Search for:
  • Home/
  • ରାଜ୍ୟ/
  • ଚିତ୍ରରେ ଚିତ୍ରରେ ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା

ଚିତ୍ରରେ ଚିତ୍ରରେ ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା

Spread the love

Loading

ଓଡ଼ିଶା ଲଳିତ କଳା ଏକାଡେମୀର ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଚିତ୍ରକଳା ପ୍ରଦର୍ଶନୀ
ଚିତ୍ରରେ ଚିତ୍ରରେ ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା

ଭୁବନେଶ୍ୱର – ୦୯.୦୮.୨୦୨୩, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ ହୋଇଯାଇଛି ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ I ପ୍ରଦର୍ଶନୀଟିକୁ ମୁଖ୍ୟ ଅତିଥି ରୂପେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତରାଏ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ I ପ୍ରଦର୍ଶିତ ଚିତ୍ରଗୁଡିକ ସ୍ଵାଧିନତା ସଂଗ୍ରାମୀଙ୍କ ଜୀବନ ଓ ଦର୍ଶନ ଉପରେ ପର୍ଯ୍ୟବେଷିତ ହୋଇଥିବା ସହ ଏହା କଳା ପ୍ରେମୀମାନଙ୍କୁ ଉଦବୁଦ୍ଧ କରିବ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ I ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ I

ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଏହି ପ୍ରଦର୍ଶନୀରେ ଏକାଡେମୀ ଦ୍ୱାରା ସଂଗୃହୀତ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନ ଦର୍ଶନ ଏବଂ ପାଇକ ବିଦ୍ରୋହର ବୀରତ୍ଵକୁ ନେଇ ମୋଟ ୪୫ ଟି ଚିତ୍ର ପ୍ରଦର୍ଶିତ ହୋଇଅଛି I ଉଦଘାଟନୀ ଉତ୍ସବ ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର ପରିଡ଼ା, ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ, ନିଫ୍ଟର ଅଧ୍ୟାପକ ଡ଼ ଚିତ୍ତରଞ୍ଜନ ସାହୁ, ସ୍ଵର୍ଣ୍ଣଲତା ଶତପଥି, ବିନୋଦିନୀ ସିଂ ଓ ବିଭିନ୍ନ କଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ତଥା କଳାନୁରାଗୀ ପ୍ରଦର୍ଶନୀ ବୁଲି ଦେଖିଥିଲେ I ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିବା ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ I

Leave A Comment

All fields marked with an asterisk (*) are required