ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ l
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ l
ସ୍ଵାଧିନତା ଦିବସ ପ୍ୟାରେଡ ରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚନା
ଭୁବନେଶ୍ୱର:୭୮ତମ ସ୍ଵାଧିନତା ଦିବସ କାର୍ଯ୍ୟକ୍ରମ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଜ୍ଞାପନ ମେଢ଼ ପାଇଁ ଶ୍ରେଷ୍ଠ ବିବେଚନା ହେଇଛି I ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ପ୍ରଜ୍ଞାପନ ମେଢ଼ କୁ ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଓ ଡ଼ିଟିଇଟି ଓଡ଼ିଶା,କଟକ ର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଗ୍ରହଣ କରିଛନ୍ତି I ସୂଚନା ଯୋଗ୍ୟ ଯେ ସରକାରଙ୍କ ପ୍ରଚଳିତ ସୁଦକ୍ଷା ଯୋଜନାରେ ସମସ୍ତ ସରକାରୀ ଆଇ.ଟି.ଆଇ ଗୁଡ଼ିକରେ ସମସ୍ତ ବର୍ଗ ର ବାଳିକା ମାନଙ୍କୁ ଟ୍ୟୁସନ ଦେୟ ଛାଡ଼ କରାଯାଇଛି । ଏହା ବାଦ ବାଳିକା ମାନଙ୍କୁ ଉନ୍ନୟନ ଏବଂ ଅନ୍ୟାନ୍ୟ ଦେୟ ପ୍ରତିପୂରଣ କରାଯାଏ । ସୁଦକ୍ଷା ସ୍କିମ ଅନ୍ତର୍ଗତ ଛାତ୍ରୀନିବାସରେ ରହି ଅଧ୍ୟୟନ କରୁଥିବା ବାଳିକା ମାନଙ୍କୁ ମାସିକ ଟଙ୍କା ୧୫୦୦/- ତଥା ଅନ୍ୟ ମାନଙ୍କୁ ଟଙ୍କା ୫୦୦/- ରକ୍ଷଣାବେକ୍ଷଣ ଭତ୍ତା ଦିଆଯିବା ସହ ପ୍ରଶିକ୍ଷଣ ଉପରାନ୍ତ ନିୟୋଜନ ତଥା ରାଜ୍ୟ ଭିତରେ ଓ ବାହାରେ ଶିକ୍ଷାନବିସ ତାଲିମର ସୁବିଧା ପ୍ରଦାନ କରାଯାଉଛି । ଏହି ଯୋଜନାରେ ୨୦୨୩-୨୪ ବର୍ଷ ରେ ବାଳିକା ମାନଙ୍କ ଯୋଗଦାନ ୩୧% ରେ ପହଞ୍ଚିଛି। ଆଗାମୀ ଦିନରେ ଏହି ସୁଦକ୍ଷା ଯୋଜନା ରାଜ୍ୟ ର ବାଳିକା ମାନଙ୍କ ପାଇଁ ଆହୁରି ଫଳପ୍ରଦ ହେବ ବୋଲି ଆଇ ଟି ଆଇ ପ୍ରଶିକ୍ଷକ ସଙ୍ଘ ଆଶାବାଦୀ।
୨୦୨୪-୨୫ ବର୍ଷ ରେ ଡ଼ିଜିଟି, ନୁଆ ଦିଲ୍ଲୀ ଦ୍ୱାରା ପ୍ରକାଶିତ ୧୫୯୯୯ ଆଇଟିଆଇ ଗ୍ରେଡ଼ିଂ ରେ ବଡବିଲ ସରକାରୀ ଆଇଟିଆଇ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି l ସେହିପରି ୨୦୨୩-୨୪ ସର୍ବଭାରତୀୟ ଟ୍ରେଡ଼ ପରୀକ୍ଷାରେ ଶ୍ରେଷ୍ଠସ୍ଥାନ ଅଧିକାର କରିଥିବା ପି କୁମାର, ସରକାରୀ ଇଲେକ୍ଟ୍ରୋନିକ୍ସ ମେକାନିକ ଟ୍ରେଡ଼ , ଅନୁରାଗ ମାଇକେଲ ଆଡିଟିଭ ମାନୁଫେକ୍ଚରିଂ ଟେକନିସିଆଁନ-3D ପ୍ରିଣ୍ଟିଂ ଟ୍ରେଡ଼ ପାଇଁ ଓ ପ୍ରିତମ ଦାସ ଙ୍କୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ବର୍ଷ ୨୦୨୩-୨୪ ପାଇଁ ଶ୍ରେଷ୍ଠ ଆଇଟିଆଇ ଭାବେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବ୍ରହ୍ମପୁର ପୁରସ୍କୃତ ହେଇଛି I
ଏହି ଘୋଷଣା ପ୍ରକାଶ ପାଇବା ପରେ ଓଡିଶା ଆଇ ଟି ଆଇ ପ୍ରଶିକ୍ଷକ ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟା ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ବିଭାଗର ମୁଖ୍ୟ ଶାସନ ସଚିବ , ନିର୍ଦ୍ଦେଶକଙ୍କୁ ସଂଘର ଉପଦେଷ୍ଟା ଶ୍ରୀ ପ୍ରଭାତ ମହାନ୍ତି, ସଭାପତି ଶ୍ରୀ କାନ୍ତିରଞ୍ଜନ ସାହୁ ଓ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ମଲ୍ଲ ଅଭିନନ୍ଦନ ଜଣାଇଛନ୍ତି