Search for:
  • Home/
  • ରାଜ୍ୟ/
  • ଶୀର୍ଷକ ବହୁଜନ ଅଧିକାର ସମାବେଶରେ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ।

ଶୀର୍ଷକ ବହୁଜନ ଅଧିକାର ସମାବେଶରେ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ।

Spread the love

Loading

ଭୁବନେଶ୍ୱର ଲୋୟର ପି. ଏମ୍.ଜି ଠାରେ ଓଡିଶା ବହୁଜନ ଅଧିକାର ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରୁ ବହୁ ସଂଖ୍ୟାରେ ଲୋକମାନେ ଏହି ସମାବେଶ ରେ ଯୋଗ ଦେଇଥିଲେ। ହୋଟେଲ ମାରୀୟନ ଠାରୁ ଏକ ବିଶାଳ ଶୋଭାଯାତ୍ରା ପି. ଏମ୍.ଜି ଠାରେ ପହଁଚିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏକ ସଭାପତି ମଣ୍ଡଳୀ ଦ୍ଵାରା ସଭାକାର୍ଯ୍ୟ ପରିଚାଳନା ହୋଇଥିଲା । ସମାବେଶର ସଂଯୋଜକ ଅଭିରାମ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ । ଶ୍ରୀ ମାନସ ଜେନା ସରକାରଙ୍କ ଦୋଷ ତ୍ରୁଟି ଦର୍ଶାଇ ଏକ ଦଶ ଦଫାଅଭିଯୋଗ ଫର୍ଦ ସଭାରେ ଉପସ୍ଥାପିତକରିଥିଲେ। ଶ୍ରୀ ସଂଗ୍ରାମ ମଲ୍ଲିକ ସମାବେଶର ଘୋଷଣା ପତ୍ର ଉପସ୍ଥାପନ କରିଥିଲେ । ସମାବେଶ ପକ୍ଷରୁ ୨୦ ଦଫା ସମ୍ବଳିତ ଦାବିପତ୍ରଦଟଡଲଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଯାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଓଡ଼ିଶାର ଦାଦନ ଶ୍ରମିକ ସମସ୍ୟା ସମାଧାନ ଓ କୃଷି ବୃଦ୍ଧି ପାଇଁ ଘରଡିହ ପରିବାର କୁ ବାସଗୃହ ନିର୍ମାଣ ପାଇଁ ଜମି ଓ ଚାଷ ସହିତ ସଂପୃକ୍ତ କୃଷକ କୃଷକ ପରିବାର ମାନଙ୍କୁ ଚାଷ ଜମି ଯୋଗାଇ ଦେବା ସହ , ସର୍ବନିମ୍ନ ମଜୁରୀ ୮୦୦ ଟଙ୍କା ଓ ସାମାଜିକ ନିରାପତ୍ତା ପେନସନ ୩୦୦୦ ବାବଦକୁ ବୃଦ୍ଧିପାଇଁ ଦାବି କରାଯାଉଅଛି। ଓଡ଼ିଶାରେ କ୍ରମାଗତ ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କ ବିରୁଦ୍ଧରେ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ସରକାର ଙ୍କ ପକ୍ଷରୁ ଉଦାସୀନତା ଦୃଢ଼ ନିନ୍ଦା କରାଯାଇଥିବା ଗଲା ୧୦ ବର୍ଷ ରେ ୩୦ ହଜାର ନିର୍ଯାତନା ମାମଲା ହୋଇଥିଲେ ମଧ୍ୟ ୧ ପ୍ରତିଶତ ଦୋଷୀ ଦଣ୍ଡ ନ ପାଇବା ଓ ଓଡ଼ିଶାର ଜେଲ ମାନଙ୍କରେ ସର୍ବାଧିକ ଏ. ସି ଓ ଏସ୍. ଟି ଓ. ବି. ସି ଓ ସଂଖ୍ୟାଲଘୁ ମାନେ ବିଚାରାଧୀନ ବନ୍ଦୀ ଭାବରେ ରହିବା ବିଷୟରେ ସମାବେଶରେ ଉଦବେଗ ପ୍ରକାଶ ପାଇଥିଲା ।

ଏଥିପାଇଁ ରାଜ୍ୟ ସ୍ତରରେ ଏ. ସି ଓ ଏସ୍. କମିଶନ ଓ ସଂଖ୍ୟାଲଘୁ ମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ସଂଖ୍ୟାଲଘୁ କମିଶନ ଗଠନ ପାଇଁ ଦାବି କରାଯାଇଅଛି । ଆଦିବାସୀ ଅଞ୍ଚଳରେ ପେଶା ଆଇନ କାର୍ଯ୍ୟକାରୀ କରିବା ଓ ଜମି , ଜଳ , ଜଙ୍ଗଲ , ଖଣି ସମ୍ପଦ ଆଦିରେ ପାରମ୍ପରିକ ଅଧିକାର ପ୍ରଦାନ ସହ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ମାନଙ୍କୁ ଅର୍ଥ ନିଗମ ରୁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରି ଯୁବକ ମାନଙ୍କ ମଧ୍ୟରେ ଆତ୍ମନିଯୁକ୍ତି ବୃଦ୍ଧି ପାଇଁ ଦାବି କରାଯାଇଅଛି । ମେହେନ୍ତର୍ ଓ ମେହେତର ଭଳି ବନାନଗତ ତ୍ରୁଟି ସଂଶୋଧନ କରି ଏହି ଜାତିର ପରିଚୟ ବା ଜାତି ପ୍ରମାଣ ପତ୍ର ଯୋଗାଇ ଦେବା।ଓଡ଼ିଶାର ପଛୁଆ ବର୍ଗ ମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ ସହ , ଜାତି ଆଧାରିତ ସାମାଜିକ ଆର୍ଥିକ ଜନଗଣନା ଓ ଓ.ବି.ସି ଅର୍ଥ ନିଗମ ରୁ ଆତ୍ମ ନିଯୁକ୍ତି ଯୋଜନାରେ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଅଛି। ଏହି ସମାବେଶ ରେ କୃଷକ ଆନ୍ଦୋଳନ , ଓ ଜମି ,ଜଳ ,ଜଙ୍ଗଲ ଅଧିକାର ଆନ୍ଦୋଳନ ପ୍ରତି ସମର୍ଥନ ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ ଓଡିଶା ର ଓ.ବି.ସି , ଏସି , ଏସ୍. ଟି ଓ ସଂଖ୍ୟାଲଘୁ ମାନେ ସେମାନଙ୍କର ସାମାଜିକ ଆର୍ଥିକ ଓ ଅର୍ଥନୈତିକ ଅଧିକାର ପାଇଁ ମିଳିତ ହୋଇ ଆନ୍ଦୋଳନ କରିବାକୁ ସମାବେଶରେ ବକ୍ତା ମାନେ ଆହ୍ବାନ ଦେଇଥିଲେ ଓ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ଜନ ବିରୋଧ ନୀତିର ଦୃଢ଼ ନିନ୍ଦା କରିଥିଲେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required