Search for:
  • Home/
  • ରାଜ୍ୟ/
  • ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ବର ମହାନଗର ତରଫରୁ “ମଣିକର୍ଣ୍ଣିକା ଦୌଡ”

ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ବର ମହାନଗର ତରଫରୁ “ମଣିକର୍ଣ୍ଣିକା ଦୌଡ”

Spread the love

Loading

ରାଷ୍ଟ୍ର ସେବିକା ସମିତି, ଭୁବନେଶ୍ବର ମହାନଗର ତରଫରୁ “ମଣିକର୍ଣ୍ଣିକା ଦୌଡ”
ଭୁବନେଶ୍ବର,4/12:ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ଉପଲକ୍ଷେ, ରାଷ୍ଟ୍ର ସେବିକା ସମିତି,
ଭୁବନେଶ୍ବର ମହାନଗର ତରଫରୁ  ୩ ଡିସେମ୍ବର ୨୩ ରବିବାର ପ୍ରାତଃ ସମୟରେ ମହାବିଦ୍ୟାଳୟ
ରେ ଅଧ୍ୟୟନ ରତ ତରୁଣୀ ମାନଙ୍କୁ ନେଇ “ମଣିକର୍ଣ୍ଣିକା ଦୌଡ” ଶୀର୍ଷକ ଏକ ଗଣ ଦୌଡ ର
ଆୟୋଜନ କରାଯାଇଥିଲା l ଏହି ଗଣ ଦୌଡ ଖଣ୍ଡଗିରି ସ୍ଥିତ ଖାରବେଳ ପାର୍କ ରୁ ଆରମ୍ଭ ହୋଇ
ଆମ୍ରି ହସ୍ପିଟାଲ ହୋଇ ଉକ୍ତ ପାର୍କ ରେ ହିଁ ଶେଷ ହୋଇଥିଲା l ଭୁବନେଶ୍ବର ର ବିଭିନ୍ନ
ମହାବିଦ୍ୟାଳୟ ରେ ପଢୁଥିବା ୬୫ ଜଣ ତରୁଣୀ  ଓ ୨୭  ଜଣ କର୍ମଜୀବୀ     ମହିଳା ଏହି ଗଣ
ଦୌଡ ରେ ଭାଗ ନେଇଥିଲେ  l

ମହାନଗର କାର୍ୟ ବାହିକା, ରାଷ୍ଟ୍ର ସେବିକା ସମିତି, ଶ୍ରୀମତୀ ଆରତୀ ଜେନା ଗଣ ଦୌଡ ର
ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ, ପ୍ରାନ୍ତ ସଂଚାଳିକା ଶ୍ରୀମତୀ ଆରତୀ ବୈଶାଖୀ
ମୁଖ୍ୟ ବକ୍ତା ଭାବରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଙ୍କ ର ବୀରତ୍ଵର ଇତିହାସ ସ୍ମରଣ
କରାଇଥିଲେ l ସମିତି ର ଅନ୍ୟ ପଦସ୍ଥ କାର୍ୟ କର୍ତ୍ତା ଶ୍ରୀମତୀ ସାନୁଯା ମେଘମାଳା,
ଶ୍ରୀମତୀ ଜ୍ୟୋତି ରାଣୀ ସାହୁ , ଶ୍ରୀମତୀ ତପସ୍ୱିନୀ ମହନ୍ତ, ଶ୍ରୀମତୀ ସବିତା ଦାସ,
ଶ୍ରୀମତୀ ସ୍ଵପ୍ନ ପ୍ରଭା ସାହୁ, ଶ୍ରୀମତୀ କନକଲତା ପ୍ରଧାନ ଗଣ ଦୌଡ କୁ ସୂଚାରୁ ରୂପେ
ସଞ୍ଚାଳନ କରିଥିଲେ l ଯୋଗ ଶିକ୍ଷିକା ତଥା ସାମାଜସେବି ଶ୍ରୀମତୀ ଅନୁସୂୟା ବେହେରା
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣ ଦୌଡ କୁ ପତାକା ଦେଖାଇ ଶୁଭାରମ୍ଭ କରାଇଥିଲେ ଓ ଦୌଡ
ରେ ବିଜେତା ତରୁଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l

Leave A Comment

All fields marked with an asterisk (*) are required