ଜାତୀୟ ବୃକ୍ଷ ଦିବସରେ ଗଙ୍ଗୁଆ କୂଳରେ ଚାରା ରୋପଣ
ଜାତୀୟ ବୃକ୍ଷ ଦିବସରେ ଗଙ୍ଗୁଆ କୂଳରେ ଚାରା ରୋପଣ
ଭୁବନେଶ୍ୱର,୨୮/୭ : ଜାତୀୟ ବୃକ୍ଷ ଦିବସ ଉପଲକ୍ଷେ ସାମନ୍ତରାପୁର ଛକରୁ ଗଙ୍ଗୁଆ ସେତୁ ମଧ୍ୟ ଦେଇ ଶିଶୁପାଳଗଡ଼ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କଡ଼ରେ ଆଂଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ଚାରା ବୃକ୍ଷ ରୋପଣ କରାଯାଇଛି । ଏବିପି ସଦସ୍ୟ, ବୁଦ୍ଧିଜୀବୀ ତଥା ପ୍ରକୃତିପ୍ରେମୀଙ୍କ ଦ୍ୱାରା ଚାରା ରୋପଣ କରାଯାଇ ବାଉଁଶ ବତା ପୋତି ତାର ଜାଲି ବନ୍ଧା ଘେରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଂଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ଅକ୍ଷୟ ସ୍ୱାଇଁ, ଅରୁଣ କୁମାର ପୁରୋହିତ, ପ୍ରକୃତିପ୍ରେମୀ ଲିଙ୍ଗରାଜ ସାହୁ, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ସଂଘଠନର ବରିଷ୍ଠ ସଭ୍ୟ ପ୍ରଶାନ୍ତ ମିଶ୍ର, ସୁମନ୍ତ ସୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଲିଙ୍ଗରାଜ ଜେନା, ଶରତ ବିଶ୍ୱାଳ, ପ୍ରକାଶ ସ୍ୱାଇଁ, ଅଶ୍ୱିନୀ ସାହୁ, ସଞ୍ଜୟ ଦାସ, ତପନ ବରାଳ, ପ୍ରଦୀପ ପ୍ରଧାନ, ଦେବରାଜ ବେହେରା, ଲଳିତ ବେହେରା, ବିଷ୍ଣୁ ବିଶ୍ୱାଳ, ସୌମ୍ୟା ପରିଡ଼ା, ପ୍ରଦ୍ୟୁମ୍ନ ଜେନା, ଆଲୋକ ସାହୁ, ରଘୁନାଥ ସ୍ୱାଇଁ, ମନୋଜ ବରାଳ, ମଦନ ମହାପାତ୍ର, ଇନ୍ଦ୍ରମଣି ମହାରଣା, କୃପାସିନ୍ଦୁ ସ୍ୱାଇଁ, ବୁଲେଟ୍ ରାୟ, ଜୟନ୍ତ ସାହୁ, ରମେଶ ଗୋଚ୍ଛାୟତ, ଘନଶ୍ୟାମ ବେହେରା, ପ୍ରମୁଖ ପରିଚାଳଣା କରିଥିଲେ । ବର୍ଷାକୁ ଆଖି ଆଗରେ ରଖି ଆଗକୁ ବୃକ୍ଷରୋପଣ ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଅବସରରେ ପକୃତିପ୍ରେମୀ ଡ଼ ଲିଙ୍ଗରାଜ ସାହୁ କହିଥିଲେ ଯେ, ଜାତୀୟ ବୃକ୍ଷ ଦିବସ ପାଳନ କରିବାର ଉଦ୍ଦେଶ୍ୟ ବୃକ୍ଷ ଆମକୁ ତଥା ସମାଜକୁ ଯୋଗାଉଛି ତାହା ଆଲୋଚନା କରିବା ଓ ସତର୍କ କରିବା ପାଇଁ । ଆଗକୁ ପରିବେଶ ବହୁ ବିପଦ ଆଡ଼କୁ ଯାଉଥିବାରୁ ଜାତୀୟ ବୃକ୍ଷ ଦିବସରେ ଏହା ଆଲୋଚ୍ୟ ବିଷୟ । ପରିବେଶ ପାଇଁ ଆମକୁ ବୃକ୍ଷ ରୋପଣ ସହ ଏହାକୁ ରକ୍ଷଣାବେକ୍ଷଣ ନିହାତି ଦରକାର । ବୃକ୍ଷ ରୋପଣ ପାଇଁ ବିଭିନ୍ନ ତିଥି ଏକ ବାହାନା । ଏହି ତିଥିରେ କିଛି ଉତ୍ସାହି ଯୁବକ ଯୁବତୀ ବୃକ୍ଷ ରୋପଣ କରିବା ପରେ ଏହାକୁ ବଂଚାଇବା ସମ୍ମାନର ପ୍ରଶ୍ନ । ଏଣୁ ଚାରା ରୋପଣ ସହ ଏହାକୁ ବଂଚାଇବାକୁ ବିଭିନ୍ନ ଅନୁଷ୍ଠାନକୁ ଅନୁରୋଧ କରାଯାଇଛି ।