Search for:
  • Home/
  • ରାଜ୍ୟ/
  • ବିଶ୍ଵ ଜଳଦିବସ ଅବସରରେ ଜନମଙ୍ଗଳ ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ବିଶ୍ଵ ଜଳଦିବସ ଅବସରରେ ଜନମଙ୍ଗଳ ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

Spread the love

Loading

ବିଶ୍ଵ ଜଳଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପକ୍ଷରୁ ବିଶ୍ୱ ଜଳଦିବସ ଅବସରରେ ଆଜି ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଦୀର୍ଘ ୧୩ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏଇ ବାର୍ଷିକ ଜଳଦାନ କେନ୍ଦ୍ର ମାର୍ଚ୍ଚ ୨୨ ବିଶ୍ୱ ଜଳଦିବସ ଅବସରରେ ପ୍ରତ୍ୟେକ ବର୍ଷ ଆରମ୍ଭ କରାଯାଇଥାଏ | ପାଗ କୋହଲା ଥିବା ସତ୍ୱେ ବସାଦହି, ବିଟଲୁଣ, ପୋଦିନାପତ୍ର, ଅଦା, କଞ୍ଚାଲଙ୍କା ଇତ୍ୟାଦିର ସମ୍ମିଶ୍ରଣରେ ପ୍ରସ୍ତୁତ ପାନୀୟ ପଥଚାରୀମାନେ ବେଶ ଉପଭୋଗ କରିଥିଲେ | ଏହି ଜଳଦାନ କେନ୍ଦ୍ରର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜନମଙ୍ଗଳ ପରିଷଦର ବରିଷ୍ଠ ସଦସ୍ୟ ଅଲେଖଚନ୍ଦ୍ର ଜେନା, ଅରୁଣ ସ୍ୱାଇଁ, ଯୁବ କର୍ମକର୍ତ୍ତା ନିରଞ୍ଜନ ସାହୁ, ମନୋରଞ୍ଜନ ଦାଶ, ଜୟପ୍ରଦା ସାମନ୍ତରାୟ, ପ୍ରଭାତ କୁମାର ଦାସ, ସ୍ଥାନୀୟ ସମାଜସେବୀ ମାନୀ ପଣ୍ଡା, ଋତୁରାଜ ପଟ୍ଟନାୟକ, ମାନସ ବସ୍ତିଆ, ବାଙ୍କୀ ପ୍ରଗତି ପରିଷଦର ଅଧକ୍ଷ ନୀଳ ମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ | ଆଜିଠାରୁ ଆରମ୍ଭ ହୋଇଥିବା ଏହି ଜଳଦାନ କେନ୍ଦ୍ରରେ ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସୁସ୍ୱାଦୁ ପାନୀୟ ଜଳ ପଥଚାରୀ ମାନଙ୍କୁ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି |

Leave A Comment

All fields marked with an asterisk (*) are required