ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘର ଆନ୍ଦୋଳନ ସ୍ଥଗିତ
ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା
ସଂଘର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର, ୩.୮ : ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା
ଗତ ୧୭.୦୭.୨୦୨୩ରିଖ ଠାରୁ ଲୋୟର ପିଏମ୍ଜି ଛକରେ ଧାରଣା ମାଧ୍ୟମରେ
ଦୀର୍ଘ ୧୫ଦିନ ଧରି ଆନ୍ଦେଳାନ କରି ଆସୁଥିଲେ । ଆନ୍ଦୋଳନ ଫଳରେ ରାଜ୍ୟ ମୁଖ୍ୟ
ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ମହିଳା ଶିଶୁ ବିକାଶ ସଚିବ ଶ୍ରୀ ଶୁଭା
ଶର୍ମାଙ୍କ ସହିତ ଅନେକ ବାର ଆଲୋଚନା ପରେ କୌଣସି ସୁଫଳ ମିଳିପାରି
ନଥିଲା । କିନ୍ତୁ ଗତକାଲି ଏକ ମନ୍ତ୍ରୀସ୍ତରୀୟ ବୈଠକ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ
ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ରାଜ୍ୟ ସଚ୍ଚିବାଳୟରେ ଗ୍ରାଜୁଏଟ ଠିକା
ମହିଳା ପରିଦର୍ଶିକାମାନଙ୍କର ·କିରି ସ୍ଥାୟୀ କରିବା ପାଇଁ ଏକ ବୈଠକ
ଅନୁଷ୍ଠିତ ହୋଇଯାଇଛି ଏବଂ ବିଭାଗୀୟ ସଚିବ ଓ ସଂଘ ମଧ୍ୟରେ ଏକ ସକରାତ୍ମକ
ଆଲୋଚନା ଅନୁଷ୍ଠିତ ହେବା ପରେ ସଂଘ ହୃଦବୋଧ କଲା ଯେ, ଠିକା ନିଯୁକ୍ତି
ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଥିବାରୁ ମାନ୍ୟବର ମୁଖ୍ୟ ଶାସନ ସଚିବ ଶ୍ରୀ
ପ୍ର୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ଶୁଭା ଶର୍ମା ଏବଂ ବିଜେଡ଼ି
ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଭର ପ୍ରତିଶ୍ରୁତି ପାଇବା ପରେ
ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଲା ବୋଲି ସଂଘର ସଭାପତି ବାସନ୍ତୀ ଦାସ ଓ
ଅନିତା ଶତପଥୀ, ନମିତା ଜେନା, ମିନତୀ ସିଂ, ବିଜୟଲକ୍ଷ୍ମୀ ଗୌଡ଼, ସୁଶ୍ରୀ
ସାମନ୍ତରାୟ, ଗୀତା ରାଉତରାୟ, ସବିତା ସାମଲ, ଜୟଶ୍ରୀ ଦାସ, ମିନତୀ ମହାନ୍ତି, କନକ
ନେପାକ, ମନୋରମା ମିଶ୍ର, ରଞ୍ଜିତା ସାହୁ ନିଷ୍ପତ୍ତି ନେଇଛନ୍ତି ବୋଲି ସଂଘର
ସମ୍ପାଦିକା ଅଞ୍ଜନା ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।