ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି
ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି :
ସେପ୍ଟେମ୍ବର 2023 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଭଞ୍ଜପୁର-ପୁରୀ-ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗଛି -ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଚଳାଚଳ କରିବ |
ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ-ସାନ୍ତ୍ରାଗଛି-ପୁରୀ ଏବଂ ପୁରୀ-ଭଞ୍ଜପୁର-ପୁରୀ ବିଶେଷ ଟ୍ରେନ ଗୁଡିକର ସେବାକୁ ଆଉ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି |
ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ_
ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛି ରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ରୁ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ |
ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ_
ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ରେ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର-ପୁରୀ- ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ଟ୍ରେନ 1 ଅକ୍ଟୋବର 2023 ପର୍ଯ୍ୟନ୍ତ ଚଳାଚଳ କରିବ |
ଉପରୋକ୍ତ ଟ୍ରେନ୍ ପାଇଁ ବିଭିନ୍ନ ସ୍ଥାନରେ (ଷ୍ଟେସନରେ) ନିର୍ଦ୍ଧାରିତ ରହଣି ଏବଂ ସମୟ ସାରଣୀ ଅପରିବର୍ତ୍ତିତ ରହିବ |
ଟ୍ରେନର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା _
ଦକ୍ଷିଣ ପୂର୍ବ ରେଳ ଅନ୍ତର୍ଗତ ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ଗୋଇଲକେରା ଷ୍ଟେସନରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି |
ହାଓଡ଼ା ରୁ ଛାଡୁଥିବା 12871 ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ମାସ 2 ତାରିଖ ଠାରୁ ଗୋଇଲକେରାରେ ପୂର୍ବାହ୍ନ 11ଘ.50ମି.ରେ ପହଞ୍ଚି 11ଘ.51ମି.ରେ ଟିଟିଲାଗଡ଼ ଯାତ୍ରା କରିବ | ଟିଟିଲାଗଡ଼ ରୁ ଛାଡୁଥିବା 12872 ଟିଟିଲାଗଡ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ 3 ସେପ୍ଟେମ୍ବର 2023 ଠାରୁ ଅପରାହ୍ନ 12ଘ.21ମି.ରେ ପହଞ୍ଚି ଅପରାହ୍ନ 12ଘ.22ମି.ରେ ହାଓଡ଼ା ଯାତ୍ରା କରିବ |
18477/18478 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗୋଇଲକେରା ଷ୍ଟେସନ ଠାରେ 3 ସେପ୍ଟେମ୍ବର 2023 ଠାରୁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ଯୋଗାଇ ଦେବ | ପୁରୀରୁ ଏହି ଟ୍ରେନ୍ ସକାଳ 07ଘ.39ମି.ରେ ପହଞ୍ଚି ଏବଂ ସକାଳ 07ଘ.40ମି.ରେ ଋଷିକେଶ ଅଭିମୁଖେ ଯାତ୍ରା କରିବ | ଋଷିକେଶରୁ ଏହି ଟ୍ରେନ୍ ଅପରାହ୍ନ 04ଘ.12ମି.ରେ ପହଞ୍ଚି ଅପରାହ୍ନ 04ଘ.13ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |