Search for:
  • Home/
  • ରାଜ୍ୟ/
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଫୁଲ ଭାବରେ ସମ୍ବାଦନା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଫୁଲ ଭାବରେ ସମ୍ବାଦନା।

Spread the love

Loading

ଭୁବନେଶ୍ୱର:ବୁଢାପାଳ ରାଜରାସ୍ତା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷକ କରୁଛନ୍ତି ଆମ ନେତା ଜିନ୍ଦାବାଦ, ମନ୍ତ୍ରୀ କୃତକୃତ, ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିଡିଓ, ନିର୍ବାଚନ ଆଚରଣ ଵିଧିକୁ ଫୁ କରିଛି ବିଜେପି l
ଦେବଗଡ଼,4/5(ସମିସ ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ଓ ଜିନ୍ଦାବାଦ ନାରା ଦେଉଥିବା ବୁଢାପାଳ ହାଇସ୍କୁଲର ଜଣେ ଶିକ୍ଷକଙ୍କ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି l ଅଗାମୀ ସାଧାରଣ ନିର୍ବାଚନ ପାଇଁ ଆଚରଣଵିଧି ଲାଗୁ ହେବା ପରଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷକ ମାନେ ରାଜନୀତିରେ ମାତିଥିବା ଫଟୋ ଭିଡିଓ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ନିର୍ବାଚନ କମିଶନଙ୍କ ଆଦେଶ ପାଳନର ଅସଲ ଚିତ୍ର ପଦାରେ ପଡିଛି l କ୍ଷମତା ଲାଳସାରେ ବିଜେପି ନିଜ ପ୍ରଚାର ପ୍ରସାର ପାଇଁ କେଉଁଠି ଛାତ୍ର ତ କେଉଁଠି ଶିକ୍ଷକଙ୍କୁ ବ୍ୟବହାର କରିବାରେ ତିଳେମାତ୍ର ସଂକୋଚ କରୁନାହିଁ l ଦେବଗଡ଼ ବିଧାନସଭା ମଣ୍ଡଳୀ ଗସ୍ତ ଓ ପ୍ରଚାର ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦଳୀୟ କାର୍ଯ୍ୟକ୍ରମରେ ଟୁହିଳାମାଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରଞ୍ଜନ କୁମାର ବିଶି ହରଡ଼ଘଣାରେ ପଡ଼ିଥିବା ବେଳେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ବେଗୁନିଆ ନାଳୀ ସ୍କୁଲ ଶିକ୍ଷକ ଧନେଶ୍ୱର ନାୟକ ଚର୍ଚ୍ଚାରେ ରହିଥିଲେ l ସେହିପରି ଗତ କିଛିଦିନ ଧରି ବୁଢାପାଳ ସ୍କୁଲର ବିଜ୍ଞାନ ଶିକ୍ଷକ ତପନ କୁମାର ମିଶ୍ର ବୁଢାପାଳ ରାଜରାସ୍ତାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ଓ ଜିନ୍ଦାବାଦ ନାରା ଦେଉଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି l ଫଳରେ ବିଭିନ୍ନ ମହଲରେ ଶିକ୍ଷକ ତପନ ମିଶ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି l

Leave A Comment

All fields marked with an asterisk (*) are required