Search for:
  • Home/
  • ଜିଲ୍ଲା/
  • ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ

ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ

Spread the love

Loading

ବିଜୟରୁ ଶିକ୍ଷା ନେଇ ନେକ୍ସଟ୍ (ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ)କୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଏଆଇଡିଏସ୍ଓର ଆହ୍ଵାନ

ଭୁବନେଶ୍ୱର :ତା ୭.୭.୨୩- ୨୦୧୯ ବ୍ୟାଚ୍ ଏମ୍ ବିବିଏସ୍ (MBBS) ଛାତ୍ରଛାତ୍ରୀଙ୍କ ପାଇଁ ନେକ୍ସଟ୍ କାର୍ଯ୍ୟକାରୀ ହେବ ନାହିଁ ଏବଂ ଏହା ୨୦୨୦ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଗତ କାଲି ତାଙ୍କ ବିବୃତ୍ତିରେ କହିଛନ୍ତି ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଏଆଇଡିଏସ୍ଓର ସର୍ବ ଭାରତୀୟ କମିଟିର ସାଧାରଣ ସମ୍ପାଦକ ସୌରଭ ଘୋଷ କହିଛନ୍ତି ଯେ,”ଏହା ନିଶ୍ଚିତ ଭାବରେ ଛାତ୍ର ଆନ୍ଦୋଳନର ଏକ ବିଜୟ। ନେକ୍ସଟ୍ ପରୀକ୍ଷା ପ୍ରତିବାଦରେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଏବଂ ଆନ୍ଦୋଳନ ସଂଗଠିତ କରିଥିବା ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆମେ ସଂଗ୍ରାମୀ ଅଭିନନ୍ଦନ ଜଣାଉଛୁ । କିନ୍ତୁ ଏହା ଆମ ସଂଗ୍ରାମର ଆଂଶିକ ସଫଳତା । ଆମେ ଦାବି କରୁଛୁ ଯେ ନେକ୍ସଟ୍ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଉ, କାରଣ ଏହି ପରୀକ୍ଷା କେବଳ ଅବୈଜ୍ଞାନିକ ନୁହେଁ ବରଂ ଏହା ଡାକ୍ତରଙ୍କ ଗୁଣାତ୍ମକ ମାନକୁ ମଧ୍ୟ ହ୍ରାସ କରିବ ଏବଂ ଡାକ୍ତରୀ ଶିକ୍ଷାକୁ କୋଚିଂ ଇଣ୍ଡଷ୍ଟ୍ରିକୁ ହସ୍ତାନ୍ତର କରିବାରେ ସାହାଯ୍ୟ କରିବ ।
ଉଲ୍ଲେଖଯୋଗ୍ୟ ଯେ, ଆରମ୍ଭରୁ ଯେତେବେଳେ ଏନ୍ଏମ୍ ସି ବିଲ୍ -୨୦୧୯ ସଂସଦରେ ଆଗତ କରାଗଲା, ଏଆଇଡିଏସ୍ଓ ଏହା ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କଲା । ଏନ୍ଏମ୍ ସି ଅଧିନିୟମ ୨୦୧୯ର ଧାରା ୧୫ରେ ନେକ୍ସଟ୍ ପରୀକ୍ଷା ପାଇଁ ଏକ ବ୍ୟବସ୍ଥା ଅଛି । ଏହା ପରଠାରୁ ବିଶେଷ ଭାବରେ ନେକ୍ସଟ୍ ପରୀକ୍ଷା ପ୍ରଚଳନ ବିରୁଦ୍ଧରେ ଏଆଇଡିଏସ୍ଓ ଆନ୍ଦୋଳନ ସଂଗଠିତ କରିଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ମୌଖିକ ଘୋଷଣା ହେଉଛି ଆମର ଆଂଶିକ ସଫଳତା । କିନ୍ତୁ ଇଣ୍ଟର୍ନସିପ୍ ପରେ ରେଜିଷ୍ଟ୍ରେସନ ପାଇଁ ନେକ୍ସଟ୍ ପରୀକ୍ଷା ଲାଗୁ କରିବାକୁ ସେ କହିଛନ୍ତି । ତେଣୁ ଆମର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାବି ନେକ୍ସଟ୍ ପରୀକ୍ଷା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଯେ ପର୍ଯ୍ୟନ୍ତ ହାସଲ ହୋଇନାହିଁ, ସେ ପର୍ଯ୍ୟନ୍ତ ଏଆଇଡିଏସଓ ଏହାର ଆନ୍ଦୋଳନ ଜାରି ରଖିବ।
ଆଜି ମଧ୍ୟ (ଜୁଲାଇ ୭ ତାରିଖ), ଦିଲ୍ଲୀର ଏନ୍ ଏମ୍ ସି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରୋଧ ପ୍ରଦର୍ଶନ କରାଯାଇ ସଂଗୃହୀତ ଦସ୍ତଖତ ଦାଖଲ କରାଯାଇଛି।
ଏହି ନେକ୍ସଟ୍ ପରୀକ୍ଷାକୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା ଏହି ଆନ୍ଦୋଳନରେ ଆମ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଡ଼ାକ୍ତର, ଶିକ୍ଷାବିତ୍, ବୁଦ୍ଧିଜୀବୀ , ଅଭିଭାବକ ତଥା ସର୍ଵସ୍ତରର ଜନସାଧାରଣ ଯୋଗଦେଇ ଏହାକୁ ଶକ୍ତିଶାଳୀକରି ସରକାରଙ୍କୁ ଆମ ଦାବିକୁ ମାନି ନେବାପାଇଁ ବାଧ୍ୟ କରିବାକୁ ଏଆଇଡିସ୍ଓର ଓଡ଼ିଶା ରାଜ୍ୟ ପରିଷଦର ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ନିବେଦନ କରିଛନ୍ତି।

Leave A Comment

All fields marked with an asterisk (*) are required