Search for:
  • Home/
  • ରାଜ୍ୟ/
  • ଛାତ୍ରୀଙ୍କ ଭବିଷ୍ୟତ ପାଇଁ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

ଛାତ୍ରୀଙ୍କ ଭବିଷ୍ୟତ ପାଇଁ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

Spread the love

Loading

ୟୁନିଟ୍ -୯ ବାଳିକ ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗରେ

ଛାତ୍ରୀଙ୍କ ଭବିଷ୍ୟତ ପାଇଁ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା ୧୮/୦୭: ବିଜେଡି ସରକାରର ହୀନ ଷଡଯନ୍ତ୍ର କାରଣରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ସହିତ ରସାତଳଗାମୀ ହେବାରେ ଲାଗିଛି । ୫-ଟି ନାମରେ ଶିକ୍ଷାନୁଷ୍ଠାନଗୁଡିକରେ ରଙ୍ଗ ଲଗାଇ ରାଜ୍ୟ ସରକାର କେବଳ ଭେଳିକି କରୁଛନ୍ତି । ବିଭିନ୍ନ ଆଳ ଦେଖାଇ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରି ଦିଆଯାଉଛି । ସେହି ଷଡଯନ୍ତ୍ରର ଶିକାର ହେବାକୁ ଯାଉଛି ଶତ ପ୍ରତିଶତ ଫଳାଫଳ ଦେଉଥିବା ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ଓ ଏକତରଫା ନିଷ୍ପତିକୁ ନେଇ ଅଧ୍ୟାୟନରତ ଛାତ୍ରୀ, ପୂର୍ବତନ ଛାତ୍ରୀ ଏବଂ ଅଭିଭାବକ ସମସ୍ତେ ଚିନ୍ତିତ ଓ ମର୍ମାହତ । ରାଜ୍ୟ ସରକାର କ’ଣ ପାଇଁ ଷଡଯନ୍ତ୍ର କରୁଛନ୍ତି? ଛାତ୍ରୀମାନଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ନିଜେ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ନିଷ୍ପତିକୁ ବିରୋଧ କରି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହିତ ଅଧ୍ୟୟନରତ ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ବିଦ୍ୟାଳୟ କତୃପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ । ଅତୀତ ଦିନମାନଙ୍କରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଇଛନ୍ତି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ସମସ୍ତ ଆଇନ କାନୁନକୁ ଖିଲାପ କରି ଶହ ଶହ ଏକର ଜମି ଦେବାର ଦୃଷ୍ଟାନ୍ତ ରହିଛି । ୧୯୬୭ ମସିହାରେ ସ୍ଥାପିତ ହୋଇଥିବା ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ତମାନ ପାଖାପାଖି ୪୦୦ ଛାତ୍ରୀ ପାଠ ପଢୁଛନ୍ତି । ମିଶ୍ରଣ ହେବାକୁ ଥିବା ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଭିତିଭୁମି ଅଭାବ ସତ୍ୱେ ୯୦୦ ଛାତ୍ର ପାଠ ପଢୁଛନ୍ତି । ଯଦି ମିଶ୍ରଣ ହୁଏ, ତାହେଲେ ଛାତ୍ରଛାତ୍ରୀଙ୍କ ପାଇଁ ଭିତିଭୁମିର ବିରାଟ ସମସ୍ୟା ସୃଷ୍ଟି ହେବ । ଏ ସବୁ ସତ୍ୱେ ରାଜ୍ୟ ସରକାର ପାଖାପାଖି ୪.୫ ଏକର ପରିବ୍ୟାପ୍ତ ଓ ସୁନ୍ଦର ଶିକ୍ଷା ପରିବେଶଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରିବାର ମନ୍ଦ ଉଦ୍ଦେଶ୍ୟ ରଖି ବିରାଟ ଷଡଯନ୍ତ୍ର କରୁଛନ୍ତି । ରାଜଧାନୀର ମଝି ଅଂଚଳରେ ଥିବା ଏହି ଜମିକୁ ତୃତୀୟ ମହଲା ଇଙ୍ଗିତରେ ହଡପ୍ କରାଯାଉଥିବାର ଧରା ପଡିବା ପରେ ବର୍ତମାନ ରମାଦେବୀ ବିଶ୍ୱବିଦ୍ୟାଳୟ କଥା କହି ଭ୍ରମିତ କରାଯାଉଛି । ସ୍କୁଲ ବଂଚିଲେ ଯାଇ କଲେଜ ବଂଚିବ । ତେଣୁ ରାଜ୍ୟ ସରକାର କୋମଳମତି ଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ଥାନୀୟ କର୍ପୋରେଟର ଜୀବନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Comment

All fields marked with an asterisk (*) are required