Search for:
  • Home/
  • ରାଜ୍ୟ/
  • ପୁଲକିତ ଜନ ଜନ, ମୋଦୀ ମୟ ଭୁବନେଶ୍ୱର: ବାବୁ ସିଂ

ପୁଲକିତ ଜନ ଜନ, ମୋଦୀ ମୟ ଭୁବନେଶ୍ୱର: ବାବୁ ସିଂ

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀରେ ମୋଦୀ ଜୀ ଙ୍କ ସ୍ବାଗତ ପାଇଁ ବିଶାଳ ବାଇକ ରାଲି।

ପୁଲକିତ ଜନ ଜନ, ମୋଦୀ ମୟ ଭୁବନେଶ୍ୱର: ବାବୁ ସିଂ

ଭୁବନେଶ୍ୱର,୧୦/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସ୍ବାଗତ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିଲା। ଆଜି ସଂଧ୍ୟାରେ ଜାଗମରା ମେଲଣ ପଡ଼ିଆ ରୁ ବାଇକ ରାଲି ଆରମ୍ଭ ହୋଇ ଜାଗମରା ପ୍ରମେୟ ଅଫିସ୍ ଛକ,ନୂଆ ରୋଡ଼ ,ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ଛକ,ସିଟିଓମେନ୍ସ କଲେଜ ଛକ ,ଡେଲ୍ଟାଛକ ,ଜଳେଶ୍ଵର ମନ୍ଦିର ,ଷ୍ଟୁଆଡ ଛକ ,୮ନଂ DAV ଛକ ,ପାୱାରହାଉସ ଛକ ,ବିଧାନସଭା ଛକ,ରବୀନ୍ଦ୍ରମଣ୍ଡପ ଛକ ଦେଇ ରାମ ମନ୍ଦିର ଛକ ପଯ୍ୟନ୍ତ ଜାଇ ଜନ ପଥରେ ଆୟୋଜିତ ମୋଦୀ ଙ୍କ ରୋଡ଼ ସୋ ରେ ମିଶିଥିଲା। ଏହି ବିଶାଳ ବାଇକ ଶୋଭାଯାତ୍ରା ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ,ବିକାଶ ପୁରୁଷ ଙ୍କୁ ଓଡ଼ିଶା ମାଟିକୁ ସ୍ୱାଗତ। ପୁଲକିତ ଜନ ଜନ, ମୋଦୀ ମୟ ଭୁବନେଶ୍ୱର ଆଜି।ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଓଡ଼ିଶା ଆଗମନ ସରକାର ହେବାର ସଂକେତ।ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required