Search for:
  • Home/
  • ରାଜ୍ୟ/
  • ଶିଖରଚ଼ଣ୍ଡି ପାହାଡ଼ ରେ ଦଶ ହଜାର ବୃକ୍ଷ ରୋପଣ ଓ ପାଇକ ସହିଦ୍ ସ୍ମାରକୀ ସ୍ମୃତି ସ୍ତମ୍ଭ ପାଇଁ ଶିଳାନ୍ୟାସ.

ଶିଖରଚ଼ଣ୍ଡି ପାହାଡ଼ ରେ ଦଶ ହଜାର ବୃକ୍ଷ ରୋପଣ ଓ ପାଇକ ସହିଦ୍ ସ୍ମାରକୀ ସ୍ମୃତି ସ୍ତମ୍ଭ ପାଇଁ ଶିଳାନ୍ୟାସ.

Spread the love

Loading

ଶିଖରଚ଼ଣ୍ଡି ପାହାଡ଼ ରେ ଦଶ ହଜାର ବୃକ୍ଷ ରୋପଣ ଓ ପାଇକ ସହିଦ୍ ସ୍ମାରକୀ ସ୍ମୃତି ସ୍ତମ୍ଭ ପାଇଁ ଶିଳାନ୍ୟାସ.

ଭୁବନେଶ୍ବର, ତା 22/7_ ଭୁବନେଶ୍ବର ମା ଶିଖରଚ଼ଣ୍ଡି ପାହାଡ଼ ରେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡକ୍ଟର ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ର କମାଣ୍ଡର ଇନ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ଶିଖରଚ଼ଣ୍ଡି ଆଂଚଳିକ ସୁରକ୍ଷା ସମିତିର ଆବାହକ ଶ୍ରୀ ସଚିନ ମହାପାତ୍ର, ଦାରୁଠେଂଗ ପଂଚାୟତର ସରପଞ୍ଚ ଶ୍ରୀ ତପନ କୁମାର ଚକ୍ରବର୍ତ୍ତୀ ଙ୍କ ସମେତ 22 ଖଣ୍ଡ ମୌଜା ର ସହ ସହ ପରିବେଶ ପ୍ରେମୀ, ବୁଦ୍ଧି ଯିବି, ସାମାଜିକ କର୍ମୀ, ଓଡିଶା ପାଇକ ବାହିନୀ ର ସଦସ୍ଯ ମାନେ ମିଶି ପାଣିଟାଙ୍କି ନିର୍ମାଣ ପାଇଁ ହଜାର ହଜାର ଗଛ କଟା ଯାଇ ପାହାଡ଼ ନଷ୍ଟ କରାଯାଇଥିବା ସ୍ଥାନ ରେ 10 ହଜାର ବୃକ୍ଷ ରୋପଣ କରିବା ସହ ପାଇକ ମାନଙ୍କ ଏହି ସମର ଅଭ୍ୟାସ ସ୍ଥଳରେ ଏକ ପାଇକ ସ୍ମାରକୀ ସହିଦ୍ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ. ଏହି ଶିଖରଚ଼ଣ୍ଡି ସୁରକ୍ଷା ବାହିନୀ ମାଂକୁ ପୂଜା କରି ଏକ ବିରାଟ ଶୋଭାଯାତ୍ରାରେ ଆସି ଶିଖର ଚଣ୍ଡି ପାହାଡ ସୁରକ୍ଷା ଆମର ଦାବି ନାରା ଦେଇ ପାହାଡ ନଷ୍ଟ ସ୍ଥାନ ରେ ବୃକ୍ଷ ରୋପଣ କରିବା ସହ ସ୍ମୃତି ସ୍ତମ୍ଭ ର ଶିଳାନ୍ୟାସ କରିଥିଲେ.

Leave A Comment

All fields marked with an asterisk (*) are required