ଭାରତୀୟ ଭ୍ରଷ୍ଟା·ର ନିବାରଣ ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ
ଭାରତୀୟ ଭ୍ରଷ୍ଟା·ର ନିବାରଣ
ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ
ଭୁବନେଶ୍ୱର, ୨.୮ : ଭାରତୀୟ ଭ୍ରଷ୍ଟା·ର ନିବାରଣ ସଂସ୍ଥା (ଆଣ୍ଟି
କର୍ପସନ ଇଣ୍ଟେଲିଜେନ୍ସ କମିଟି) ଓଡ଼ିଶା ପକ୍ଷରୁ ଜୟପୁର ଗ୍ରାମ ଉକଣ୍ଠରେ ଏକ
ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର
କାର୍ଯ୍ୟକର୍ତ୍ତାମାନେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ
ଲୋକାଭିମୁଖୀ କରିପାରିଛନ୍ତି । ଆଜିର ଏହି ବୃକ୍ଷରୋପଣ ମହୋତ୍ସବରେ
ସଂସ୍ଥାର ରାଷ୍ଟ୍ରୀୟ ସମ୍ପାଦକ ତଥା ସୁନାମଧନ୍ୟ ପରିବେଶବିତ ଡଃ ବିପିନ ବିହାରୀ
ମିଶ୍ର ଯୋଗଦାନ କରି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ପରିବେଶ ସନ୍ତୁଳନ ରକ୍ଷା
ଦିଗରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ସ୍ଥାନୀୟ ଜନସାଧାରଣ ମଧ୍ୟ
ଏଥିପ୍ରତି ଆଗ୍ରହ ପ୍ରଦର୍ଶନ କରିବା ସହ ବୃକ୍ଷଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି
ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଗୋଲକ
ବିହାରୀ ସିଂହ, ଡଃ ଲିଙ୍ଗରାଜ ସାହୁ, ରବୀନ୍ଦ୍ର ରାଉତରାୟ, ବାଳକୃଷ୍ଣ ରାଉତ,
ଦିବ୍ୟଜ୍ୟୋତି ସାହୁ ପ୍ରମୁଖ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।
ସର୍ବୋପରି ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତାମାନଙ୍କ ସକ୍ରିୟ ଭାବେ
ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।