Search for:
  • Home/
  • ରାଜ୍ୟ/
  • ୧୨ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ “ସମର୍ପଣ

୧୨ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ “ସମର୍ପଣ

Spread the love

Loading

୧୨ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ “ସମର୍ପଣ’ ଏକ ବର୍ଣ୍ଣାଢ୍ୟ ପରିବେଶରେ ରବୀନ୍ଦ୍ର ମଣ୍ଡପରେ ଉଦ୍ଘାଟିତ

ଭୁବନେଶ୍ୱର : ୧୯.୦୨.୨୦୨୪ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୨ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍ଘାଟିତ ହୋଇଯାଇଅଛି । ଭାରତୀୟ ସୁଫିୟାନା ସଙ୍ଗୀତ ସହିତ ଅନ୍ୟାନ୍ୟ ଭକ୍ତି ରସାତ୍ମକ ଓ ଆଧ୍ୟାତ୍ମିକ ସଙ୍ଗୀତର ପ୍ରଚାର ଓ ପ୍ରସାର ଏହି ଉତ୍ସବର ମୂଳ ଉଦେ୍ର୍ଦଶ୍ୟ । ଏହି ଉତ୍ସବ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬.୩୦ ଘଟିକାରୁ ଅନୁଷ୍ଠିତ ହେବ ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପୁନେରୁ ଆସିଥିବା ଡକ୍ଟର ଶ୍ରୃତି ବିଣା ବିଶ୍ୱନାଥଙ୍କ ଦ୍ୱାରା ଅଭଘା ରଙ୍ଗ ଏକ (ଅନେକ ରଙ୍ଗ ଏକ) ସଙ୍ଗୀତ ପରିବେଷଣ । ତାଙ୍କ ପ୍ରସ୍ତୁତିରେ ଥିଲା କିଛି ସୁନ୍ଦର ଭକ୍ତି, ସୁଫି ଓ ନିର୍ଗୁଣୀ ପରମ୍ପରାର ସଙ୍ଗୀତ, ଯାହା ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ତାଙ୍କୁ ତବଲାରେ ଦୁସ୍ମନ୍ତ ପରିଡ଼ା ଓ ହାରମୋନିୟମ୍‌ରେ ଅଜୟ କୁମାର ଦାସ ସହାୟତା କରିଥିଲେ ।

ସଂଧ୍ୟାର ଦ୍ୱିତୀୟ ତଥା ଅନ୍ତିମ ପରିବେଷଣ ଥିଲା ଇନେ୍ଦାରରୁ ଆସିଥିବା ଦୁଇ ଭଉଣୀ ଡକ୍ଟର ଆଭା ଓ ଡକ୍ଟର ବିଭା ଚୌରାସିଆଙ୍କ ଦ୍ୱାରା ସ୍ୱର୍ଣ୍ଣାଞ୍ଜଳି (ଶଗୁଣ ଓ ନିର୍ଗୁଣ) ଭଜନ । ଚୌରାସିଆ ଭଉଣୀ କବୀର, ନାନକ, ମୀରା ଏବଂ ବ୍ରହ୍ମାନନ୍ଦଙ୍କ ଦ୍ୱାରା ରଚିତ କିଛି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଯାହା ଅତି ଚମକ୍ରାର ଓ ସୁମଧୁର ଥିଲା । ସେମାନଙ୍କ ଦ୍ୱାରା ବିଭିନ୍ନ ରାଗ ଓ ତାଳ ସମଷ୍ଟିରେ ଉଚ୍ଚକୁଟିର ସଙ୍ଗୀତ ପରିବେଷଣ ରବୀନ୍ଦ୍ର ମଣ୍ଡପରେ ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେମାନଙ୍କୁ ତବଲାରେ ଦୁସ୍ମନ୍ତ ପରିଡ଼ା, ବଂଶୀରେ ଜବାହାର ମିଶ୍ର, ହାରମୋନିୟମ୍‌ରେ ଅଜୟ କୁମାର ଦାସ ଏବଂ ପରକୁ୍ୟସନ୍‌ରେ ସୌମ୍ୟଜିତ ପରିଡ଼ା ସହଯୋଗ କରିଥିଲେ ।

ଉଦ୍‌ଘାଟନୀ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡଃÿ. (ପ୍ରଫେସର) ପ୍ରିୟମ୍ବଦା ମହାନ୍ତି ହେଜମାଦି; ଭାରତୀୟ ବିଦ୍ୟାଭବନ ଭୁବନେଶ୍ୱର କେନ୍ଦ୍ରର ମହାପରିଚାଳକ ଡ଼. ଏସ୍‌. କେ. ଟାମୋଟିଆ; ସଙ୍ଗୀତ ପ୍ରେମୀ ରବିନାରାୟଣ ଗୁରୁ; ଭୁବନେଶ୍ୱର ମୁ୍ୟଜିକ ସର୍କଲର ସଭାପତି ଅରବିନ୍ଦ ବେହେରା ଓ ଭୁବନେଶ୍ୱର ମୁ୍ୟଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ପରିଚାଳନା ଓ ସଂଚାଳନାରେ ସାହାଯ୍ୟ କରିଥିଲେ ଡ଼ଃ. ସଙ୍ଗୀତା ଗୋସାଇଁ । ଏହି “ସମର୍ପଣ’ କାର୍ଯ୍ୟକ୍ରମଟିର ସିଧାପ୍ରସାରଣ ଭୁବନେଶ୍ୱର ମ୍ୟୁଜିକ ସର୍କଲର ୟୁଟି୍ୟବ୍‌ ଚ୍ୟାନେଲରେ ପ୍ରସାରିତ କରାଯାଉଅଛି ।

Leave A Comment

All fields marked with an asterisk (*) are required