Search for:
  • Home/
  • ମହାନଗର/
  • ୱାର୍ଡ ୪୦ ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ

ୱାର୍ଡ ୪୦ ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ

Spread the love

Loading

ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର :୨୦.୭ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପ୍ରାୟ ୫୦ ରୁ ଉର୍ଦ୍ଧ ଫଳ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା । ଆମ୍ବ, ପଣସ, ପିସ୍ତା ବାଦାମ, ବଉଳ ଇତ୍ୟାଦି ଗଛ ସବୁ ରାସ୍ତାର ଦୁଇ ପାର୍ଶ୍ଵରେ ଖାଲି ସ୍ଥାନରେ ଲଗା ଯାଇଥିଲା । ଚଳିତ ସପ୍ତାହରେ ସରକାରୀ କ୍ୱାର୍ଟର ଗୁଡିକରେ ମଧ୍ୟ ଏହି ଭଳି ଚାରା ସବୁ ଲଗାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ ୧ ୟୁନିଟ ୨ଏବଂ ୟୁନିଟ ୩ ଏବଂ ବିଭିନ୍ନ ୱାର୍ଡ ରେ ଗଛ ଲଗାଇବ ବୋଲି ସଙ୍ଘଠନ ସ୍ଥାୟୀ କରିଛନ୍ତି।

ବର୍ଷା ଋତୁ ଆରମ୍ଭ ରେ ଏହି ଗଛ ଗୁଡ଼ିକ ଲଗାଯାଇଥିବାରୁ ଏହା ନିଶ୍ଚିତ ଭାବରେ ବଞ୍ଚିବ ଏବଂ ପାଣି ଦେବାର ଆବଶ୍ୟକତା ବିଶେଷ ଦରକାର ପଡିବ ନାହିଁ ବୋଲି ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଣାଶୁଣା ସାମାଜିକ କର୍ମୀ ମାନି ପଣ୍ଡା, ପରିଷଦର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଅବିନାଶ ଦାସ, ଅରୁଣ ସ୍ବାଇଁ, ସୁକାନ୍ତ ମହାନ୍ତି, ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଏହିଭଳି ବର୍ଷା ଆରମ୍ଭରେ ପ୍ରତ୍ୟେକ ବ୍ୟକ୍ତି କିମ୍ୱା ଅନୁଷ୍ଠାନ କିଛି କିଛି ଚାରା ରୋପଣ କରନ୍ତୁ ବୋଲି ପରିଷଦ ପକ୍ଷରୁ ଆହ୍ବାନ ଦିଆଯାଇଛି ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required