Search for:
  • Home/
  • ରାଜ୍ୟ/
  • ଟାଟା ପାୱାର ର ଚିଙ୍ଗୁଡ଼ି ରପ୍ତାନୀ ସଂସ୍ଥା ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧ ରେ ଆଜିଠାରୁ ପ୍ରତୀକାତ୍ମକ ହରତାଳ ଆରମ୍ଭ .

ଟାଟା ପାୱାର ର ଚିଙ୍ଗୁଡ଼ି ରପ୍ତାନୀ ସଂସ୍ଥା ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧ ରେ ଆଜିଠାରୁ ପ୍ରତୀକାତ୍ମକ ହରତାଳ ଆରମ୍ଭ .

Spread the love

Loading

ଟାଟା ପାୱାର ର ଚିଙ୍ଗୁଡ଼ି ରପ୍ତାନୀ ସଂସ୍ଥା ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧ ରେ ଆଜିଠାରୁ ପ୍ରତୀକାତ୍ମକ ହରତାଳ ଆରମ୍ଭ ..!!

ଭୁବନେଶ୍ୱର:ବର୍ତ୍ତମାନ ସମୟରେ ଆନ୍ତର୍ଜାତିକ ବଜାରରେ ଚିଙ୍ଗୁଡ଼ିର ଅହେତୁକ ମୂଲ୍ୟ ହ୍ରାସ ସାଙ୍ଗ କୁ ଇଉରୋପ ଓ ଆମେରିକା ବଜାରର ମାନ୍ଦା ଅବସ୍ଥା ଓ ତତ୍ ସହିତ Equador ର ଆନ୍ତର୍ଜାତିକ ବଜାରରେ ଚିଙ୍ଗୁଡ଼ି ଦର ହ୍ରାସ ଯୋଗୁଁ ସମ୍ପୂର୍ଣ୍ଣ ଉଦ୍ୟୋଗ ବର୍ତ୍ତମାନ ଭୟଙ୍କର ମାନ୍ଦା ଅବସ୍ଥା ଦେଇ ଗତିକରୁଛି। ଏହି ପରିସ୍ଥିତି ରେ ଚିଙ୍ଗୁଡ଼ି ଚାଷୀ ମାନେ ଅନିର୍ଦ୍ଦିଷ୍ଟ ଭବିଷ୍ୟତ ଯୋଗୁଁ ଦ୍ଵନ୍ଦ ରେ ଅଛନ୍ତି।

ଏହି ସମୟରେ ସରକାର ଙ୍କ ଦ୍ଵାରା ୨୦୧୧ ରୁ ନିର୍ଦ୍ଧାରିତ ବିଦ୍ୟୁତ୍ ଦର AAIA (Allied Agro industrial Activities) ଶ୍ରେଣୀ ରେ ଅନ୍ତର୍ଭୁକ୍ତ ହୋଇ ୟୁନିଟ୍ ପିଛା ୩ଟଙ୍କା ହିସାବରେ ବିଜୁଳି ଦେୟ ପୈଠ କରି ଆସୁଥିଲେ ସୁଦ୍ଧା ଟାଟା ପାୱାର (TPCODL) ଏହାକୁ ସଂପୂର୍ଣ୍ଣ ଅଣଦେଖା କରି ପ୍ରୋସେସିଂ ପ୍ଲାଣ୍ଟ ଗୁଡ଼ିକ ଉପରେ ୟୁନିଟ୍ ପିଛା ଦରକୁ ଟ ୫.୮୫ପଇସା କୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପୂର୍ବା ପର ସମ୍ପର୍କ ସହିତ କୋଟି କୋଟି ଟଙ୍କା ର ପେନାଲଟି ପକାଇଛି।

୨୦୦୮/୦୯ ରେ ଓଡ଼ିଶା ର ରପ୍ତାନି ୩୫୦ କୋଟି ଟଙ୍କା ଥିବା ବେଳେ ବର୍ତ୍ତମାନ ସମୟରେ ତାହା ୪୫୦୦କୋଟି ରେ ପହଞ୍ଚି ପାରିଛି। ଏଥି ପାଇଁ ଚିଙ୍ଗୁଡି ଚାଷୀ ଙ୍କ ପରିଶ୍ରମ, ଅମଳ ବୃଦ୍ଧି, ଗୁଣବତ୍ତା ରକ୍ଷା ସହିତ ସମୁଦ୍ର ଚିଙ୍ଗୁଡ଼ି ଧରୁଥିବା ମତ୍ସଜିବୀ ଙ୍କ ସହଯୋଗ ତଥା ରପ୍ତାନୀ କାରୀ ଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ।

ସାମ୍ପ୍ରତିକ ସମୟରେ ଚିଙ୍ଗୁଡ଼ି ରପ୍ତାନୀ ରେ ବୃଦ୍ଧି ଯୋଗୁଁ ୧୬ଲକ୍ଷ୍ୟ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଯାହା ଭିତରୁ ପାଖା ପାଖି ଅର୍ଦ୍ଧାଧିକ ମହିଳା ନିଯୁକ୍ତ ହୋଇପାରିଛନ୍ତି।
ଟାଟା ପାୱାର ବୃଦ୍ଧି କରିଥିବା ଦର ଯୋଗୁ ଚିଙ୍ଗୁଡ଼ି ର ପ୍ରସ୍ତୁତି ମୂଲ୍ୟ ହାରାହାରି କିଲୋ ପିଛା ୨୦ ଟଙ୍କା ବୃଦ୍ଧି ପାଇବ ଏବଂ ଏହା ଦ୍ବାରା ରପ୍ତାନୀ କାରୀ ସଂସ୍ଥା ମାନଙ୍କ ର କ୍ଷତି ବି ବଢିବ।

ଏହି ପରିସ୍ଥିତି ରେ ଅନେକ ଚିଙ୍ଗୁଡ଼ି ରପ୍ତାନୀ କାରୀ ସଂସ୍ଥା ଅନ୍ୟତ୍ର ସ୍ଥାନାନ୍ତରିତ ହେବା କଥା ଚିନ୍ତା କରୁଛନ୍ତି ବା ଉଦ୍ୟୋଗ ବନ୍ଦ କରିଦେବା ପାଇଁ ମସୁଧା କରୁଛନ୍ତି। ଏଥିନିମନ୍ତେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କାରୀ ସଂଘ ର ଓଡ଼ିଶା ଶାଖା ର କର୍ମକର୍ତ୍ତା ମାନେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଙ୍କ ସହ ଆଲୋଚନା କରିଥିଲେ ଓ ଆଶା କରାଯାଏ ଯେ ଏହାର କିଛି ସୁଫଳ ପ୍ରାପ୍ତ ହେବ।

ଏହି ଉପଲକ୍ଷେ ଗତ ୨୩ ତାରିଖ ସନ୍ଧ୍ୟା ରେ ଏକ ପ୍ରେସ କନଫରେନ୍ସ କରାଯାଇଥିଲା ଓ ଆଜି ୨୫.୦୮.୨୪ ତାରିଖରେ
ଟାଟା ପାୱାର ର ଏକଚାଟିଆ କାର୍ଯ କୁ ବିରୋଧ କରି ସାରା ଓଡ଼ିଶା ର ମତ୍ସ୍ୟ ରପ୍ତାନି ସଂସ୍ଥା ସବୁ ଏକ ପ୍ରତୀକାତ୍ମକ ଧର୍ମଘଟ ନିଜ ନିଜ ପ୍ଲାଣ୍ଟ ରୁ ଆରମ୍ଭ କରାଇଛନ୍ତି। ଏହି ଧର୍ମଘଟ ରେ ଏକାସାଙ୍ଗରେ ଭୁବନେଶ୍ୱର, ବାଲେଶ୍ୱର, ଜଂକିଆ, ଓ କେନ୍ଦ୍ରାପଡା ରେ ଥିବା ପ୍ରୋସେସିଂ ପ୍ଲାଣ୍ଟ ସବୁ ସାମିଲ ହୋଇଥିଲେ।

ଆଗକୁ ଟାଟା ପାୱାର (TPCODL) ତାର ମନମୁଖୀ ଏକଚାଟିଆ କାର୍ଯ୍ୟ ରୁ ନିବୃତ ନହେଲେ, ତଥା ପୁରୁଣା ବ୍ୟବସ୍ଥା ଅନୁସାରେ ବିଜୁଳି ଦର କୁ ବଳବତ୍ତର ରଖି ସେକ୍ସନ ୧୨୬ ଅଧୀନରେ କରିଥିବା ପେନାଲ୍ଟି କୁ ତୁରନ୍ତ ବାତିଲ ନକଲେ ଆଗକୁ ଆନ୍ଦୋଳନ ଅଧିକ ଜୋରଦାର କରାଯିବ ଓ ସେଥିରେ ମତ୍ସ୍ୟ ରପ୍ତାନି ସଂସ୍ଥା, ଓଡ଼ିଶା ଚିଙ୍ଗୁଡ଼ି ଚାଷୀ ସଂଗଠନ, ଓ ଓଡ଼ିଶା ଟ୍ରଲର ଆସୋସିଏସନ୍ ର କର୍ମ କର୍ତ୍ତା ମାନେ ମଧ୍ୟ ଯୋଗ ଦେଇ ମତ୍ସ୍ୟ ରପ୍ତାନି କ୍ଷେତ୍ର ର ଭବିଷ୍ୟତ ସହିତ ଆରମ୍ଭ ହୋଇଥିବା ଟାଟା ପାୱାର ର ଅନ୍ୟାୟ ଓ ଅନଧିକାର ଖେଳ ର ପୂର୍ଣ୍ଣଚ୍ଛେଦ ପଡ଼ିବା ଯାଏଁ ଆନ୍ଦୋଳନ ଜାରି ରହିବ।

ଟାଟା ପାୱାର ର ଷଡ଼ଯନ୍ତ୍ର କୁ ଆଉ ବରଦାସ୍ତ କରାଯିବ ନାହିଁ।
ଆଶା କରାଯାଏ ରାଜ୍ୟ ସରକାର ଏ ସମସ୍ୟା ପ୍ରତି ଯତ୍ନ ବାନ ହେବସହିତ, ପ୍ରଧାମନ୍ତ୍ରୀଙ୍କର ପ୍ରିୟ ନୀଳ ବିପ୍ଲବ (blue revolution) କୁ ସାକାର କରିବାକୁ ପ୍ରତିବଦ୍ଧତା ଦେଖାଇବେ ଓ ଟାଟା ପାୱାର କୁ ତାର ମନମୁଖୀ କାର୍ଯ୍ୟ ରୁ ନିବୃତ ହେବାକୁ ନିର୍ଦ୍ଦେଶ ଦେବା ସହିତ ଅନିଶ୍ଚିତ ତା ଭିତରକୁ ଠେଲି ହୋଇଯାଉଥିବା ମତ୍ସ୍ୟ ରପ୍ତାନି ଶିଳ୍ପ, ଚିଙ୍ଗୁଡ଼ି ଚାଷୀ ସମୂହ ଓ ଅନ୍ୟାନ୍ୟ ପାଖା ପାଖି ୧୬ଲକ୍ଷ୍ୟ କର୍ମଜୀବୀ ଯେଉଁମାନେ ଏହି ଶିଳ୍ପ ଦ୍ଵାରା ରୋଜଗାର କ୍ଷମ ହୋଇପାରିଛନ୍ତି ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଯତ୍ନ ବାନ୍ ହେବେ।

Leave A Comment

All fields marked with an asterisk (*) are required