Search for:
  • Home/
  • Bda/
  • ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ

ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ

Spread the love

Loading

ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ

ଭୁବନେଶ୍ୱର:ପୁରୁଣା ଭୁବନେଶ୍ବରରେ ଥିବା ପ୍ରାଚୀନ କପିଳେଶ୍ବର ମନ୍ଦିରର ହେବ ନବକଳେବର । ଏକାଦଶ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଏବେ ଜରାଜୀର୍ଣ୍ଣ ସ୍ଥିତିରେ । ଉପରୁ ପଥର ପଡୁଛି, ପାଣି ଗଳୁଛି । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉଦ୍ୟମରେ ଏହି ପ୍ରାଚୀନ ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ବ ବିଭାଗ ଅଧିନକୁ ଯାଇଛି । ଭୁବନେଶ୍ବର ସାଂସଦଙ୍କ ଉଦ୍ୟମରେ ଏଏସଆଇ ଅନୁମତିରେ ଏହାର ଉନ୍ନତିକରଣ କାମ ହାତକୁ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ କପିଳେଶ୍ବର ମନ୍ଦିରର ଉନ୍ନତିକରଣ ପାଇଁ ୪୬ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ଏନେଇ ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ଆଗକୁ ୩ ମାସ ପରେ କପିଳେଶ୍ବର ମନ୍ଦିରର ଅଧିକ ଉନ୍ନତିକରଣ ପାଇଁ ୧ କୋଟି ଟଙ୍କାର ଅନୁଦାନ ରାଶି ଆସିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଥମ ପର୍ଯ୍ୟାୟରେ କପିଳେଶ୍ବର ମନ୍ଦିରର ମରାମତି କାମ ହାତକୁ ନିଆଯିବ । ଦ୍ବିତୀୟ ପର୍ଯ୍ୟାୟରେ ସାମନ୍ତରାପୁର ଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବ । ଯେପରି ପର୍ଯ୍ୟଟକମାନେ ରାଜଧାନୀ ଭୁବନେଶ୍ବରରେ ଥିବା ଏହି ପ୍ରାଚୀନ ମନ୍ଦିରକୁ ବୁଲି ଆସିବାରେ କୌଣସି ସମସ୍ୟା ରହିବନି ।

କପିଳେଶ୍ବର ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ , ଏଏସଆଇ ବିଭାଗୀୟ ଅଧିକାରୀ, ବିଧାୟକ ବାବୁ ସିଂ, ସ୍ଥାନୀୟ ଗ୍ରାମବାସୀ, ମନ୍ଦିରର ସେବାୟତ, ନିଯୋଗ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସାଂସଦଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ତଥା ଉଦ୍ୟମରେ ଏହି ପ୍ରାଚୀନ କପିଳେଶ୍ବର ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସି ଖେଳିଯାଇଛି । ରାଜଧାନୀର ପର୍ଯ୍ୟଟନ ମାନଚିତ୍ରରେ ଆଗକୁ ପୁରାତନ କପିଳେଶ୍ବର ମନ୍ଦିର ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଛନ୍ତି ।

Leave A Comment

All fields marked with an asterisk (*) are required