ସମ୍ପର୍କର ଡୋର ବାନ୍ଧି ସୁରକ୍ଷା କର୍ମୀଙ୍କ ଶୁଭ ମନାସିଲା ଏଟିଏଚ ରକ୍ସ ପରିବାର
ସମ୍ପର୍କର ଡୋର ବାନ୍ଧି ସୁରକ୍ଷା କର୍ମୀଙ୍କ ଶୁଭ ମନାସିଲା ଏଟିଏଚ ରକ୍ସ ପରିବାର
ଭୁବନେଶ୍ୱର:ପୁରୀ ଗୋପ ଅଞ୍ଚଳର କିଛି ଯୁବକ ଯୁବତୀଙ୍କୁ ନେଇ ଗଢ଼ି ଉଠିଥିବା ସ୍ଵେଚ୍ଛାସବୀ ଅନୁଷ୍ଠାନ ଏଟିଏଚ ରକ୍ସ ପରିବାର ଆଜି ଭୁବନେଶ୍ୱରରେ ବିଭିନ୍ନ ଟ୍ରାଫିକ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଛନ୍ତି। ଆଜି ଅନୁଷ୍ଠାନର ମହିଳା ସଦସ୍ୟା ମାନେ ଆଚାର୍ଯ୍ୟ ବିହାର ଟ୍ରାଫିକରୁ ବାଣୀବିହାର ଟ୍ରାଫିକ ଦେଇ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ବିଭିନ୍ନ ଆରକ୍ଷୀ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ପାରମ୍ପରିକ ଢଙ୍ଗରେ ବନ୍ଦାପନା କରିବା ସହ ମିଠା ଖୁଆଇ ଥିଲେ। ଅନୁଷ୍ଠାନର ସଦସ୍ୟଙ୍କ କହିବା କଥା ଯେ ଯେଭଳି ଆମର ଭାଈ ଆମକୁ ସୁରକ୍ଷା ପ୍ରଦାନ କରିଥାଏ ସେଭଳି ଆରକ୍ଷୀ କର୍ମଚାରୀ ମାନେ ଦିବାରାତ୍ର ଆମର ସୁରକ୍ଷା ପାଇଁ ପ୍ରସ୍ତୁତ ଥାଆନ୍ତି, ତେଣୁ ଆମେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସୁଛୁ। ଏଭଳି କାର୍ଯ୍ୟକ୍ରମରେ ଆରକ୍ଷୀ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିବା ସହ ଛୁଟି ଅଭାବରୁ ନିଜ ପରିବାର ସହ ରାକ୍ଷୀ ବନ୍ଧନରୁ ବଞ୍ଚିତ ହୋଇ ମଧ୍ୟ ଡ୍ୟୁଟି ସମୟରେ ଏଭଳି ସ୍ନେହ, ଶ୍ରଦ୍ଧା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ସଦସ୍ୟ ମାନେ ଡିସିପି ଅଫିସ ଓ ଶହୀଦ ନଗରର ସମସ୍ତ ଆରକ୍ଷୀ କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇବା ସହ ମିଠା ଖୁଆଇଥିଲେ। ଶହୀଦ ନଗର ଥାନାର ଏସିପି ଗୌତମ୍ କିଶାନ ଅନୁଷ୍ଠାନର ଏଭଳି କାର୍ଯ୍ୟ ଦେଖି ଭୂରୀ ପ୍ରଶଂସା କରିଥିଲେ ଏବଂ ଅନୁଷ୍ଠାନର ସଦସ୍ୟ ମାନେ ଅନ୍ୟ କେଉଁ ସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ପଚାରି ବୁଝିଥିଲେ। ପରେ ସଦସ୍ୟ ମାନେ କ୍ୟାପିଟାଲ ହସ୍ପିଟାଲରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତର ମାନଙ୍କୁ ରାକ୍ଷୀ ପିନ୍ଧାଇ ଥିଲେ।