Search for:
  • Home/
  • ରାଜ୍ୟ/
  • ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ପ୍ରେରଣା ଦିବସ ପାଳନ।

ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ପ୍ରେରଣା ଦିବସ ପାଳନ।

Spread the love

Loading

ପ୍ରେରଣା ଦିବସ ୨୦୨୪ ପାଳିତ

ଭୁବନେଶ୍ୱର:ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ପ୍ରେରଣା ଦିବସ ରୁପେ ୨୦୨୪ ଭାରତ ସ୍କାଉଟ ଏବଂ ଗାଇଡ଼ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପିଲାମାନଙ୍କ ଦ୍ୱାରା ମୋ ସ୍ୱପ୍ନର ଭାରତ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗୀତା, ଦେଶ ପ୍ରେମ ଉପରେ ଗଳ୍ପ କଥନ, ଦେଶାତ୍ମକ ବୋଧିତ ସଙ୍ଗୀତ, ନୃତ୍ୟ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ଭବାନୀ କଥା ଓ ଦେଶପ୍ରେମ ଉପରେ ଆଲୋଚନା କରାଯାଇ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭବାନୀ ପଟ୍ଟନାୟକ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ଯୋଗଦାନ କରିଥିଲେ।
ସ୍ବର୍ଗତ ପଦ୍ମଶ୍ରୀ ପଟ୍ଟନାୟକ ଥିଲେ ଜଣେ ଯୁବସ୍ଥା ମହାମାନବ। ତାଙ୍କ ନିଃସ୍ୱାର୍ଥପର ତ୍ୟାଗ, ଦେଶପ୍ରେମ ଓ ମାନବ ସେବାର ପଟାନ୍ତର ନାହିଁ। ସେଭଳି ବ୍ୟକ୍ତି ହୁଏତ ଆଉ ଏ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବେ କି ନାହିଁ ସନ୍ଦେହ। ମାନବ ଓ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ତାଙ୍କର ନିଷ୍ଠା ଉଚ୍ଚ ଜୀବନ ଆଦର୍ଶ ବହୁ ଯୁବପ୍ରାଣକୁ ପ୍ରଭାବିତ କରିଥିଲା। ଅହିଂସାର ନିଚ୍ଛକ ଅଭିବ୍ୟକ୍ତି ଭବାନୀ ବାବୁଙ୍କ ଜୀବନ ଧାରାକୁ ଗାନ୍ଧିମୟ କରିଦେଇଥିଲା। ତାଙ୍କ ଜୀବନ ବ୍ୟାପି ସାଧନା ଓ ବଳିଦାନ ଆମ ମାତୃଭୂମିକୁ କରିଥିଲା ବନ୍ଧନ ମୁକ୍ତ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଓ ଭବାନୀ ପ୍ରେମୀ ଅଂଶଗ୍ରହଣ କରିଥିଲେ।
ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଗାନ୍ଧୀବାଦୀ ଶ୍ରୀ ପ୍ରହ୍ଲାଦ ସିଂ, ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ, ମାନବ ଅଧିକାର କର୍ମୀ ଶ୍ରୀ ମନୋଜ ଜେନା, ଆଡଭୋକେଟ ଶ୍ରୀ ସୁଧୀର ମହାନ୍ତି, ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା, ଭାରତ ସ୍କାଉଟ ଗାଇଡ଼ର କମିଶନର ଶ୍ରୀ କାଳୀପ୍ରସନ ମିଶ୍ର, ବିଶିଷ୍ଟ ଗଳ୍ପକାର ଶ୍ରୀ କୃତିବାସ ଜେନା, ସଙ୍ଗୀତଜ୍ଞ ଶ୍ରୀ ବିକ୍ରମ ମହାପାତ୍ର, ଟେକ ମହିନ୍ଦ୍ରା ଫାଉଣ୍ଡେସନର ଶ୍ରୀ ରଶ୍ମି ରଂଜନ ମହାନ୍ତି, ଶିଳ୍ପ ପତି ଶ୍ରୀ ଏସ.କେ ସୁରେକା ଇତ୍ୟାଦି ସ୍ମୃତି ଚାରଣ କରିଥିଲେ | କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଡ. ବେଣୁଧର ସେନାପତି, ଧନ୍ୟବାଦ ଦେଇଥିଲେ ଶ୍ରୀ ସୋମ ଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀ ବିକ୍ରମ କେଶରୀ ନାୟକ |

ଏତଦ ବ୍ୟତୀତ ଆଜି ସକାଳ 9 ଘଟିକା ସମୟରେ ଭବାନୀ ପଟ୍ଟନାୟକ ସ୍ମୃତି ରକ୍ତଦାନ ଶିବିର କ୍ୟାପିଟାଲ ହସ୍ପିଟାଲ ସ୍ଥିତ ବ୍ଲଡ଼ ବ୍ୟାଙ୍କରେ ଆୟୋଜିତ ହୋଇଥିଲା | ଏହି କାଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଶ୍ରୀ ହର ପ୍ରସାଦ ମହାପାତ୍ର | ଏହି ଶିବିରରେ 40 ଜଣ ଭବାନୀ ପ୍ରେମୀ ରକ୍ତଦାନ କରିଥିଲେ |

Leave A Comment

All fields marked with an asterisk (*) are required