ଟ୍ରାଫିକ୍ ପୁଲିସ୍ ସଦସ୍ୟମାନଙ୍କୁ ଚଶମା ଓ ଇନସୁଲେଟେଡ୍ ଜଳ ବୋତଲ୍ ବଣ୍ଟନ
ଭୁବନେଶ୍ୱର:ରାଜଧାନୀ ରେ ଅତ୍ୟଧିକ ତାପମାତ୍ରା ଓ କଠିନ ପରିସ୍ଥିତିରେ ଟ୍ରାଫିକ୍ କାମ କରୁଥିବା ଟ୍ରାଫିକ୍ ପୁଲିସ୍ ସଦସ୍ୟମାନଙ୍କର ସେବାକୁ ସମ୍ମାନ ଦେବାପାଇଁ, ମହାନଗର ପୋଲିସ ଆୟୁକ୍ତ ଶ୍ରୀ ଡା. ଏସ୍. ଦେବଦତ୍ତ ସିଂହ, IPS ଙ୍କ ଅଧ୍ୟକ୍ଷତାରେ ଏବଂ DCP ଟ୍ରାଫିକ୍ ଶ୍ରୀ ତପନ କୁମାର ମହାନ୍ତି, OPS(S) ଓ ଅତିରିକ୍ତ DCP ଟ୍ରାଫିକ୍ ଶ୍ରୀ ଅଙ୍କିତ ବର୍ମା, IPS ଙ୍କ ଉପସ୍ଥିତିରେ, ଟ୍ରାଫିକ୍ ପୁଲିସ୍ ଷ୍ଟେସନ୍-୧ ରେ ଭୁବନେଶ୍ୱର-କଟକ ସହରର ଟ୍ରାଫିକ୍ ପୁଲିସ୍ ସଦସ୍ୟମାନଙ୍କୁ ଚଶମା ଓ ଇନସୁଲେଟେଡ୍ ଜଳ ବୋତଲ୍ ବଣ୍ଟନ କରିଛନି!