ଜାତୀୟ ପତାକା’ ପ୍ରତ୍ୟେକ ଭାରତୀୟଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ : ମନମୋହନ ସାମଲ
ବାଙ୍କୀଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି
‘ଜାତୀୟ ପତାକା’ ପ୍ରତ୍ୟେକ ଭାରତୀୟଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ : ମନମୋହନ ସାମଲ
ନିଜ ନିଜ ଘରେ ପ୍ରତ୍ୟେକ ଭାରତୀୟ “ତ୍ରିରଙ୍ଗା ପତାକା” ଉଡାଇବାକୁ ରାଜ୍ୟ ସଭାପତି କଲେ ଅନୁରୋଧ
ଭୁବନେଶ୍ୱର/ବାଙ୍କୀ, ତା.୧୪/୦୮: ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଗତ ବର୍ଷଠାରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଛି । ଚଳିତ ବର୍ଷ ମଧ୍ୟ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି କଟକ ଜିଲ୍ଲା ବାଙ୍କୀଠାରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି । ଶହ ଶହ ବାଇକ ରାଲି ଜରିଆରେ ବାଙ୍କୀର ଜାତମୁଣ୍ଡିଆ ଛକଠାରୁ ଆରମ୍ଭ ହୋଇ ଏହି ବିଶାଳ ତ୍ରିରଙ୍ଗା ଯାତ୍ରା ବାଙ୍କୀ ବଜାରଠାରେ ସମାପ୍ତ ହୋଇଥିଲା ।
‘ଜାତୀୟ ପତାକା’ ପ୍ରତ୍ୟେକ ଭାରତୀୟଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ । ଏହି ପତାକାକୁ ସମ୍ମାନର ସହ ଉଚ୍ଚ ସ୍ଥାନରେ ରଖିବା ସମସ୍ତଙ୍କ ଦାୟିତ୍ୱ । ଏହି ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ, ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୁଳ ଉଦ୍ଦେଶ୍ୟ । ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ଜିଲ୍ଲା ସଭାପତି ତଥା ପୁର୍ବତନ ବିଧାୟକ ପ୍ରକାଶ ବେହେରା, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଶୁଭ୍ରାଂଶୁ ମୋହନ ପାଢୀଙ୍କ ସମେତ ଅନେକ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ ।