Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଶିକ୍ଷକ ମାନଙ୍କ ଦାବି ଉପସ୍ଥାପନ କଲା ଏସ୍‌ଟିଏଫ୍‌ଓ

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଶିକ୍ଷକ ମାନଙ୍କ ଦାବି ଉପସ୍ଥାପନ କଲା ଏସ୍‌ଟିଏଫ୍‌ଓ

Spread the love

Loading

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସହ ଶିକ୍ଷକ ମାନଙ୍କ ଦାବି ଉପସ୍ଥାପନ କଲା ଏସ୍‌ଟିଏଫ୍‌ଓ
ଭୁବନେଶ୍ୱର,୨୪.୭ : ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସ୍‌ଟିଏଫ୍‌ଓ) ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବହୁଦିନ ଧରି ପଡ଼ି ରହିଥିବା ଅନେକ ଅସମାହିତ ଦାବି ଉପସ୍ଥାପନ କରାଯାଇଛି ବୋଲି ମହାସଂଘର ମୁଖ୍ୟ ଆବାହକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତିି ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।
ପ୍ରକାଶଥାଉକି ସାଧାରଣ ନିର୍ବାଚନ ପରେ ନବଗଠିତ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଠାରୁ ମାଧ୍ୟମିକସ୍ତର ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କର ଅନେକ ଅସମାହିତ ଦାବି ଯାହା ପୂର୍ବ ସରକାରଙ୍କ ପାଖରେ ବାରମ୍ବାର ଉପସ୍ଥାପନ ହୋଇଥିଲା, ରାଜରାସ୍ତା ସଦାସର୍ବଦା ଶିକ୍ଷକମାନଙ୍କ ରାଲିରେ ପ୍ରକମ୍ପିତ ହେଉଥିଲା, ତାହାର ପ୍ରଶମନ ନିମନ୍ତେ ଆଜି ଓଡ଼ିଶା ବିଦ୍ୟାଳୟ ମହାସଂଘ ପକ୍ଷରୁ ମୁଖ୍ୟ ଆବାହକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ସୌଜନ୍ୟତା ପ୍ରକାଶ କରିବା ସହିତ ଶିକ୍ଷକମାନଙ୍କର ସମସ୍ୟାକୁ ଉପସ୍ଥାପନ କରିଛନ୍ତି । ସେହି ସମସ୍ତ ସମସ୍ୟା ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କୁ ପୁରୁଣା ପେନସନ ଲାଗୁ, ଅନୁଦାନରୁ ବାଦ ପଡ଼ିଥିବା ୧୯୪ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନ ପ୍ରଦାନ ସମୟରେ ବାଛବିଚାର ନୀତିରେ ସରକାରୀ ଭୁଲ୍ ନୀତି ପାଇଁ ରହିଯାଇଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ସେଥିରେ ଅନ୍ତଭୁ୍‌ର୍କ୍ତ କରିବା, ଦୁଇଜଣ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସମେତ ୩୭,୪୬,୪୮,୬୩ ମାଧ୍ୟମିକ ବିଦ୍ୟାଳୟକୁ ୦୧.୦୧.୨୦୦୪ରିଖରୁ ବରିଷ୍ଠତା ପ୍ରଦାନ, ଚୁକ୍ତିଭିିକ ଶିକ୍ଷକମାନଙ୍କର ୬ବର୍ଷର ଚୁକ୍ତି ସମୟକୁ ମୂଳଚାକିରି ସହିତ ମିଶ୍ରଣ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ, ହାଇସ୍କୁଲ୍ ମାନଙ୍କରେ କାର୍ଯ୍ୟରତ ବିଏ, ବିପିଏଡ୍ ଡିଗ୍ରୀଧାରୀ ଶିକ୍ଷକମାନଙ୍କୁ ଟ୍ରେ ଗ୍ରାଜୁଏଟ ଦରମା ପ୍ରଦାନ, ସମସ୍ତବର୍ଗର ଶିକ୍ଷକ କର୍ମରୀମାନଙ୍କ ଚାକିରି ଅବଧି ୬୨ ବର୍ଷକୁ ବୃଦ୍ଧି, ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକମାନଙ୍କୁ ୨୮୦୦ ଗ୍ରେଡ୍ ପେ ପ୍ରଦାନ ସହିତ ସରକାରୀ ଓ ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ସରକାରଙ୍କ ପାତର ଅନ୍ତର ନୀତି ପାଇଁ ରହିଯାଇଥିବା ତାରତମ୍ୟ ଫଳରେ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ସମସ୍ତ ସୁବିଧା ପାଉଥିଲେ ମଧ୍ୟ ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ସୁବିଧାରୁ ôବତ ଯଥା : ସାମାଜିକ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଛାତ୍ରବୃିରୁ ôବତ, ବିଜୁଳି ଦେୟ, କ୍ରୀଡ଼ା ଅନୁଦାନ, କମ୍ପୋଜିଟ ଅନୁଦାନ, ବିଦ୍ୟାଳୟ ନିରାପା ଅନୁଦାନ, ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଅନୁଦାନ, ଗଣିତ ଓ ବିଜ୍ଞାନ ଅଧ୍ୟୟନ ପାଇଁ ଅନୁଦାନ, ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଦାନ, ଗୋଷ୍ଠୀ ମୋବଲାଇଜେସନ ଅନୁଦାନ, ସାଲାସିଦ୍ଧି ଅନୁଦାନ, ଇକୋ କ୍ଲବ ପାଇଁ ସ୍ୱତନ୍ତ୍ର ଅନୁଦାନ ଏପରିକି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଭ୍ରମଣ ପାଇଁ ସରକାରୀ ବିଦ୍ୟାଳୟ ଅନୁଦାନ ପାଉଥିବା ବେଳେ ଏହିବର୍ଗର ଛାତ୍ରଛାତ୍ରୀମାନେ ସେଥିରୁ ôବତ । ଉପରଲିଖିତ ସମସ୍ତ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର କରିବା ନିମନ୍ତେ ଖୁବ୍ ଶୀଘ୍ର ସଂଗଠନକୁ ଡାକି ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତନିଧି ମଣ୍ଡଳୀରେ ଶ୍ରୀ ମହାନ୍ତିଙ୍କ ବ୍ୟତୀତ ଅଲଓଷ୍ଟାର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ସୁଦର୍ଶନ ସ୍ୱାଇଁ, ମଦ୍ରସା ଶିକ୍ଷକ ସଂଗଠନର ଏମ୍‌ଏ କାଶିମ୍ ବେଗ୍‌, ନାସିରୁଦ୍ଦିନ ରାଜା, ଓଷ୍ଟା ପକ୍ଷରୁ ଶିକ୍ଷା ପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି, ଅଜୟ କୁମାର ଆଚାର୍ଯ୍ୟ, ଜ୍ଞାନରଞ୍ଜନ ଦେ, କାହ୍ନୁଚରଣ ସାମଲ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ଶିକ୍ଷକ ନେତା ଶୈଳେନ୍ଦ୍ର ନାରାୟଣ ମହନ୍ତ ଓ ହରେକୃଷ୍ଣ ରାଉତ ପ୍ରମୁଖ ସାମିଲ୍ ଥିଲେ ।

Leave A Comment

All fields marked with an asterisk (*) are required