Search for:
  • Home/
  • ରାଜ୍ୟ/
  • ପ୍ରେରଣା ପକ୍ଷରୁ ଗଛରେ ରକ୍ଷା ବନ୍ଧନ ଉତ୍ସବ

ପ୍ରେରଣା ପକ୍ଷରୁ ଗଛରେ ରକ୍ଷା ବନ୍ଧନ ଉତ୍ସବ

Spread the love

Loading

ପ୍ରେରଣା ପକ୍ଷରୁ ଗଛରେ ରକ୍ଷା ବନ୍ଧନ ଉତ୍ସବ

ଭୁବନେଶ୍ୱର, ୩୦.୮ : ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍‌ ଆର୍ମି ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଇନ୍ଦିରାଗାନ୍ଧୀ ପାର୍କରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ-ଇନ୍‌-ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ
ସଭାପତିତ୍ୱ କରି କହିଲେ ଯେ, ଆଜକୁ ୨୫ ବର୍ଷ ଧରି ଏହି ରକ୍ଷା ବନ୍ଧନ ଉତ୍ସବ ଆମ ଅନୁଷ୍ଠାନ ପକ୍ଷରୁ ପାଳନ ହୋଇଆସୁଛି । ବୃକ୍ଷରାଜିର ସୁରକ୍ଷା ଓ ବୃକ୍ଷରୋପଣ ତଥା ବୃକ୍ଷ
ପ୍ରତି ଆନ୍ତରିକତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଗଛ ବି ଆମର ଭାଇ ଭାବିବା ଉଚିତ୍‌ ବୋଲି ଡଃ ଶ୍ରୀଚନ୍ଦନ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ବିଶ୍ୱବ୍ୟାଙ୍କର ଉପଦେଷ୍ଟା ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି
ପ୍ରଫେସର କୁମରବର ଦାସ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ପୃଥିବୀରେ ସର୍ବଶ୍ରେଷ୍ଠ ଜୀବ ମନୁଷ୍ୟ ପ୍ରକୃତିକୁ ଧ୍ୱଂସ କରି ନିଜେ ଅୟସରେ ବଞ୍ôଚବା ପାଇଁ ଚେଷ୍ଟା କରୁଥିଲା ବେଳେ
ନିଜ ଗୋଡ଼ରେ ନିଜେ କୁରାଢୀ ମାରୁଛି । ତେଣୁ କରୋନା ବେଳେ ଅନେକ ମନୁଷ୍ୟ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିଥିବା ବେଳେ କୌଣସି ଜୀବଜନ୍ତୁ କରୋନାର
ଶିକାର ହୋଇନାହାଁନ୍ତି । ଏହା ମଣିଷର ପ୍ରକୃତି ପ୍ରତି ଆକ୍ରମଣର ପ୍ରତିଫଳନ ।ଏଥିରେ ବାବାଜୀ ଅମୃତ ନନ୍ଦ ଦାସ ମହାରାଜ ଯୋଗଦେଇ କହିଲେ ଯେ, ପର ଉପକାର ନିମନ୍ତେ ନଦୀ ପ୍ରବାହିତ ହେଲା ପରି, ଗାଈମାନେ ପର ହିତ ପାଇଁ କ୍ଷୀରଦାନ କରୁଥିବା ପରି ବୃକ୍ଷରାଜି ପର ଉପକାର ପାଇଁ ଫଳ, ଫୁଲ, ଅମ୍ଲଜାନ ଏପରିକି ଔଷଧ ନିର୍ମାଣ ପାଇଁ ଚେରମୂଳ ଆଦି ପ୍ରଦାନ କରିଥାନ୍ତି । ଏଥିରେ ରାଜ୍ୟ ପାଇକ ଆଖଡ଼ା ମହାସଂଘର
ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଇଣ୍ଡିଆନ ରେଡକ୍ରସର ପୂର୍ବତନ ସମ୍ପାଦକ ମେଜର ଡଃ କଳ୍ପନା ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ ସୁଶାନ୍ତକୁମାର ପଟ୍ଟନାୟକ, କମଳା ନେହେରୁ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମଧୁସ୍ମିତା ଦାସ ପ୍ରମୁଖ ଅନେକ ବୃକ୍ଷପ୍ରେମୀ ଅତିଥି ରୂପେ ଯୋଗଦାନ କରି ଗଛର ଉପକାରିତା ଓ ସମାଜ ପ୍ରତି ଏହାର ଅବଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଆନନ୍ଦିତା ଦାସ ବୃକ୍ଷରେ ରକ୍ଷା ବନ୍ଧନସମ୍ପର୍କିତ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ବି.କେ ଆର୍ଟ କଲେଜର ଅଧ୍ୟାପକ ବିଶିଷ୍ଟ ଚିତ୍ରଶିଳ୍ପୀ ଅନ୍ତର୍ଯ୍ୟାମୀ ଦାସ ରକ୍ଷା ବନ୍ଧନ ସମ୍ପର୍କିତ ଏକ ଚିତ୍ର ଅଙ୍କନ କରିଥିଲେ ।ସେହିପରି ଏହି କାର୍ଯ୍ୟକ୍ରମରେ ବହୁ ଚଳଚ୍ଚିତ୍ର ଅଭିନେତ୍ରୀ, କଣ୍ଠଶିଳ୍ପୀ, ସମାଜସେବୀ,ଓଡ଼ିଶୀ ନୃତ୍ୟଶିଳ୍ପୀ ଯୋଗଦାନ କରି ଗଛରେ ରାକ୍ଷୀ ବାନ୍ଧିଥିଲେ । ଏହାପରେ ଏକ
ଶୋଭାଯାତ୍ରା ଇନ୍ଦିରାଗାନ୍ଧୀ ପାର୍କରୁ ବାହାରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ‘ବୃକ୍ଷସୁରକ୍ଷା, ଜୀବନ ରକ୍ଷା’, ଆଗେ ଲଗାଇବା ଗଛ, ଆଉ ସବୁକଥା ପଛ, ଗଛ ଆମର ଜୀବନ ଧନ,
ଯୋଗାଏ ଆମକୁ ପାଣି ପବନ ଆଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।ପରିଶେଷରେ ବୃକ୍ଷ ସୁରକ୍ଷା ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରଦର୍ଶନ କରାଯାଇଥିଲା ।

Leave A Comment

All fields marked with an asterisk (*) are required