ସୃଜନୀ ପକ୍ଷରୁ ବୃକ୍ଷ ରୋପଣ
ଆଜିର ସୃଜନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର(୨୯/୦୮) : ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ‘ମେରୀ ମାଟି ମେରା ଦେଶ’ ଅଭିଯାନର ଅଂଶ ବିଶେଷ ‘ଅମୃତ ବାଟିକା’ ସୃଷ୍ଟି ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସହଯୋଗ ଓ ଆଦିତ୍ୟ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ‘ଆଜିର ସୃଜନୀ’ ପକ୍ଷରୁ ପୂର୍ବାହ୍ନ ୧୧ ଟା ସମୟରେ, ଭୁବନେଶ୍ବର ସୈନିକ ସ୍କୁଲ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
‘ଆଜିର ସୃଜନୀ’ର ପ୍ରତିଷ୍ଠାତ୍ରୀ ଡକ୍ଟର ସୁଜାତା ନନ୍ଦଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟା ଭୁବନେଶ୍ବର ସଂସାଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଉପାଦେୟତା ବିଷୟରେ ମତବ୍ୟକ୍ତ କରିଥିଲେ । ଏହି ଅଭିଯାନରେ ଆଜିର ସୃଜନୀର ସଦସ୍ୟଙ୍କ ସହ ବିଦ୍ୟାଳୟର ମୁଖ୍ୟ ଏବଂ ଛାତ୍ରୀମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍ତରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ପରିପ୍ରେକ୍ଷୀରେ ‘ଆଜିର ସୃଜନୀ’ ପକ୍ଷରୁ ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବଂ ଭୁବନେଶ୍ଵରର ଅନେକ ଶିକ୍ଷାନୁଷ୍ଠାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।