Search for:
  • Home/
  • ରାଜ୍ୟ/
  • ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

Spread the love

Loading

ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

*ଓଡିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣି ଦେବେ ନାହିଁ ରାଜ୍ୟବାସୀ: ଅପରାଜିିତା ଷଡଙ୍ଗୀ*

 ଓଡିଆ ଅସ୍ମିତା ବିପଦରେ
 ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାର ‘ଡ୍ରାଇଭର ସିଟ୍‌’ରେ ନାହାଁନ୍ତି
 ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିବାର ଚକ୍ରାନ୍ତ କରିଛନ୍ତି
 ସାନ ବାବୁ ବ୍ୟାକ୍ ଡୋର୍ ଏଂଟ୍ରି କରିବାର ପ୍ରୟାସ କରୁଛନ୍ତି
 ଅନେକ ସ୍ୱାଭିମାନୀ ନେତାମାନେ ଆତ୍ମସମ୍ମାନ ରକ୍ଷା ପାଇଁ ବିଜେଡି ଛାଡି ବିଜେପିରେ ଯୋଗଦାନ କରୁଛନ୍ତି
 ଶାସନ ବ୍ୟବସ୍ଥାକୁ ଆଉଟସୋର୍ସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ
 ଶାସକ ବିଜେଡିର “ଅନ୍ଧାରୀ ବିଜେ ଯୋଜନା”ରେ ଲୋକଙ୍କଠାରୁ ଭୋଟ କିଣାଯାଉଛି

ଭୁବନେଶ୍ୱର,ତା.୦୧/୦୫: “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗକୁ ନେଇ ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିବାର ଚକ୍ରାନ୍ତ କରୁଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ରାଜ୍ୟରେ ବର୍ତମାନ ନିଷ୍କ୍ରିୟ ଶାସନ ବ୍ୟବସ୍ଥା । ମହାମାରୀ କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ମିଳୁନାହିଁ, ସଚିବାଳୟ ଯିବା ଆସିବା ବନ୍ଦ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବୁଲାବୁଲି କରିବାର ବି ଦେଖା ଯାଉନାହାଁନ୍ତି । କୌଣସି ରାଜ୍ୟରେ ଏଭଳି ବିଚିତ୍ର ସ୍ଥିତି ନାହିଁ । ନିର୍ବାଚନ ବେଳେ ନବୀନ ବାବୁଙ୍କ ନାଁରେ ଭୋଟ ମାଗୁଛନ୍ତି, ହେଲେ ବାକି ୫ବର୍ଷ ସାନବାବୁ ଶାସନ କରୁଛନ୍ତି । ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ନେତା ଓ ଅଧିକାରୀଙ୍କୁ ଯୋଜନାବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଦୁରେଇ ରଖାଯାଉଛି । ବିଜେଡିର ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ମଂଚ ସଜାଡିବା, ଟେଂଟ ବାନ୍ଧିବା ଓ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଅନେକ ସ୍ୱାଭିମାନୀ ନେତାମାନେ ଆତ୍ମସମ୍ମାନ ରକ୍ଷା ପାଇଁ ବିଜେଡି ଛାଡି ବିଜେପିରେ ଯୋଗଦାନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ ଆଉଟସୋର୍ସିଂ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍‌-ଟି ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଇବାରୁ ଫାଇଭ ଟି ଉଠିଗଲା । ସରକାର ବ୍ୟାକ ଫୁଟ୍ କୁ ଗଲେ । ଏଇଟା ଭୁଲ ଗଭାର୍ଣ୍ଣଂଶ ମଡେଲ । ଲୋକ ସେବା ଭବନକୁ ସାମ୍ବାଦିକଙ୍କୁ ବାରଣ କାହିଁକି? ଶାସନ ବ୍ୟବସ୍ଥାକୁ ହାଇଜାକ କରି ଦେଇଥିବା ସାନବାବୁଙ୍କୁ ଚାକିରୀ ଛାଡିବାକୁ ପଡିଲା ଏବଂ ପରେ ଫାଇଭ୍‌-ଟି କାଟିବାକୁ ପଡିଲା । ଇ-ଫାଇଲ ସିଷ୍ଟମରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଦେଖୁଛି କିଏ? ‘ୟୁଜର ଆଇଡି’, ‘ପାସଓ୍‌ôାର୍ଡ’ ଏବଂ ‘ଇ ସିଗ୍ନେଚର’ର ଅପବ୍ୟବହାର କରାଯାଉ ନାହିଁ ତ ? ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରସଙ୍ଗରେ ଅବଗତ କରାଯାଉଛି ତ ? ଓଡିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣି ଦେବେ ନାହିଁ ରାଜ୍ୟବାସୀ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ବେକାରୀରେ ଓଡିଶା ସମଗ୍ର ଦେଶରେ ନମ୍ବର ୱାନ୍ । ରାଜ୍ୟରେ ଅଧିକ ଶିକ୍ଷିତ ବେକାରୀ । ରାଜ୍ୟ ସରକାରଙ୍କ ୪୦ ବିଭାଗରେ ଲକ୍ଷେରୁ ଉର୍ଦ୍ଧ୍ୱ ପଦବୀ ଖାଲି ପଡିଛି । ମୁଖ୍ୟମନ୍ତ୍ରୀ କହିଲେ ଓଡିଶା ଆଇଟି ହବ୍ ହେବ ହେଲେ ଓଡିଶାର ଆଇଟି ଛାତ୍ରଛାତ୍ରୀ କାହିଁକି ବାହାରକୁ ଯାଉଛନ୍ତି । ଯେହେତୁ ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାର ‘ଡ୍ରାଇଭର ସିଟ୍‌’ରେ, ନାହାଁନ୍ତି ସେଥିପାଇଁ ଏମିତି ଅବସ୍ଥା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ସର୍ବାଧିକ ଦାଦନ ଯାଉଛନ୍ତି, ଏଥି ପାଇଁ ଦାୟୀ କିଏ? ମୁଖ୍ୟମନ୍ତ୍ରୀଙ୍କ ବୟସ ହୋଇଗଲାଣି, ସ୍ୱାସ୍ଥ୍ୟ ବି ଦୁର୍ବଳ । ସଚିବାଳୟ ଯାଉନାହାଁନ୍ତି । ଏମିତି ସ୍ଥିତିରେ ତାଙ୍କୁ ୨ଟି ଜାଗାରେ ପ୍ରାର୍ଥୀ କରାଯିବାର କାରଣ କ’ଣ? ସାନ ବାବୁ ବ୍ୟାକ୍ ଡୋର୍ ଏଂଟ୍ରି କରିବାର ସୁଚିନ୍ତିତ ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଓଡିଆ ଅସ୍ମିତା, ଅଣଓଡିଆ ଲୋକମାନଙ୍କର ଆଧିପତ୍ୟ ଆଉ ପ୍ରଭାବ ବିସ୍ତାରକୁ ନେଇ ଶ୍ରୀମତୀ ଷଡଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସବୁ ସରକାରୀ କାର୍ଯ୍ୟକ୍ରମରେ ଅଣଓଡିଆ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ଟେଣ୍ଡର୍ ଫିକ୍ସିଂ କରି ସବୁ କାମ ଅଣଓଡିଆଙ୍କୁ ଦିଆଯାଉଛି । ଅଣଓଡିଆ ଖଣି ମାଲିକଙ୍କ ପାଖରେ ଓଡିଶାର ଜଙ୍ଗଲ ଜମି । ମଂଚରେ ଓଡିଆ ନେତା ରହିବେନି କିନ୍ତୁ କର୍ମୀ ହୋଇ ସାନ ବାବୁ ଏକା ରହିବେ । ଏହା ହିଁ ଓଡିଆ ଅସ୍ମିତାର ପ୍ରଶ୍ନ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଦୁର୍ନୀତି ଓ ଭ୍ରଷ୍ଟାଚରର ଗନ୍ତାଘର ସାଜିଛି ବିଜେଡି । ୫୬ହଜାର କୋଟିର ଖଣି ଦୁର୍ନୀତିରେ ୨୦୧୦ର ଆସିଥିବା ଶାହା କମିଶନଙ୍କ ସୁପାରିଶକୁ ମାନିଲେନି । ଉଚ୍ଚମାନର ଖଣିକୁ ନିମ୍ନ ମାନର ଦର୍ଶାଇ ରୟାଲିଟି ବାଟ ମାରଣା ହେଉଛି । ସବୁ ଖଣିରେ ମାଫିଆ ଅପରେସନ୍ କାହା ଆଶୀର୍ବାଦରେ ଚାଲିଛି? ରାଜ୍ୟ ସରକାରଙ୍କ ଆଶୀର୍ବାଦରେ ମାଫିଆ ରାଜ ଚାଲିଛି । ଓଡିଶାବାସୀଙ୍କ ଝାଳବୁହା ଟିକସ ଅର୍ଥରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ହଜାର ହଜାର କୋଟି ଟଙ୍କାର ହିସାବକୁ ଲୋକଲୋଚନକୁ ଆଣୁନାହାଁନ୍ତି କାହିଁକି ? ଅନ୍ୟ ପଟେ ଭବ୍ୟ ରାମ ମନ୍ଦିର ଲୋକଙ୍କ ଟଙ୍କାରେ ନିର୍ମାଣ ହୋଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଶାସକ ବିଜେଡିର “ଅନ୍ଧାରୀ ବିଜେ ଯୋଜନା”ରେ ଲୋକଙ୍କଠାରୁ ଭୋଟ କିଣାଯାଉଛି । ନିର୍ବାଚନ ବେଳେ ସରକାର ଏହି ଯୋଜନା ଲାଗୁ କରନ୍ତି । ଗଲା ଥର ରେଟ୍ ଥିଲା ମୁଣ୍ଡ ପିଛା ୬୦୦ଟଙ୍କା । ଏଥର ୧୦୦୦ଟଙ୍କା କରିବାକୁ ବିଜେଡି ନିଷ୍ପତି ନେଇଛି । ଓଡିଆଙ୍କ ସ୍ୱାଭୀମାନକୁ ଭୋଟ ଜରିଆରେ ଟଙ୍କା ଦେଇ କିଣିବାକୁ ହୀନ ପ୍ରୟାସ କରୁଥିବା ଶାସକ ବିଜେଡିକୁ ଏଥର ଓଡିଶାବାସୀ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
୨୫ ବର୍ଷର ବିଜେଡି ସରକାରର ନିମ୍ନ ମାନର ସେବା କାରଣରୁ ଓଡିଶାବାସୀ ହନ୍ତସନ୍ତ । ପକ୍କାଘର, ପିଇବା ପାଣି, ବିଜୁଳି ଆଦି ମୈାଳିକ ସେବା ଯୋଗାଇବାରେ ବି ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ୨୫ ବର୍ଷ ହେଲା ବିଜେଡି ଶାସନ କରିବା ସତ୍ୱେ ଓଡିଶାରେ ଦାରିଦ୍ର‌୍ୟ ଜାରୀ ରହିଛି ଏବଂ ମୁଣ୍ଡ ପିଛା ଆୟରେ ଓଡିଶା ସମଗ୍ର ଦେଶରେ ତଳ ଆଡୁ ପଂଚମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ଓ ଜ୍ଞାନେନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Comment

All fields marked with an asterisk (*) are required