ସିଟି ମହିଳା ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନ
ସିଟି ମହିଳା ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନ
……………………………………………………………………
,ଭୁବନେଶ୍ୱର- ତା 14/01/2023: ରାଜ୍ୟ ସରକାରଙ୍କ “ନୂଆ ଓ ନବୀନ ଓଡିଶା ” କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ସିଟି ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅନୁଷ୍ଠାନିକ ଭାବରେ ଉଦଯାପିତ ହୋଇ ଯାଇଅଛି!” ମହାବିଦ୍ୟାଳୟର ଅଧ୍ୟକ୍ଷା -ଶ୍ରୀମତୀ ସୂର୍ଯ୍ୟସ୍ନାତା ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ_ଅଶୋକ ଚନ୍ଦ୍ର ପଣ୍ଡା ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମେ 5-T ଦ୍ବାରା ନିର୍ମିତ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଥିଲେ ଏବଂ ବକ୍ତବ୍ୟରେ ଛାତ୍ରୀ ମାନେ ନିଜ ନିଜର ସୁପ୍ତ ପ୍ରତିଭାର ବିକାଶ ସହ ସମାଜର ସାମୁହିକ ବିକାଶରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ ! ସମ୍ମାନିତ ଅତିଥି ଭାବରେ_ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଉପସ୍ଥିତି ରହି ଉକ୍ତ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଶ୍ରେଣୀ ଖୋଲି ଭୁବନେଶ୍ୱର ର ଏକ ମୁଖ୍ୟ ମହାବିଦ୍ୟାଳୟର ସ୍ବପ୍ନ ଦେଖିଥିଲେ।ମୁଖ୍ୟ ବକ୍ତା ଶ୍ରୀମତୀ ବିନୟିନୀ ଜେନା ଯୁବ ସମାଜ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗଭୀର ଆସ୍ଥା ତଥା ବିଶ୍ଵାସ ଥିବା କଥା କହି ଯୁବ ସମାଜକୁ ସମାଜ କଲ୍ୟାଣ ପାଇଁ ନିଜକୁ ନିୟୋଜିତ କରିବାକୁ କହିଥିଲେ। ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ସଦସ୍ୟା ଏବଂ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ ସଭାନେତ୍ରୀ ଦେବସ୍ମିତା ଦାସ, ଯୋଗଦାନ କରି ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଏହା ଦ୍ୱାରା ଲୁକ୍କାୟିତ ପ୍ରତିଭା ନିଶ୍ଚୟ ବିକଶିତ ହୋଇପାରିବ ବୋଲି ମତ ପୋଷଣ କରିଥିଲେ ! ଉକ୍ତ ସଭାରେ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ବିଜୁଛାତ୍ର ଜନତା ଦଳର ମିକୁ ପ୍ରଧାନ ଏବଂ ଭୁବନେଶ୍ବର ବାବନ ନମ୍ବର ୱାର୍ଡର କର୍ପୋରଟର ଶ୍ରୀଯୁକ୍ତ ଶ୍ରୀଧର ବେହେରା ,ପଚାଶ ନମ୍ବର ୱାର୍ଡର ପୂର୍ବତନ କର୍ପୋରଟର ସୁଜିତ ସ୍ବାଇଁ
ଯୋଗଦେଇଥିଲେ
ଅଧ୍ୟକ୍ଷା _ଶ୍ରୀମତୀ ସୂର୍ଯ୍ୟସ୍ନାତା ଶତପଥୀ ମହୋଦୟା ସରକାରଙ୍କ ଉକ୍ତ ଯୁଗୋପଯୋଗୀ କାର୍ଯ୍ୟକ୍ରମକୁ ସ୍ୱାଗତ କରବା ସହିତ ଭବିଷ୍ୟତରେ ଏହା ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବ ବୋଲି ମତ ପୋଷଣ କରିଥିଲେ ! ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମଟିକୁ “ନୂଆ-ଓ” କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ସ୍ମିତାଞ୍ଜଳୀ ମହାନ୍ତି ସଂଚାଳନ କରିଥିଲେ ! ଏଇ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଟିତ ହୋଇଥିଲା।
ମହାବିଦ୍ୟାଳୟ ତରଫରୁ ନିମନ୍ତ୍ରିତ ମଂଚାସୀନ ଅତିଥି ମାନଙ୍କୁ ସମ୍ମାନର ପ୍ରତୀକ ସ୍ୱରୂପ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରାଯାଇ ଥିଲା ଏବଂ “ନୂଆ – ଓ” କାର୍ଯ୍ୟକ୍ରମରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନେ
ଉକ୍ତ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।