Search for:
  • Home/
  • ରାଜ୍ୟ/
  • ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

Spread the love

Loading

ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର, ୨୩.୯ : ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀ
ମାନଙ୍କୁ ନେଇ ତା ୦୮.୦୯.୨୦୨୩ରିଖ ଠାରୁ ରାଜ୍ୟର ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମୂହ
କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ତା ୧୮.୦୯.୨୦୨୩ରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସହ
ସଂଗଠନର ଆଲୋଚନା ପରେ ସରକାରଙ୍କ ଉପରେ ଆସ୍ଥା ରଖି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ।
ଆନ୍ଦୋଳନ ସମୟରେ ସଂଗଠନର ଦାବୀ ଥିଲା ଯେ, ସଂଘର ଦାବୀ ସମ୍ପର୍କରେ ଆଲୋଚନା କରି
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କରିବା କରବା ପାଇଁ ଅନୁରୋଧ ମଧ୍ୟ କରାଯାଇଥିଲା । ଶନିବାର ମୁଖ୍ୟମନ୍ତ୍ରୀଙ୍କ
ଦପ୍ତରର ଡାକରାରେ ତିନିଦଫା ଦାବୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ
ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିୟାନ,
ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଉକ୍ତ ଆଲୋଚନାରେ ଉପସ୍ଥିତ ଥିଲେ ।
ରାଜ୍ୟରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା,
ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ଦେଇ ମୂଳ
·କିିରିରେ ଗଣନା, ବିଦ୍ୟାଳୟରେ ଥିବା ଏକ୍ସ-କ୍ୟାଡ଼ର ଶିକ୍ଷକମାନଙ୍କୁ କ୍ୟାଡ଼ରଭୁକ୍ତ
କରିବା, ଲେଫ୍ଟଆଉଟ ଗଣଶିକ୍ଷକ ତଥା କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ କରିବାର
ମାନ୍ୟତା, ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ, ଶିକ୍ଷିକା ମାନଙ୍କ ମୂଳ ବେତନ ଲେବୁଲ-୯ କେନ୍ଦ୍ରୀୟ ହାରରେ
ଗ୍ରେଡ୍‌ ପେ ୪୨୦୦ ଟଙ୍କା ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦାବୀଗୁଡ଼ିକ
ସମ୍ପର୍କରେ ସଂଗଠନର ମହାସଚିବ ·ରୁଲତା ମହାପାତ୍ର ଉପସ୍ଥାପନ କରିଥିଲେ । ସମସ୍ୟା ଗୁଡ଼ିକ
ଯଥାର୍ଥତା ସମ୍ବନ୍ଧରେ ଦାବୀଗୁଡ଼ିକ ତୁରନ୍ତ ପୂରଣ କରାଯିବା ନିମନ୍ତେ ରାଜେଶ ମହାନ୍ତି ଉପସ୍ଥାପନ
କରିଥିଲେ । ମାନ୍ୟବର ୫-ଟି ସଚିବ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦାବୀ ଗୁଡ଼ିକ ସକରାତ୍ମକ ଭାବେ
ଗ୍ରହଣ କରିଥିଲେ ଏବଂ ଡିସେମ୍ବର ମାସ ଶେଷ ସୁଦ୍ଧା ଶିକ୍ଷକ ଶିକ୍ଷୟତ୍ରୀମାନେ ନିଶ୍ଚିତ
ଦାବୀଗୁଡ଼ିକର ସୁଫଳ ପାଇବେ ବୋଲି କହିଥିଲେ । ଶେଷରେ ସଂଗଠନର ଉପଦେଷ୍ଟା ତଥା ପୂର୍ବତନ
ସଭାପତି ଶ୍ରୀ ହୃଦାନନ୍ଦ ଦ୍ୱିବେଦୀ ମାନନୀୟ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ତଥା ଯାଜପୁର ବିଧାୟକ
ପ୍ରଣବ ପ୍ରକାଶ ଦାସଙ୍କୁ ଓଡ଼ିଶାର ସମସ୍ତ ଶିକ୍ଷକମାନଙ୍କ ତରଫରୁ କୃତଜ୍ଞତା ଅର୍ପଣ କରାଯାଇଥିଲା ।
ଏହି ଆଲୋଚନାରେ ଓପିଟିଏ, ଏଓପିଟିଏଫ୍‌, ଓଜେଟିଏ, ଏକ୍ସ-କ୍ୟାଡ଼ର,
ଲେଫ୍ଟଆଉଟ ଏକ୍ସ-କ୍ୟାଡ଼ର, କଳା ଓ କ୍ରୀଡ଼ା, ଏମ୍‌.ଏଲ.ଇ, ପଶ୍ଚିମ ଓଡ଼ିଶା ଫୋରମ,
ମିଳିତ ମଞ୍ଚ ଏହିପରି ମୋଟ ୯ଟି ସଂଗଠନର ୮୦ଜଣ ଶିକ୍ଷକ ଭାଗ ନେଇଥିଲେ । ବିକ୍ରମ ରଥ,
ଜ୍ୟୋତିରଞ୍ଜନ ଦାଶ, ବିରଞ୍ôଚ ନାରାୟଣ ଦାଶ, ଖଗେନ୍ଦ୍ର ପାଳ, ବିଜୟ କୁମାର ମହାନ୍ତି, ବଙ୍କିମ ଚନ୍ଦ୍ର
ସାଗର, ସୁଶାନ୍ତ କୁମାର ବେହେରା, ପ୍ରମୋଦ କୁମାର ପ୍ରଧାନ, ଶିବଲାଲ ସାହୁ, ବୁଲୁ ବେହେରା, ମଳୟ
କୁମାର ଜେନା, ଆର୍ତ୍ତଭଞ୍ଜନ ସାହୁ, ସୁନିଲ କୁମାର ପ୍ରଧାନ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅକ୍ଷୟ
କୁମାର ପାଢୀ, ଦିଲ୍ଲୀପ ସରକାର, ଗୋପାଳକୃଷ୍ଣ ପାତ୍ର, ମାନସ କୁମାର ମହାନ୍ତି, ହରିହର ବେହେରା,
ଜିତ୍‌ ରଞ୍ଜନ ମହାପାତ୍ର, ଯୁଧିଷ୍ଠିର ସାହୁ, ଶେଖ୍‌ ଅବଦୁଲ ରବ୍‌, ଜମ୍ବେଶ୍ୱର ମଲ୍ଲିକ, ପ୍ରସନ୍ନ
ଶ୍ରୀଚନ୍ଦନ, ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ବୋଲି ସଂଗଠନର ମହାସଚିବ
·ରୁଲତା ମହାପାତ୍ର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି ।

Leave A Comment

All fields marked with an asterisk (*) are required