ଭୁବନେଶ୍ୱରରେ ଟିମ ‘ଗୋନାସିକା’ ଘୋଷଣା ସହ ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ
ଭୁବନେଶ୍ୱରରେ ଟିମ ‘ଗୋନାସିକା’ ଘୋଷଣା ସହ ଅଫିସିଆଲ ୱେବସାଇଟ୍ ଉନ୍ମୋଚିତ
ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଘୋଷଣା ହେଲା ‘ଗୋନାସିକା’ ଟିମ। ଏହାସହ ଦଳର ଅଫିସିଆଲ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି। ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି । ପୂର୍ବରୁ ଅନେକ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଭାରତ ନିକଟରେ ମଧ୍ୟ ଲଗାତାର ଦୁଇ ଦୁଇ ଥର ଅଲିମ୍ପିକ୍ସରେ ପଦକ ହାସଲ କରିଛି ଭାରତ। ହକି ପାଇଁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଓ ସମ୍ମାନ ବଢିଛି । ତେବେ ହକି ଖେଳର ଉନ୍ନତ୍ତି ପାଇଁ ଭାରତ ଠାରୁ ଆରମ୍ଭ କରି ବିଶ୍ୱସ୍ଥରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । (HIL) ହକି ଇଣ୍ଡିଆ ଲିଗରେ ଅନେକ ହକି ତାରକା ଜନ୍ମ ନେବା ସହ ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ।
ଖୁସିର କଥା ପୁଣିଥରେ ହକି ଇଣ୍ଡିଆ ଲିଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ କିଛି ନୂଆ ଦଳ ସାମିଲ ହୋଇଛନ୍ତି। ଏହି ଦଳ ଗୁଡ଼ିକ ମଧ୍ୟରୁ hil ରେ ପ୍ରଥମ ଥର ପ୍ରଦାର୍ପଣ କରିବ ‘ଟିମ ଗୋନାସିକା’ (‘TEAM GONASIKA’) । ଯାହାର ମାଲିକ ତାରିଣୀ ପ୍ରସାଦ ମହାନ୍ତି । ବୁଧବାର ଟିମ ଘୋଷଣା ହେବା ସହ ଅଫିସିଆଲ ୱେବସାଇଟ୍ ଲଞ୍ଚ କରାଯାଇଛି। ଭୁବନେଶ୍ବର ଲାଇଫ ହୋଟେଲ, ସତ୍ୟନଗରରେ ଭବ୍ୟ ଉତ୍ସବ ମାଧ୍ୟମରେ ଦଳର ଘୋଷଣା ଓ ଅଫିସିଆଲ ୱେବସାଇଟ୍ ଲଞ୍ଚ କରାଯାଇଛି । ଏହି ଉତ୍ସବରେ ଦଳର ପ୍ରତୈକ ଖେଳାଳିର ପରିଚୟ ସହିତ ଦଳର ଆନଂଥେମ ଟ୍ରାକ୍ ମଧ୍ୟ ରିଲିଜ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ହକି ଇଣ୍ଡିଆର ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଯୋଗ ଦେଇ ଟିମକୁ ଶୁଭେଚ୍ଛା ଦେବା ସହ ଯୁବ ପ୍ରତିଭାଧାରୀ ଖେଳାଳିଙ୍କୁ hil ଏକ ବଡ଼ ପ୍ଲାଟଫର୍ମ ଯୋଗାଇ ବୋଲି କହିଥିଲେ। ଏହାସହ ହକିର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ଓ ଏହା ଅନେକ ଯୁବପିଢୀଙ୍କୁ ପ୍ରରଣା ଯୋଗାଇବ ବୋଲି କହିଥିଲେ । ଏହି ଅବସରରେ ଅଲମ୍ପିକ୍ସ୍ ସ୍ବର୍ଣ୍ଣ ପଦକ ବିଜେତା ତଥା ଗୋନାସିକା ଟିମର ସଦସ୍ୟ ବିରେନ୍ଦ୍ର ଲାକ୍ରା, ଦଳର ମାଲିକ ତାରିଣୀ ପ୍ରସାଦ ମହାନ୍ତି ଓ ଅନ୍ୟାନ ଅତିଥି ଯୋଗଦେଇଥିଲେ।