ୟାସିର ନୱାଜଙ୍କ ପ୍ରଚାର।
ଭୁବନେଶ୍ୱର ଉତର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଲୋକସଭା ପାର୍ଥୀ
ୟାସିର ନୱାଜଙ୍କ ପ୍ରଚାର
ଭୁବନେଶ୍ୱର, ତା. ୧୩.୦୫ : ଆଳି ପ୍ରଦେଶ କଂଗ୍ରେସ ସଂଖ୍ୟା ଲଘୁ ସେଲ୍ର ଉପାଧ୍ଯକ୍ଷ ମିର୍ଜା ଇରସାଦ୍ ବେର୍ଙ୍କ ନେତୃତ୍ବରେ ଭୁବନେଶ୍ଵର ଲୋକସଭା କଂଗ୍ରେସ ପାର୍ଥୀ ୟାସିର ନୱାଜ ଏବଂ ଭୁବନେଶ୍ଵର ଉତର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଥୀ ଅଶୋକ ଦାସ ସାରା ଦିନ ନିର୍ବାଚନ ପ୍ରଚାର କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ହଂସପାଳ, ନହରକଂଟା, ଭୋଇ ସାହି, ସାମଲ ସାହି, ହରିବାସ ପୁର, ବଙ୍ଗୁଆରୀ, ନୂଆପାଟଣା, କାଚରାମାଳ, ପାହାଳ, ଜୋହନ, ଜୟପୁର, ନଖରା ଓ ମିଲେନିୟମ ସିଟି ରୁ ପଳାଶୁଣି, ରସୁଗଡ଼, ଭିଏସ୍.ଏସ୍. ନଗର, ଡକେଇସିଆଣି, ଭୋଟପଜା ଓ କଳା ରାହାଙ୍ଗ ପ୍ରଭୃତି ଅଂଚଳ ବୁଲି ଭୋଟରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ବିଶେଷ କରି କଂଗ୍ରେସ ଗ୍ୟାରେଟି ପତ୍ର ଘରେ ଘରେ ବଂଟାଯାଇଥିଲା । ନବୀନ ସରକାରର ୨୫ ବର୍ଷର ଗ୍ୟାରେଟି ଓ ପ୍ରତିଶ୍ରୁତି ଏବଂ ମୋଦୀ ସରକାରଙ୍କର ୧୦ ବର୍ଷର ଗ୍ୟାରେଟି ଓ ପ୍ରତିଶ୍ରୁତି ପାଣିରଗାର ବୋଲି ପ୍ରମାଣିତ ହେଲାପରେ ଆଉ ବିଜେଡ଼ି ଓ ବିଜେପି ଗ୍ୟାରେଟି ଗ୍ୟାରେଟି କହି ଚିତ୍କାର କଲେ ବି ସାଧାରଣ ଜନତା ଏହାକୁ କର୍ଣପାତ କରୁନାହାନ୍ତି ବୋଲି ୟାସିର ନଓ୍ୱାଜ କହିଛନ୍ତି ।
ସେ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ ବେଳାର ଯୁବକ ଓ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବ । ସମସ୍ତ ମହିଳାଙ୍କୁ ସୁରକ୍ଷା ଓ କର୍ମନିଯୁକ୍ତି ଦିଆଯିବ। ଜୁଲାଇ ମାସରୁ ମାଗଣା ବିଜୁଳି ଦେବା ପାଇଁ ବିଜେଡ଼ି ଯେଉଁ ପ୍ରତିଶ୍ରୁତି ଦେଇଛି ତାହାକୁ ସେ ପାଳନ କରିବ ନାହିଁ । କାରଣ ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେଲେ ନାହିଁ, ଚାଷ ଜମିକୁ ଜଳ ଯୋଗାଇଦେଇ ପାରିଲେ ନାହିଁ, ମାଆକୁ ସମ୍ମାନ, ଗାଁକୁ କାମର ଆହ୍ବାନ ଆଜି ପ୍ରତାରଣାପୂର୍ଣ ହୋଇଛି, ସରକାରୀ ଚାକିରୀ ବିକ୍ରି ହୋଇଛି, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ନିତ୍ୟବ୍ୟବହାର୍ଯ୍ୟ ବର ଆଜି ଆକାଶ ଛୁଆଁ, ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି । ଏଭଳି ବାତାବରଣ ଭିତରେ ନବୀନଙ୍କ ଗ୍ୟାରେଟି ଉପରେ ସାଧାରଣ ଜନତା ଭରସା କରିବେ ନାହିଁ । ସେହିଭଳି ମୋଦୀଙ୍କର ଆଚ୍ଛାଦିନର ବାସ୍ତବ ରୂପ ଲୋକ ଦେଖୁଲେ । ବେକାର ଯୁବକ ଯୁବତୀମାନଙ୍କୁ ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ କହି ଠକିଲେ । ଚାଷୀଙ୍କୁ ହତ୍ୟା କଲେ, ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ଆକାଶ ଛୁଆଁ କରାଇଲେ । କେନ୍ଦ୍ର ସରକାରଙ୍କ ଅନୁଷ୍ଠାନକୁ ତାଙ୍କର ଅନୁଗତ ଶିଳ୍ପପତିମାନଙ୍କୁ ଶାଗମାଛ ଦରରେ ବିକ୍ରିକଲେ । ତେଣୁ ମୋଦୀ ଗ୍ୟାରେଟି ମଧ୍ଯ ବିଶ୍ଵାସ ଯୋଗ୍ୟ ନୁହେଁ ବୋଲି ସାଧାରଣ ଜନତା କହୁଛନ୍ତି । ଆଜି ୟାସିର ନଓ୍ୱାଳଙ୍କୁ ଉପରୋକ୍ତ ଅଂଚଳର ବିପୁଳ ଜନସମର୍ଥନ ମିଳିଥିବାରୁ ପରିଦୃଷ୍ଟ ହୋଇଛି । ଏହି କାର୍ଯ୍ୟକ୍ରମରେ କାର୍ତିକେଶ୍ବର କାଣ୍ଡି, ଉଦ୍ଦିଚ୍ ପ୍ରଧାନ, ରଶ୍ମିରଞ୍ଜନ ବାରିକ, ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।