ସୃଜନୀ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ ସହିତ କବିତା ଓ ଗଳ୍ପ ପ୍ରତିଯୋଗିତା
ଆଜିର ସୃଜନୀ ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ ସହିତ କବିତା ଓ ଗଳ୍ପ ପ୍ରତିଯୋଗିତା
ଭୁବନେଶ୍ୱର (୨୩.୦୧ ) : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା ‘ଆଜିର ସୃଜନୀ’ ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ସ୍ଥାନୀୟ ୟୁନିଟ୍ ୨ ପାର୍କ ପରିସରରେ ଏକ ଗଳ୍ପ ପଠନ ତଥା କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଏହି ଅବସରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ୫୦୧ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ମଧ୍ଯ ଆୟୋଜିତ ହୋଇଯାଇଛି।
ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଡକ୍ଟର ସୁଜାତା ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ‘ଆଜିର ସୃଜନୀ’ର ସଦସ୍ୟ ଯଥା:-ସୁଜାତା ରାୟ, ଜ୍ୟୋତ୍ସ୍ନା ମହାରଣା, ସସ୍ମିତା ରାୟ ଏବଂ ସୁଚିସ୍ମିତା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମର ବିଚାରକ ଭାବରେ ଯୋଗ ଦେଇଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଗତ ପାଞ୍ଚ ବର୍ଷ ଧରି ମହିଳା ଏବଂ ଶିଶୁ ବିକାଶ ତଥା ସାହିତ୍ୟ କ୍ଷେତ୍ରରେ ଆଜିର ସୃଜନୀ କାର୍ଯ୍ୟକରି ବିଭିନ୍ନ କାରଣ ବଶତଃ ସମୟର ପରିବର୍ତ୍ତନ ସହ ପଛେଇ ଯାଉଥିବା ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ତାର ପ୍ରୟାସ ଜାରି ରଖିଛି l