Search for:
  • Home/
  • ରାଜ୍ୟ/
  • ଭୁବନେଶ୍ଵର (ଉତ୍ତର) ସିପିଆଇ ପ୍ରାର୍ଥୀ ଶଙ୍କର୍ଷଣ ବାରିକଙ୍କ ନାମାଙ୍କନ ପତ୍ର ଦାଖଲ ହେଲା।

ଭୁବନେଶ୍ଵର (ଉତ୍ତର) ସିପିଆଇ ପ୍ରାର୍ଥୀ ଶଙ୍କର୍ଷଣ ବାରିକଙ୍କ ନାମାଙ୍କନ ପତ୍ର ଦାଖଲ ହେଲା।

Spread the love

Loading

ଭୁବନେଶ୍ଵର (ଉତ୍ତର) ସିପିଆଇ ପ୍ରାର୍ଥୀ ଶଙ୍କର୍ଷଣ ବାରିକଙ୍କ ନାମାଙ୍କନ ପତ୍ର ଦାଖଲ ହେଲା।

ଭୁବନେଶ୍ଵର: ତା୩୦/୪: ଆଜି ଓଡ଼ିଶା ବିଧାନସଭାର ୧୧୩-ଭୁଵନେଶ୍ଵର (ଉତ୍ତର) ନିର୍ବାଚନମଣ୍ଡଳୀ ର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ଶଙ୍କର୍ଷଣ ଵାରିକଙ୍କ ନାମାଙ୍କନ ପତ୍ର ଭୁବନେଶ୍ଵର ରିଟର୍ଣ୍ଣିଙ୍ଗ୍ ଅଫିସରଙ୍କ ଠାରେ ଦାଖଲ ହୋଇ ଅଛି। ଏହା ପୁର୍ବରୁ ଆଜି ସକାଳ ୯ଟାରେ ଭୁବନେଶ୍ଵର (ଉତ୍ତର) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଢକଣଠାରୁ ଏକ ମୋଟରସାଇକେଲ ଶୋଭାଯାତ୍ରା ଆସି ସିପିଆଇ ରାଜ୍ୟ କାର୍ଯ୍ଯାଳୟରେ ପହଞ୍ଚିବା ପରେ ସିପିଆଇ ଜାତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରାମ କୃଷ୍ଣ ପଣ୍ଡା, ସିପିଆଇ(ଏମ୍) ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ସିପିଆଇ(ଏମ୍) ପକ୍ଷରୁ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ସୁରେଶ ପାଣିଗ୍ରାହୀ,ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା, ସିପିଆଇ ରାଜ୍ଯ କାର୍ଯ୍ଯକାରୀ କମିଟି ସଦସ୍ଯ ସୁର ଜେନା, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅମିୟ ପଟ୍ଟନାୟକ, ପୁଷ୍ପା ଦାଶ, ପ୍ରଭାତ ପାଣିଗ୍ରାହୀ, ଵିଜୟ ମହାନ୍ତି, ଦେବାଶିଷ ପରିଜା, ପାର୍ବତୀ ଵାରିକ, କୈଳାସ ପୁହାଣ, ଛଏତମ୍ଵର ଭୋଇ, ନୃସିଂହ ବେହେରା, ଅରକ୍ଷିତ ବେହେରା, ସୁରେନ୍ଦ୍ର ବେହେରା, ଅଶୋକ ସାହୁ, ଅଶୋକ ମହାନ୍ତି ଇତ୍ୟାଦି ଙ୍କ ନେତୃତ୍ଵରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ କାର୍ଯ୍ଯାଳୟ ଭଗବତୀ ଭବନ ଠାରୁ ଏକ ଶୋଭାଯାତ୍ରାରେ ରାଜମହଲ ଛକ, କଳ୍ପନା ଛକ ହୋଇ ଭୁବନେଶ୍ଵର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶଙ୍କର୍ଷଣ ଵାରିକଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ସାମ୍ପ୍ରଦାୟିକ ଏକଛତ୍ରବାଦୀ ଭ୍ରଷ୍ଟ ଵିଜେପି ଓ ରାଜ୍ୟରେ ୨୪ଵର୍ଷର ବିଜେଡ଼ିର କୁ-ଶାସନର ଅବସାନ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଭୁବନେଶ୍ଵର (ଉତ୍ତର) ନିର୍ଵାଚନମଣ୍ଡଳୀର ସିପିଆଇ(ଏମ୍) ଓ ସିପିଆଇ ଏମ୍ ଏଲ ଲଇଵରେଶନ ସମର୍ଥିତ ସିପିଆଇ ପ୍ରାର୍ଥୀଙ୍କ ବିଜୟ ପାଇଁ ଏ ଲଢେଇ ବୋଲି ତିନି ଦଳ ପକ୍ଷରୁ ପ୍ରକାଶ କରାଯାଇଛି।
ସଦୟ ପ୍ରକାଶନ ଅର୍ଥେ ଅନୁରୋଧ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required