ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି : ସମୀର ମହାନ୍ତି
ପାଣ୍ଡିଆନଙ୍କୁ କ୍ଷମତା ଦେବା ପାଇଁ ନବୀନ ବାବୁ ୨ଟି ଆସନରୁ ଲଢ଼ୁଛନ୍ତି
: ସମୀର ମହାନ୍ତି
ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନଙ୍କୁ ଓଡିଶା ବିଧାନସଭାକୁ ଆଣିବା, ତାଙ୍କ ହାତରେ ଓଡିଶା ଶାସନ ଦେବା । ଏହା ଓଡିଆ ସ୍ୱାଭିମାନର ଅପମାନ
୫ଟି ନାଁରେ ଯେଭଳି ଭାବରେ ଗଣତନ୍ତ୍ରର ହତ୍ୟା ହେଲା ତାହା ଓଡିଶା ଲୋକେ ଭୁଲି ନାହାନ୍ତି
ବିଧାୟକ, ସାଂସଦମାନଙ୍କୁ ଅସମ୍ମାନିତ କରାଗଲା, ଟେଂଟ ବାନ୍ଧିବା ପାଇଁ କୁହାଗଲା, ଜଳଖିଆ କଥା ବୁଝିବା ପାଇଁ ଦାୟୀତ୍ୱ ଦିଆଯିବା ଦୁର୍ଭାଗ୍ୟଜନକ
ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ନିଜର ଉତରାଧିକାରୀ ଭାବେ ବାଛି ଓଡିଶାକୁ ଭୟଙ୍କର ବିପତି ଭିତରକୁ ଠେଲି ଦେବା ପାଇଁ ଷଡଯନ୍ତ୍ର କରିଛନ୍ତି
ଭୁବନେଶ୍ୱର, ତା.୨୬/୦୪: ଭୈରବ ପାଣ୍ଡିଆନଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି । ଏଥିରୁ ପ୍ରମାଣିତ ହୋଇଗଲା ଯେ, ସେ ହେଉଛନ୍ତି ବିଜେଡିର ଦୁଇ ନମ୍ବର ନେତା । ନବୀନ ବାବୁଙ୍କ ପରେ ସେ ହେଉଛନ୍ତି ବିଜେଡିର ନୂଆ ମାଲିକ । ନବୀନ ବାବୁ ଦୁଇଟା ଆସନ ଲଢିବା ପଛର ଉଦ୍ଦେଶ୍ୟ ହେଉଛି ଗୋଟିଏ ଆସନ ପାଣ୍ଡିଆନଙ୍କ ପାଇଁ ଖାଲି କରିବା, ଓଡିଶାବାସୀ ଏହା ଜାଣିସାରିଲେଣି । ଏଥର ବିଜେଡିକୁ ଭୋଟ ଦେବାର ଅର୍ଥ ହେଉଛି ପାଣ୍ଡିଆନଙ୍କୁ ଓଡିଶା ବିଧାନସଭାକୁ ଆଣିବା, ତାଙ୍କ ହାତରେ ଓଡିଶା ଶାସନ ଦେବା । ଏହା ଓଡିଆ ସ୍ୱାଭିମାନର ଅପମାନ । ଓଡିଆ ଅସ୍ମିତା ଉପରେ କୁଠାରଘାତ । ବିଗତ ଦିନମାନଙ୍କରେ ୫ଟି ନାଁରେ ଯେଭଳିଭାବରେ ଗଣତନ୍ତ୍ରର ହତ୍ୟା ହେଲା ତାହା ଓଡିଶା ଲୋକେ ଭୁଲି ନାହାନ୍ତି । ଯେଉଁଭଳି ଭାବରେ ବିଧାୟକ, ସାଂସଦମାନଙ୍କୁ ଅସମ୍ମାନିତ କରାଗଲା, ଟେଂଟ ବାନ୍ଧିବା ପାଇଁ କୁହାଗଲା, ଜଳଖିଆ କଥା ବୁଝିବା ପାଇଁ ଦାୟୀତ୍ୱ ଦିଆଗଲା ତାହା ଦୁର୍ଭାଗ୍ୟଜନକ ଥିଲା । ଓଡିଶାର ଲୋକେ ଏଥର ଓଡିଆଙ୍କ ପ୍ରତି ହୋଇଥିବା ଅପମାନର ଉଚିତ ଜବାବ ଦେବେ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ୫ଟି ନାଁରେ ଯେଉଁଭଳି ରୂପାନ୍ତରଣର ଆଳ ଦେଖାଇ ୪୦ ହଜାର କୋଟିର ଘୋଟାଲା ହୋଇଛି, ଏହାର ଜବାବ ଏଥର ଲୋକ ଦେବେ । ୫-ଟି ନାଁରେ ଭିକେ ପାଣ୍ଡିଆନ ସରପଂଚରୁ ନେଇ ସାଂସଦ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପମାନିତ କଲେ । ଏବେ ମୁଖ୍ୟମନ୍ତ୍ରୀ ସେହି ଭିକେ ପାଣ୍ଡିଆନଙ୍କୁ ନିଜର ଉତରାଧିକାରୀଭାବେ ବାଛି ଓଡିଶାକୁ ଭୟଙ୍କର ବିପତି ଭିତରକୁ ଠେଲି ଦେବା ପାଇଁ ଷଡଯନ୍ତ୍ର କରିଛନ୍ତି । ଓଡିଶାର ଲୋକ ଏଥର ବିଜୁ ଜନତା ଦଳକୁ ଭୋଟ ନଦେଇ ନବୀନ ବାବୁଙ୍କର ସେହି ଷଡଯନ୍ତ୍ରକୁ ସଫଳ କରାଇ ଦେବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।