କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ
କେନ୍ଦ୍ର ସରକାରଙ୍କ ଅର୍ଥରେ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ଦିଲ୍ଲୀପ ମଲ୍ଲିକ
ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଜୁ ପୋଖରୀ ଯୋଜନା କରିଥିଲେ, ଏବେ ସେହି ଯୋଜନା କୁଆଡେ ଗଲା
ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୟ ବରାଦ
ବିଜୁ ଜନତା ଦଳ ରିୟଲଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ପୋଖରୀ ଟେକି ଦେଇଛନ୍ତି
ଭୁବନେଶ୍ୱର, ତା ୦୬/୦୭: ଆଜି ମୁଖ୍ୟମନ୍ତ୍ରୀ “ଆମ ପୋଖରୀ” ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ହେଉଛି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର “ଅମୃତ ସରୋବର” ଯୋଜନାକୁ ହାଇଯାକ କରି ରାଜ୍ୟ ସରକାର ଆଉ ଏକ ନୂଆ ନାଆ ଦେଇ ‘ଆମ ପୋଖରୀ’ ଯୋଜନାଭାବେ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପୂର୍ଣ୍ଣଭାବେ କେନ୍ଦ୍ର ସରକାରଙ୍କ ଅର୍ଥରେ ହେବ । କେନ୍ଦ୍ର ସରକାରଙ୍କ ମନରେଗା (ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି) ଯୋଜନାର ଥିବା ଅର୍ଥ ରାଶିରେ ହିଁ ‘ଆମ ପୋଖରୀ’ ଯୋଜନା ଚଳାଇବେ ରାଜ୍ୟ ସରକାର । ଏହି ଯୋଜନା ପାଇଁ ରାଜ୍ୟ ସରକାର ଟଙ୍କାଟିଏ ବି ନିଜ ବଜେଟ୍ରୁ ଖର୍ଚ୍ଚ କରିବେ ନାହିଁ ବରଂ କେନ୍ଦ୍ର ସରକାରଙ୍କ ବଜେଟ୍ରୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ବଦଳାଇ ନିଜ ନାଁରେ କରିବା ଧତବ୍ୟ ଅପରାଧ । ନବୀନ ବାବୁ ଏହି ଅପରାଧ ବାରମ୍ବାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୩ବର୍ଷ ହେଲା କେନ୍ଦ୍ରୀୟ ଯୋଜନାକୁ ହଡପ କରି ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ‘ଆମ ପୋଖରୀ’ ଯୋଜନା ଅମୃତ ସରୋବର ଯୋଜନାର ଅଂଶ ବିଶେଷ । ମନରେଗା ଯୋଜନାରେ ଓଡ଼ିଶାକୁ ୨୬ହଜାର ୧୬୬କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଅମୃତ ସରୋବର ଯୋଜନାରେ ଓଡିଶାରେ ୪୬୫୨ଟି ପୋଖରୀ ଖନନ ପାଇଁ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ଓଡିଶାରେ କାହିଁକି ଅମୃତ ସରୋବର ପୋଖରୀ ପୁନୋରଉଦ୍ଧାର କାମ ସମୟ ଅବଧିଭିତରେ ସରୁନାହିଁ ତାହାର ଉତର ରଖନ୍ତୁ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ପୁଣି ନୂଆ “ଆମ ପୋଖରୀ” ଯୋଜନା ନାଆରେ ଭୂଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଓଡିଶାର ଅନେକ ସହରାଚଂଳରେ ଭଲ ଭଲ ପୋଖରୀ ଥିଲା ଯାହାକୁ ବିଜୁ ଜନତା ଦଳ ସରକାର ରିୟଲଇଷ୍ଟେଟ, ଜମି ଜବରଦଖଲକାରୀଙ୍କ ହାତକୁ ଟେକି ଦେଲା । ଭୁବନେଶ୍ୱରରେ ମଧ୍ୟ ଅନେକ ପ୍ରାକୃତିକ ଜଳାଶୟ ଥିଲା । ସେସବୁ ପୋଖରୀ ଏବେ ଜବରଦଖଲରେ ରହିଛି ଓ ବିଜୁ ଜନତା ଦଳ ନେତା, ମନ୍ତ୍ରୀମାନେ ମାଡି ବସିବା ସହ ବ୍ୟବସାୟୀମାନେ ମାଡିବସିଛନ୍ତି । ଏହି ପୋଖରୀ ଗୁଡିକ କେବେ ପୁନୋରଉଦ୍ଧାର ହେବ ତାହାର ଜବାବ ରଖନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଆମ ପୋଖରୀ ନାଁରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।