Search for:
  • Home/
  • ରାଜ୍ୟ/
  • ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ଥାନ ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ଥାନ ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କୁ ଦାବି

Spread the love

Loading

୨୦୨୪ -୨୫ ଶିକ୍ଷାବର୍ଷ ଆଦିବାସୀ ଓ ଦଳିତ ଏବଂ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍ଥାନ ସଂରକ୍ଷଣ . ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଭୁବନେଶ୍ୱର:ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଦିବାସୀ ଓ ଦଳିତବର୍ଗର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ପ୍ରେସ ଜରିଆରେ ପ୍ରକାଶ କରାଗଲା । ଉଚ୍ଚଶିକ୍ଷା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ବିଶେଷ କରି ମେଡ଼ିକାଲ, ଇଂଜିନିୟରଂ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏହି ସ୍ଥାନ ସଂରକ୍ଷକୁ କଡ଼ାକଡ଼ି ଲାଗୁ କରିବା ପାଇଁ ନିଦେ୍ର୍ଦଶ ଦିଆଗଲା ।ଉଚ୍ଚଶିକ୍ଷା ବିଭାଗ ପତ୍ର ନଂ-(11710/HE-111-Admin.- 64/14)     ଆଦିବାସୀ ଓ ଦଳିତବର୍ଗର ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ନିର୍ଦ୍ଦିଷ୍ଟ ୨୦ ପ୍ରତିଶତ ସ୍ଥାନ ସଂରକ୍ଷଣକରୁ ୩୮.୭୫% ବୃଦ୍ଧିକୁ ( ଆଦିବାସୀଙ୍କ ୨୨.୫% ଓ ଦଳିତ ବର୍ଗଙ୍କ ପାଇଁ ୧୬.୨୫%) କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା ।
ଆପଣଙ୍କ ତତ୍କାଳୀନ ସରକାରଙ୍କ ନିଦେ୍ର୍ଦଶନାମା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣଭାବେ କାର୍ଯକାରୀ ହୋଇନାହିଁ । ବିଶେଷକରି ମେଡିକାଲ, ଇଂଜିନିୟରିଂ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କୁୁ ଏ ସୁବିଧା ଦିଆଯାଇ ନାହିଁ । ତାଙ୍କର ସମ୍ବିଧାନିକ  ଅଧିକାରରୁ ବଂଚିତ କରାଯାଇଛି ।
ବର୍ତ୍ତମାନ ଆପଣ ଜାଣନ୍ତି ଭାରତ ବର୍ଷର ସବୁଠାରୁ ବଡ଼ ଘୋଟାଲା ନିଟ୍ ପରୀକ୍ଷା ପାଇଁ ପ୍ରଶ୍ନ ଲିକ୍ ଦ୍ୱାରା  ଦେଶବାସୀ ମର୍ମାହତ । ପ୍ରାୟ ୨୪ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯେଉଁଥିରେ କି ଆଦିବାସୀ ଓ ଦଳିତ ମେଧାବୀ ଓ ସବୁ ବର୍ଗର ଛାତ୍ରଛାତ୍ରୀ ମର୍ମାହତ ଓ ଚିନ୍ତିତ । ଆପଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କ ବିଶ୍ୱାସ ବଢ଼ିଛି । ଏବେ ମେଡିକାଲ, ଇଂଜିନିୟରିଂ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଉଚ୍ଚଶିକ୍ଷା ନାମଲେଖା ଆରମ୍ଭ ହେବ । ପୂର୍ବ ସରକାର ସମୟରେ ହୋଇଥିବା ନିଷ୍ପତ୍ତି ଓ ବିଜ୍ଞପ୍ତିକୁ ୨୦୨୪-୨୫ ଶିକ୍ଷା ବର୍ଷରେ ଉଚ୍ଚଶିକ୍ଷା ପାଇଁ ହୋଇଥିବା ୩୮.୭୫ ସଂରକ୍ଷଣ ନିଷ୍ପତ୍ତିକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ନିଦେ୍ଦର୍ଶ ଦେବାପାଇଁ ଆମ୍ଭେ ଦାବି କରିବା ସଂଗେ ସଂଗେ ଅନୁରୋଧ କରୁଛୁ ।
ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସରକ୍ଷିତ ଅଛି  ।   ଆମ ରାଜ୍ୟ ଜନଗଣନା ଅନୁଯାୟୀ ପଛୁଆ ବର୍ଗ  ସବୁଠାରୁ ଭାଗ ପ୍ରାୟ ୫୨% ପଛୁଆବର୍ଗ  ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସଂସକ୍ଷଣ ବ୍ୟବସ୍ଥା ନାହିଁ । ସେମାନେ ସବୁଠାରୁ ଉପେକ୍ଷିତ ବର୍ଗ, ଉଚ୍ଚ ଶିକ୍ଷାରେ ତାଙ୍କ ପାଇଁ  ୨୭% ସ୍ଥାନ ସଂରକ୍ଷଣ କରି ପଛୁଅ  ବର୍ଗ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଯିବା ପାଇଁ ଦାବୀ କରୁଛୁ

Leave A Comment

All fields marked with an asterisk (*) are required