Search for:
  • Home/
  • ରାଜ୍ୟ/
  • ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା ଇଣ୍ଡିଆ ଆଲାଏଲନ୍ସ ଛାତ୍ରସଂଘ

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା ଇଣ୍ଡିଆ ଆଲାଏଲନ୍ସ ଛାତ୍ରସଂଘ

Spread the love

Loading

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିକଲା
ଇଣ୍ଡିଆ ଆଲାଏଲନ୍ସ ଛାତ୍ରସଂଘ
ଭୁବନେଶ୍ୱର, ୪.୭ : ଇଣ୍ଡିଆ ଗଠବନ୍ଧନ ଦଳମାନଙ୍କ ଛାତ୍ର ସଂଗଠନ ସମୂହ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ନିଟ୍‌ରେ ହୋଇଥିବା ବ୍ୟାପକ ଅନିୟମିତତାକୁ ପ୍ରସଙ୍ଗ କରିଥିଲେ ଛାତ୍ର ସଂଗଠନ ସମୂହ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହିତ ପରୀକ୍ଷା ଓ ନିଯୁକ୍ତିରେ ହେଉଥିବା ଅନିୟମିତତାକୁ ବନ୍ଦ କରିବା ପାଇଁ ଛାତ୍ର ଓ ଛାତ୍ର ସଂଗଠନମାନଙ୍କ ସହ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଆଲୋଚନା ପାଇଁ ଆସନ୍ତୁ ବୋଲି କହିଥିଲେ । ପୁନର୍ବାର ନିଟ୍ ପରୀକ୍ଷା ପାଇଁ ଦାବି କରିବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଯୋଗଦେଇ ଭାରତବର୍ଷର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ହେଉଥିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଓଡ଼ିଆମାନେ ଲଜ୍ଜିତ ହେଉଛନ୍ତି ସେ ତୁରନ୍ତ କ୍ଷମା ପ୍ରାର୍ଥନା ସହ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ଅଲ୍ ଇଣ୍ଡିଆ ଷ୍ଟୁଡ଼େ ଫେଡ଼େରେସନ ପକ୍ଷରୁ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଏନ୍‌ଟିଏର ୭୦ରୁ ଅଧିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାରୁ ତାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ଷ୍ଟୁଡ଼େସ ଆସୋସିଏସନ (ଏଆଇଏସ୍‌ଏ)ର ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର ଓ ଷ୍ଟୁଡ଼େ ଫେଡ଼େରେସନ ଅଫ ଇଣ୍ଡିଆ (ଏସ୍‌ଏଫ୍‌ଆଇ)ର ରାଜ୍ୟ ସମ୍ପାଦକ ଏମ୍‌ଡ଼ି ସୋହେଲେ ଯୋଗ ଦେଇଥିଲେ ।

Leave A Comment

All fields marked with an asterisk (*) are required