Search for:
  • Home/
  • ରାଜ୍ୟ/
  • ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ ବି ଏମ୍ ସି ର ତତ୍ପରତା

ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ ବି ଏମ୍ ସି ର ତତ୍ପରତା

Spread the love

Loading

ସୁଭଦ୍ରା ଯୋଜନା କାର୍ଯ୍ୟକାରିତାରେ ବି ଏମ୍ ସି ର ତତ୍ପରତା

ଭୁବନେଶ୍ବର, ତା 1 ସେପ୍ଟେମ୍ବର୍ 2024: ଆରମ୍ଭ ହୋଇଯାଉଛି ସୁଭଦ୍ରା ଯୋଜନାର କାର୍ଯ୍ୟକ୍ରମ। ଭୁବନେଶ୍ବର ମହାନଗର ନିଗମର(ବିଏମ୍ ସି) ବିଭିନ୍ନ ଅଞ୍ଚଳର ହିତାଧିକାରୀ ପାଇବେ ଏହି ଯୋଜନାର ଉପକାରୀତା। ସରକାରଙ୍କ ସ୍ଥିରୀକୃତ ନୀତି ଅନୁସରଣ ପୂର୍ବକ ଆଜି ବିଏମ୍ସିର ମୁଖ୍ୟାଳୟର ଏକାମ୍ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ବିଷୟକ ପ୍ରଶିକ୍ଷଣ ଶିବିର l ଆଜି ତିନିଗୋଟି ପର୍ଯ୍ୟାୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟ କରାଯାଇଛି l ବିଏମସି ର ତିନିଗୋଟି ପ୍ରଶାସନିକ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଯୋଗ ଦେଇଥିଲେ l ପ୍ରତି ଜୋନ୍ ର ପ୍ରାୟ 150 ଜଣ ଅଂଶଗ୍ରହଣକାରୀ ଏଥିରେ ପ୍ରଶିକ୍ଷିତ ହୋଇଛନ୍ତି l ପ୍ରତି ଜୋନ୍ ର ଜୋନାଲ କମିଶନର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, କର୍ମୀ, ୱାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜର ପ୍ରଶିକ୍ଷଣ ନେଇଥିଲେ l ତେବେ ମୋ ସେବାକେନ୍ଦ୍ରର ସଦସ୍ୟ ମାନଙ୍କୁ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା l ଅନ୍ଲାଇନ୍ ରେ ପୂରଣ କରାଯାଇଥିବା ଆବେଦନ ପତ୍ର ଗୁଡିକର ଅଦ୍ୟତନ କରିବା ଦିଗରେ ସ୍ୱତନ୍ତ୍ର ଆଲୋଚନାମାନ କରାଯାଇଥିଲା l
କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଙ୍କ ଅଧକ୍ଷତାରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନରେ ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଶ୍ରୀମତୀ ସସ୍ମିତା ନାୟକ ଓ ଡେପୁଟି କମିଶନର ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକ ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଇଥିଲ l ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ 450 ରୁ ଅଧିକ ଅଂଶଗ୍ରହଣକାରୀ ତାଲିମ ପାଇଛନ୍ତି l
ପ୍ରଶିକ୍ଷଣ ପରେ ପ୍ରତି ଜୋନ୍ କୁ ପ୍ରାୟ 10 000 ଗୋଟି, ସମୁଦାୟ 30 000 ଫର୍ମ ଦିଆ ଯାଇଥିଲା l
ଆସନ୍ତା 3 ରୁ 5 ଦିନ ମଧ୍ୟରେ ପ୍ରାୟ 1.5 ଲକ୍ଷ ଫର୍ମ ବଣ୍ଟନ କରାଯିବାର ସ୍ଥିର ହୋଇଛି l ତେବେ ବି ଏମ୍ ସି ଅଞ୍ଚଳରେ ସମୁଦାୟ 1.6 ଲକ୍ଷ ଫର୍ମ ବଣ୍ଟନ କରିବାର ଆକଳନ କରାଯାଇଛି l ସୂଚନାଯୋଗ୍ୟ ଯେ ଫର୍ମ ନିମନ୍ତେ କୌଣସି ପ୍ରାପ୍ୟ ନିଆଯିବ ନାହିଁ ବୋଲି ପ୍ରଶିକ୍ଷଣରେ ବୁଝାଯାଇଛି l ସିଡିପିଓ, ୱାର୍ଡ ଅଫିସର ଏବଂ ସାଧାରଣ ସେବା କେନ୍ଦ୍ର ର କର୍ମୀ ମାନେ ସେମାନଙ୍କ ସ୍ତରରେ ଫର୍ମ ବାଣ୍ଟି ପାରିବେ l

Leave A Comment

All fields marked with an asterisk (*) are required