ଅନ୍ତର୍ଜାତୀୟ ସେବା ସଂସ୍ଥା ସିଭିଲ ଡିଫେନ୍ସ ଦୁଃଖ ଗୁହାରି।
ଅନ୍ତର୍ଜାତୀୟ ସେବା ସଂସ୍ଥା ସିଭିଲ ଡିଫେନ୍ସ ଯାହାକି ଓଡିଶା ସରକାରଙ୍କ ଗୃହ ଗୃହ ବିଭାଗ ଅଧୀନରେ କାମ କରେ. ଏହାର ଡିରେକଟର ଏବେ Dr. ସୁଧାଂଶୁ ଷଡ଼ଙ୍ଗୀ IPS ଥିବାବେଳେ ମୁଖ୍ୟମନ୍ତ୍ରୀ ବିଭାଗ ମନ୍ତ୍ରୀ ଅଛନ୍ତି. ଏହି ସଂସ୍ଥା ବିପର୍ଯୟ ସମୟରେ ଲୋକଙ୍କୁ ଉଦ୍ଧାର, ସ୍ଥାନାନ୍ତର, ରିଲିଫ ବଣ୍ଟନ କାର୍ଯ୍ୟ କରିବା ସହିତ ଅନ୍ୟ ସମୟରେ ବିପର୍ଯୟ ର ପ୍ରଭାବ ହ୍ରାସ ପାଇଁ ଲୋକଙ୍କୁ ତାଲିମ୍ ପ୍ରଦାନ କରେ.
ଯେଉଁ ସମୟରେ କୌଣସି response fource ଯଥା NDRF, ODRAF, FIRE & EMERGENCY ଭଳୀ ସଂସ୍ଥା ମାନେ ନଥିଲେ ସେସମୟରେ ବି ଏ ସଂସ୍ଥାର ସ୍ବେଛାସେବୀ ଲୋକଙ୍କୁ ସେବା ପ୍ରଦାନ କରୁଥିଲେ. 1999 ମହାବାତ୍ୟା ସମୟରେ ହେଲିକାପ୍ଟର ରେ ଅତ୍ୟନ୍ତ ଦୁର୍ଗମ ଜାଗାକୁ ଯାଇ ଶବ ସତ୍କାର କାମ ଏବେ ବି ଲୋକଙ୍କ ମନରୁ ଲିଭିନି.
ଏହି ସ୍ବେଛାସେବୀ ମାନେ ଜାତୀୟ ସ୍ଥରରେ ଅନେକ ତାଲିମ୍ ନେବା ସହିତ OSDMA ଏବଂ NDMA ତରଫରୁ ବିପର୍ଯୟ ପ୍ରବଣ ଅଞ୍ଚଳରେ ତାଲିମ୍ ଦେବା ସହିତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବାରୁ ଅନେକ ସମୟରେ ଉଚ ପ୍ରଶଂସିତ ହୋଇଛନ୍ତି.
କିନ୍ତୁ ଦୁଃଖ ର କଥା ଏହିକି ଯେ ଏହି ସଂସ୍ଥାରେ ଜୀବନକୁ ବାଜି ଲଗେଇ କାମ କରୁଥିବା ସ୍ବେଛାସେବୀ ମାନେ ତାଙ୍କ କାମ ପାଇଁ ସରକାରୀ ହିସାବରେ ଦିନକୁ Rs. 31/- ପାଇଥାନ୍ତି. ଏମାନଙ୍କୁ Insurance ମଧ୍ୟ ଦିଆ ଯାଏନି. ଶୃଙ୍ଖଳିତ ସେବକ ହିସାବରେ କାମ କରୁଥିଲେ ବି ସରକାର ଏମାନଙ୍କୁ ଅବହେଳିତ କରିବା ନିହାତି ପରିତାପର ବିଷୟ.
ସମସ୍ତ 9ଟି ଜିଲ୍ଲା ରେ ଅଫିସ ଖୋଲା ଯାଇଥିଲେ ବି ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରାଯାଉ ନାହିଁ. ଏକମାତ୍ର State Training Institute ବରମୁଣ୍ଡା Fire station ମଧ୍ୟରେ ଥିଲେବି fire department କବଳରୁ ଏହାକୁ ମୁକ୍ତ କରି ବର୍ଷ ସାରା ତାଲିମ୍ ଉପଯୋଗୀ କରାଯାନାହିଁ.
ତେଣୁ ଓଡିଶା ବିପର୍ଯୟ ରେ ଅନେକ କାର୍ଯ୍ୟ କରିଥିଲେ ବି ମୂଳ ସଂସ୍ଥା ପ୍ରତି ଦୃଷ୍ଟି ଦେଲେ ଏହି ସ୍ବେଛାସେବୀମାନେ ଅନେକ ସେବାକାର୍ଯ୍ୟରେ ନିଜକୁ ନିଓଜିତ କରିବାରେ ବ୍ରତୀ ହେବା ସହିତ ସମାଜ ଉପକୃତ ହେବ.