ଡ. ତିରୁପତି ପାଣିଗ୍ରାହୀଙ୍କୁ ‘ଓଡିଶା ରତ୍ନ ସମ୍ମାନ-୨୦୨୪’ ପ୍ରଦାନ
ଡ. ତିରୁପତି ପାଣିଗ୍ରାହୀଙ୍କୁ ‘ଓଡିଶା ରତ୍ନ ସମ୍ମାନ-୨୦୨୪’ ପ୍ରଦାନ
ଭୁବନେଶ୍ୱର,୨୧ା୧୧(ଜନଶ୍ୱର):ନବ ଉକ୍ରଳ ନିର୍ମାତା ତଥା ଓଡିଶାର ପ୍ରାଣ, ଓଡିଶାକୁ ଏକ ସ୍ୱତନ୍ତ୍ର ଦିଶା ଦେଖାଇଥିବା ଡ. ହରେକୃଷ୍ଣ ମହତାବଙ୍କର ରାଜ୍ୟସ୍ତରୀୟ ୧୨୫ତମ ଜନ୍ମ ଜୟନ୍ତୀ ପିଏମ୍ଜି ଛକ ଠାରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅତିଥି ଭାବେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କୁ ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ତାଙ୍କୁ ‘ଓଡ଼ିଶା ରତ୍ନ ସମ୍ମାନ-୨୦୨୪’ ସମ୍ମାନ ପ୍ରଦାନ କରିଛନ୍ତି। ଡ. ତିରୁପତି ପାଣିଗ୍ରାହୀ ପାରଳାଖେମୁଣ୍ଡିରେ ଆଦିବାସୀ ଜନଜାତିଙ୍କ ପାଇଁ ଅନେକ କାର୍ଯ୍ୟକରିତ୍ତସଭିଙ୍କ ଆଦରର ପାତ୍ର ହୋଇପାରିଛନ୍ତି। ବିଶେଷ କରି କୋରେନା ସମୟରେ ଅତ୍ୟନ୍ତ ନିଷ୍ଠାପର ସ୍ୱାସ୍ଥ୍ୟ ସେବା, ସମାଜର ମଧ୍ୟବିତ୍ତ ଓ ଗରିବ ପରିବାରମାନଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରୁଛନ୍ତି। ସମ୍ମାନ ଗ୍ରହଣ କରି ଡ. ପାଣିଗ୍ରାହୀ କହିଛନ୍ତି ଯେ, ପୁରସ୍କାର ସମ୍ବର୍ଦ୍ଧନା ଆଗକୁ ଯିବା ପାଇଁ ବାଟ ଦେବା ସହିତ ପ୍ରେରଣା ଯୋଗାଏ। ଯାହା ସମାଜର ପ୍ରତିଟି ମଣିଷମାନଙ୍କ ପାଖରେ ରହିବା ଦରକାର ବୋଲି କହିଛନ୍ତି।