାବୁ ଦି ଲିଜେଣ୍ଡ ଉନ୍ମୋଚିତ ହୋଇଯାଇଛି ।ଭୁବନେଶ୍ୱର ୟୁନିଟ ନଅ ସ୍ଥିତ ରେଡକ୍ରସ ଭବନ ଠାରେ ପୂର୍ବତନ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ କୁମାର ପାଟଶାଣୀ, ବିଶିଷ୍ଟ ଅତିଥି ଭାବେ ଜୟଦେବ
ବିଧାୟକ ଅରବିନ୍ଦ ଢାଲି, ମୁଖ୍ୟବକ୍ତା ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅର୍ଥ ପରାମର୍ଶ ଦାତା ମନୋରଂଜନ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ କାଳିଚରଣ ସିଂ ଯୋଗଦେଇ ବିଜୁ ବାବୁଙ୍କ ନିର୍ଭିକତା, ଉଦ୍ୟୋଗୀ ପଣିଆ,
ଦୁଃସାହାସିକତା ଓ ସ୍ୱାବଲମ୍ବୀତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଡଃ ସୁଶାନ୍ତ ଦାସଙ୍କ ରଚିତ ବିଜୁ ବାବୁ ଦି ଲିଜେଣ୍ଡ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ବିଜୁ
ପଟ୍ଟନାୟକଙ୍କର ଜୀବନଶୈଳୀ, ଓଡିଶାର ବିକାଶ ପାଇଁ ନେଇଥିବା ପଦକ୍ଷେପ, ଓଡିଆ ପ୍ରୀତି ଓ ଜାତୀୟ, ଆର୍ନ୍ତଜାତୀୟ ସ୍ତରରେ ରହିଥିବା ବିଭିନ୍ନ କିର୍ତ୍ତୀ ସମ୍ବଦ୍ଧରେ ପୁସ୍ତକଟିରେ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ
ଦ୍ୱାରା ବିଜୁ ବାବୁଙ୍କ ଉପରେ ଆଧାରିତ ଚିତ୍ରାଙ୍କନ, ବକ୍ତୁତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଭଗବାନ ଦାଶଙ୍କୁ କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ବହୁ ବିଜୁପ୍ରେମୀ ଯୋଗଦାନ କରିଥିଲେ । ଶେଷରେ ତପନ କୁମାର
ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required